Posted inଜାତୀୟ

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ ନାହିଁ। ଆହ୍ଲାବାଦ୍ ହାଇକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ଜଷ୍ଟିସ୍ ହରବୀର ସିଂଙ୍କ ଏକକ ଖଣ୍ଡପୀଠ ଆଲିଗଡ଼ ପରିବାର କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ମାସିକ ୨୦,୦୦୦ ଟଙ୍କା ଭରଣପୋଷଣ ଆଦେଶକୁ ଚ୍ୟାଲେଞ୍ଜ କରି ମହମ୍ମଦ ଆସିଫ୍‌ଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ଆବେଦନକାରୀ ମହମ୍ମଦ ଆସିଫ୍ ନିଜକୁ ବାଙ୍ଗାଲୋରର ଏକ ହାର୍ଡୱେର୍ ଦୋକାନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଦର୍ଶାଇ ମାସିକ ୨୦,୦୦୦ ଟଙ୍କା ଦେବା ତାଙ୍କ ଆର୍ଥିକ ସାମର୍ଥ୍ୟ ବାହାରେ ବୋଲି ଯୁକ୍ତି ବାଢ଼ିଥିଲେ।

ପ୍ରଥମ ପତ୍ନୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଆସିଫ୍ ଦ୍ୱିତୀୟ ବିବାହ କରିଛନ୍ତି। ଏହା ସହ ସେ କାର୍ଯ୍ୟ କରୁଥିବା ହାର୍ଡୱେର୍ ଦୋକାନ ତାଙ୍କ ବାପାଙ୍କର ଏବଂ ସେମାନେ GST ପଞ୍ଜୀକୃତ ବ୍ୟବସାୟୀ ଓ ଟ୍ୟାକ୍ସ ପ୍ରଦାନକାରୀ। ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, “ଯଦି ଆବେଦନକାରୀ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭରଣପୋଷଣ କରିପାରୁଛନ୍ତି, ତେବେ ପ୍ରଥମ ପତ୍ନୀଙ୍କୁ ଅଣଦେଖା କରିପାରିବେ ନାହିଁ।”

ଜଷ୍ଟିସ୍ ସିଂହ, ସୁପ୍ରିମକୋର୍ଟଙ୍କ ଶମିମା ଫାରୁକି ବନାମ ଶାହିଦ୍ ଖାନ୍ ମାମଲାର ରାୟକୁ ଉଦ୍ଧାର କରି କହିଥିଲେ ଯେ, ଆଇନତଃ ବିବାହିତ ପତ୍ନୀଙ୍କ ଭରଣପୋଷଣ ଦାୟିତ୍ୱକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଯେତେବେଳେ ପ୍ରଥମ ପତ୍ନୀ ବାପା-ମାଆଙ୍କ ଉପରେ ନିର୍ଭରଶୀଳ, ସେତେବେଳେ ଆର୍ଥିକ ସହାୟତା ଅତ୍ୟନ୍ତ ଜରୁରୀ।

ଏହି ଆଧାରରେ ହାଇକୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଅସିଦ୍ଧ ଘୋଷଣା କରି ତାଙ୍କର କ୍ରିମିନାଲ ରିଭିଜନ୍ ଆବେଦନକୁ ଖାରଜ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri