ସ୍ତ୍ରୀଙ୍କୁ କରୋନା ହୋଇଥିବା ଶୁଣି ଜୀବନ ହାରିଲେ ସ୍ବାମୀ

ମୁଜାଫରପୁର, ୧୧।୮: ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଶୁଣିବା ପରେ ହାର୍ଟଆଟାର୍କରେ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଆନନ୍ଦପୁର ଗଙ୍ଗାଲିଆ ଗ୍ରାମରେ।
ଗ୍ରାମର ଏକ ଦମ୍ପତି ସାରେୟା ସିଏଚ୍‌ଜିରେ କରୋନା ପରୀକ୍ଷା କରାଇଥିଲେ। ତେବେ ସ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ସ୍ବାମୀଙ୍କର ନେଗେଟିଭ ଆସିଲା। କିଛିଦିନ ପର୍ଯ୍ୟନ୍ତ ସ୍ତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାନ ନ ଆସିବାରୁ ତାଙ୍କୁ ଏସ୍‌କେଏମ୍‌ସିଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ତେବେ ସ୍ତ୍ରୀଙ୍କ ଚିକିତ୍ସା ପୂର୍ବରୁ ହାର୍ଟଆଟାର୍କରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି। ଫଳରେ ତାଙ୍କର ପୁଣିଥରେ କରୋନା ଟେଷ୍ଟ କରାଯାଇ ହସ୍ପିଟାଲ ପକ୍ଷରୁ ମୃତଦେହକୁ ତାଙ୍କ ଗାଁକୁ ପଠାଇଦିଆଗଲା। ତେବେ ସ୍ତ୍ରୀଙ୍କୁ କରୋନା ହୋଇଥିବା ଜାଣିବା ପରେ ସ୍ବାମୀଙ୍କ ମୃତ ଦେହକୁ ଗ୍ରାମବାସୀ ଛୁଇଁଲେ ନାହିଁ। ୭ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ଆମ୍ବୁଲାନ୍ସରୁ ରହିବା ପରେ ଅ୍ୟ କିଛି ଲୋକ ମୃତଦେହକୁ ବାହାର କରିଥିଲେ। ଏପରିକି ମୃତଦେହ ପୋତିବା ପାଇଁ ଗ୍ରାମବାସୀ କୋଦାଳ ମଧ୍ୟ ଦେଲେ ନାହିଁ। କରୋନା ପଜିଟିଭ ସ୍ତ୍ରୀଙ୍କୁ ମଧ୍ୟ ଗ୍ରାମବାସୀ ଗାଁ ଭିତରକୁ ଛାଡିଲେ ନାହିଁ। ଫଳରେ ତାଙ୍କୁ ତୁର୍କୀସ୍ଥିତ ଏକ କୋଭିଡ୍‌ ହସ୍ପିଟାଲକୁ ପଠାଇଦିଆଯାଇଛି।
ପ୍ରକାଶ ଯେ, ଦମ୍ପତିଙ୍କ ପୁଅ ବାହାରେ ରହୁଥିବା ବେଳେ ତାଙ୍କର ୨ ଜ୍ୱାଇଁ ମଧ୍ୟ ଏହି ସମସ୍ତ ପ୍ରକ୍ରିୟାକୁ ଦୂରେଇ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ...

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା...

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ...

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ...

ମିଗ୍‌ଜୋମ ତାଣ୍ଡବ: ୫ ମୃତ, ଅନେକ ଉଡ଼ାଣ ରଦ୍ଦ

ଚେନ୍ନାଇ,୫।୧୨: ଦେଶର ଦକ୍ଷିଣ ରାଜ୍ୟରେ ବାତ୍ୟା ମିଗ୍‌ଜୋମ ତାଣ୍ଡବ ରଚିଛି। ଚେନ୍ନାଇରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ସହିତ ଘଟଣାରେ ଅତି କମରେ ୫...

ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ, ଦେଶର ଆର୍ଥିକ ସ୍ଥିତିକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୨: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ମଙ୍ଗଳବାର ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅଧିବେଶନରେ ଅନେକ ପ୍ରମୁଖ ବିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri