Posted inଜାତୀୟ

ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ କରିପାରିବେନି କଲ୍‌ ରେକର୍ଡ…

ଚଣ୍ଡିଗଡ଼, ୧୩।୧୨: ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ ତାଙ୍କର କଲ୍‌ ରେକର୍ଡ କରିପାରିବେନି। ଏଭଳି କରିବା ସ୍ତ୍ରୀଙ୍କ ଗୋପନୀୟ ଅଧିକାରର ଉଲ୍ଲଂଘନ ହୋଇଥାଏ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏକ ମାମଲାର ବିଚାର ସମୟରେ କୋର୍ଟ ଦାଖଲ କରାଯାଇଥିବା ରେକର୍ଡିଂକୁ ପ୍ରମାଣ ଭାବରେ ଗ୍ରହଣ କରିବା ଲାଗି ଫ୍ୟାମିଲି କୋର୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ନିଷ୍ପତ୍ତିକୁ ଏଡ଼ାଇ ଦେଇଛନ୍ତି। ଏଭଳି ରେକର୍ଡିଂ ଗୋପନୀୟ ଅଧିକାରର ଉଲ୍ଲଂଘନ ହୋଇଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି।

ବିଚାରପତି ଲିସା ଗିଲ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ହିନ୍ଦୁ ବିବାହ ଆକ୍ଟ ୧୯୫୫ ଅନ୍ତର୍ଗତ ଧାରା ୧୩ ଅନୁସାରେ ଏକ ଛାଡ଼ପତ୍ର ମାମଲାର ବିଚାର ସମୟରେ ଏଭଳି ରାୟ ଦେଇଛନ୍ତିି।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିବା ଜଣେ ମହିଳା ଉଲ୍ଲେଖ କରିଛନ୍ତି ଯେ,ଦୀର୍ଘ ଦିନ ଧରି ସ୍ବାମୀଙ୍କ ସହିତ ତାଙ୍କର ବିବାଦ ଲାଗି ରହିଛି। ଏହି ବିବାଦ ଯୋଗୁଁ ସ୍ବାମୀ ୨୦୧୭ରେ ଭଟିଣ୍ଡା ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସ୍ବାମୀ ଆମ ଦୁହଁଙ୍କ ମଧ୍ୟରେ ହୋଇଥିବା ଫୋନ୍‌ କଥାବାର୍ତ୍ତାର ରେକର୍ଡିଂକୁ ପ୍ରମାଣ ଭାବରେ ଉପସ୍ଥାପନ କରିଥିଲେ। ଫ୍ୟାମିଲି କୋର୍ଟ ମୋବାଇଲ ଫୋନରେ ରେକର୍ଡ ହୋଇଥିବା କଲକୁ ପ୍ରମାଣ ଭାବରେ ଗ୍ରହଣ କରିଛନ୍ତି। ଯାହା ନିୟମ ଅନୁଯାୟୀ ଠିକ ନୁହେଁ ବୋଲି ମହିଳା ଜଣଙ୍କ ଆବେଦନ ପତ୍ରରେ ଦର୍ଶାଇଛନ୍ତି।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଜଣେ ବ୍ୟକ୍ତି କିପରି ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିପାରିବେ। କୌଣସି ସ୍ବାମୀ ବିନା ଅନୁମତିରେ ତାଙ୍କ ସ୍ତ୍ରୀ ସହିତ ହେଉଥିବା ଫୋନ ବାର୍ତ୍ତାଳାପକୁ ରେକର୍ଡ କରିପାରିବେ ନାହିଁ। ଯଦି ସ୍ବାମୀ ଏହା କରନ୍ତି, ତେବେ ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯିବ। ଫ୍ୟାମିଲି କୋର୍ଟରେ ଉପସ୍ଥାପିତ ସ୍ବାମୀଙ୍କ ପ୍ରମାଣକୁ ହାଇକୋର୍ଟ ଗ୍ରହଣ କରିବାକୁ ମନା କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ, ଏପରି ବାର୍ତ୍ତାଳାପ, ଯାହା ବିଷୟରେ ଅନ୍ୟ ସାଥୀ ମଧ୍ୟ ସଚେତନ ନୁହଁନ୍ତି, ଏହାକୁ ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ ନାହିଁ। ଭଟିଣ୍ଡା ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ପ୍ରତ୍ୟାଖାନ କରିଦେଇଛନ୍ତି ଏବଂ କଲ ରେକର୍ଡିଂକୁ ସମଗ୍ର ମାମଲାରେ ପ୍ରମାଣ ଭାବରେ ଅନ୍ତର୍ଭୁକ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ହାଇକୋର୍ଟ ଛାଡପତ୍ର ଆବେଦନ ଉପରେ ୬ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଫ୍ୟାମିଲି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?