Posted inଜାତୀୟ

ସ୍ତ୍ରୀଙ୍କ ମୁଣ୍ଡ କାଟି ଟିଭି ଚ୍ୟାନେଲ୍‌ କାର୍ଯ୍ୟାଳୟରେ ପହଞ୍ଚିଲେ ସ୍ବାମୀ: ଆଉ ତା’ପରେ ଘଟିଗଲା…

ଚେନ୍ନାଇ,୪ା୮:ତାମିଲନାଡୁର ଟୁଟିକୋରିନ୍‌ ଜିଲାରେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ମୁଣ୍ଡ କାଟିବା ପରେ ଅପରାଧ ସମ୍ପର୍କରେ ବଖାଣିବା ପାଇଁ ସିଆର୍‌ପିଏଫ୍‌ କନଷ୍ଟେବଲ୍‌ ଥିବା ସ୍ବାମୀ ଜଣକ ଏକ ଟିଭି ଚ୍ୟାନେଲ୍‌ କାର୍ଯ୍ୟାଳୟରେ ପହଞ୍ଚତ୍ବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗଣମାଧ୍ୟମର ଜଣେ ବ୍ୟକ୍ତିଙ୍କଠାରୁ ସୂଚନା ପାଇ ପୋଲିସ ଅଭିଯୁକ୍ତଙ୍କୁ ଚେନ୍ନାଇରୁ ଗିରଫ କରିଛି। ସ୍ତ୍ରୀ ଉମା ମାହେଶ୍ୱରୀ (୩୨)ଙ୍କ ଚରିତ୍ରକୁ ସନ୍ଦେହ କରି ତାମିଲ ସେଲ୍‌ଭାନ୍‌ ଗତ ୩୧ ତାରିଖରେ ତାଙ୍କୁ ଥାଲାଭାଇପୁରମ୍‌ସ୍ଥିତ ଘରେ ହତ୍ୟା କରିବା ପରେ ମୁଣ୍ଡ କାଟି ଦେଇଥିଲେ। ଏହା ପରେ ସେ ତାଙ୍କର ୯ ବର୍ଷର ପୁଅ ଏବଂ ୭ ବର୍ଷର ଝିଅଙ୍କୁ ଶ୍ୱଶୁର ଘରେ ଛାଡ଼ି ଫେରାର ହୋଇଯାଇଥିଲେ। ୨ ଦିନ ପରେ ଅଭିଯୁକ୍ତ ଟିଭି ଚ୍ୟାନେଲ୍‌ ଅଫିସ୍‌ରେ ପହଞ୍ଚତ୍ ଅପରାଧ ସମ୍ପର୍କରେ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁଥିବା କହିଥିଲେ। ତାଙ୍କର ଏଭଳି ନିବେଦନରେ ଚକିତ ହୋଇ କାର୍ଯ୍ୟାଳୟର ଜଣେ କର୍ମଚାରୀ ଟେନାମପେଟ୍‌ ଏସିପି ଆରୋକିଆ ରବୀନ୍ଦ୍ରନ୍‌ଙ୍କୁ ଜଣାଇଥିଲେ। ପୋଲିସ ତୁରନ୍ତ ସେଠାରେ ପହଞ୍ଚତ୍ ତାମିଲଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri