Posted inUncategorized

ଅପହରଣ ହୋଇଥିବା ସ୍ତ୍ରୀକୁ ଖୋଜିବା ଲାଗି ୯୦ କିମି ଚାଲିଲେ ସ୍ବାମୀ

ହନୁମାନଗଡ଼, ୨୩।୮: ରାଜସ୍ଥାନର ହନୁମାନଗଡ଼ ଜିଲାରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି। ତେବେ ସ୍ଥାନୀୟ ପୋଲିସ ଅଭିଯୋଗ କରିବାର ୮ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳାଙ୍କ ସ୍ବାମୀ ନିରାଶ ହୋଇ ଶେଷରେ ସ୍ତ୍ରୀଙ୍କୁ ଖୋଜିବା ଲାଗି ଏସ୍‌ପି ଓ ଜିଲାପାଳଙ୍କ ନିକଟରେ ନେହୁରା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଚାଲି ଚାଲି ୯୦ କିମି ଦୂର ଜିଲା ମୁଖ୍ୟାଳୟରେ ପହଞ୍ଚିଛନ୍ତି। କିନ୍ତୁ ଶନିବାର ଓ ରବିବାରଲକ୍‌ ଡାଉନ୍‌ ଲାଗି ସେ ହନୁମାନଗଡ଼ ଜିଲାପାଳ ଜାକିର ହୁସେନ ଓ ଏସ୍‌ପି ରାସି ଡୋଗ୍ରାଙ୍କୁ ଭେଟିପାରି ନ ଥିଲେ। ଏହାପରେ ମହିଳାଙ୍କ ସ୍ବାମୀ ଗ୍ରାମକୁ ଫେରି ଆସି ସ୍ଥାନୀୟ ଥାନା ସାମ୍ନାରେ ଆମରଣ ଅନଶନ ଜାରି ରଖିଛନ୍ତି। ମହିଳାଙ୍କ ସ୍ବାମୀ କହିଛନ୍ତି, ଗତ ୧୪ ତାରିଖରେ ତାଙ୍କ ସ୍ତ୍ରୀଙ୍କୁ ଗୋଲ୍ଡି ନାମକ ଜଣେ ଯୁବକ ବନ୍ଧୁକ ମୁନରେ ଅପହରଣ କରିନେଇଛି। ଏହାପରେ ସେ ସ୍ଥାନୀୟ ନୋହର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଘଟଣାର ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଯେତେଦିନ ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସନ୍ଧାନ ନ ମିଳିଛି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଯୁବକଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଭାରସାମ୍ୟ ହରାଇ ନାଳକୁ ଖସିଲା ଟ୍ରାକ୍ଟର: ଚାପି ହୋଇ ଡ୍ରାଇଭର, ହେଲ୍‌ପରଙ୍କ ଜୀବନ ଗଲା

ଅମରପାଲି,୫।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର କଦଳୀମୁଣ୍ଡା-ଜନକପୁର ରାସ୍ତା ମଝିରେ ରେଙ୍ଗାଲି ନାଳଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ରାଶନ ଦେବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ କ୍ଷତିକୁ ହ୍ରାସ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହିତାଧିକାରୀଙ୍କ...

ସୂର୍ଯ୍ୟ ପାତ୍ରଙ୍କ ପ୍ରସ୍ତାବକୁ ନେଇ ଚର୍ଚ୍ଚା: ନବୀନ ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଲୋକ ସଭାର ୫୪୨ରୁ ୪୮୩ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି। ଅବଶିଷ୍ଟ ୮ ରାଜ୍ୟର ୫୯ ଆସନରେ ରବିବାର ମତଦାନ ଅନୁଷ୍ଠିତ...

ବ୍ୟାଙ୍କ ମ୍ୟାନେଜର ରଞ୍ଜିତାଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ଲଟ୍‌ ନଂ.ଏମ୍‌ଆଇଜି-୫୧ରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁରର ଆର୍‌. ରଞ୍ଜିତା...

ନିଜ ସମ୍ମାନ ନିଜେ ହରାଇଲେ ଅମିତାଭ ବଚ୍ଚନ: ଜାଣନ୍ତୁ କିପରି….

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ଯୁଦ୍ଧରେ ବିଜୟ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ...

କୋରାପୁଟରେ ୮୭୮.୨ ମିମି ବର୍ଷା ରେକର୍ଡ: ବ୍ରିଜ ଉପରେ ଚାଲିଛି ପାଣି, ନନ୍ଦପୁର-ଲମତାପୁଟ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ,୬।୯(ସ୍ବ.ପ୍ର.)- କୋରାପୁଟ ଜିଲାରେ ଶୁକ୍ରବାର ୮୭୮.୨ ମିମି ବର୍ଷା ହୋଇଥିବା ଜିଲା ଜରୁରି ବିଭାଗ ପକ୍ଷରୁ ସୁଚନା ମିଳିଛି। ସେଥିମଧ୍ୟରୁ ଜିଲାର ନନ୍ଦପୁର ବ୍ଲକରେ ସର୍ବାଧିକ...


Coronavirus Update

Archives

Model This Week

Why Dharitri