Posted inଜାତୀୟ

ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ କରିପାରିବେନି କଲ୍‌ ରେକର୍ଡ…

ଚଣ୍ଡିଗଡ଼, ୧୩।୧୨: ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ ତାଙ୍କର କଲ୍‌ ରେକର୍ଡ କରିପାରିବେନି। ଏଭଳି କରିବା ସ୍ତ୍ରୀଙ୍କ ଗୋପନୀୟ ଅଧିକାରର ଉଲ୍ଲଂଘନ ହୋଇଥାଏ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏକ ମାମଲାର ବିଚାର ସମୟରେ କୋର୍ଟ ଦାଖଲ କରାଯାଇଥିବା ରେକର୍ଡିଂକୁ ପ୍ରମାଣ ଭାବରେ ଗ୍ରହଣ କରିବା ଲାଗି ଫ୍ୟାମିଲି କୋର୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ନିଷ୍ପତ୍ତିକୁ ଏଡ଼ାଇ ଦେଇଛନ୍ତି। ଏଭଳି ରେକର୍ଡିଂ ଗୋପନୀୟ ଅଧିକାରର ଉଲ୍ଲଂଘନ ହୋଇଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି।

ବିଚାରପତି ଲିସା ଗିଲ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ହିନ୍ଦୁ ବିବାହ ଆକ୍ଟ ୧୯୫୫ ଅନ୍ତର୍ଗତ ଧାରା ୧୩ ଅନୁସାରେ ଏକ ଛାଡ଼ପତ୍ର ମାମଲାର ବିଚାର ସମୟରେ ଏଭଳି ରାୟ ଦେଇଛନ୍ତିି।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିବା ଜଣେ ମହିଳା ଉଲ୍ଲେଖ କରିଛନ୍ତି ଯେ,ଦୀର୍ଘ ଦିନ ଧରି ସ୍ବାମୀଙ୍କ ସହିତ ତାଙ୍କର ବିବାଦ ଲାଗି ରହିଛି। ଏହି ବିବାଦ ଯୋଗୁଁ ସ୍ବାମୀ ୨୦୧୭ରେ ଭଟିଣ୍ଡା ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସ୍ବାମୀ ଆମ ଦୁହଁଙ୍କ ମଧ୍ୟରେ ହୋଇଥିବା ଫୋନ୍‌ କଥାବାର୍ତ୍ତାର ରେକର୍ଡିଂକୁ ପ୍ରମାଣ ଭାବରେ ଉପସ୍ଥାପନ କରିଥିଲେ। ଫ୍ୟାମିଲି କୋର୍ଟ ମୋବାଇଲ ଫୋନରେ ରେକର୍ଡ ହୋଇଥିବା କଲକୁ ପ୍ରମାଣ ଭାବରେ ଗ୍ରହଣ କରିଛନ୍ତି। ଯାହା ନିୟମ ଅନୁଯାୟୀ ଠିକ ନୁହେଁ ବୋଲି ମହିଳା ଜଣଙ୍କ ଆବେଦନ ପତ୍ରରେ ଦର୍ଶାଇଛନ୍ତି।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଜଣେ ବ୍ୟକ୍ତି କିପରି ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିପାରିବେ। କୌଣସି ସ୍ବାମୀ ବିନା ଅନୁମତିରେ ତାଙ୍କ ସ୍ତ୍ରୀ ସହିତ ହେଉଥିବା ଫୋନ ବାର୍ତ୍ତାଳାପକୁ ରେକର୍ଡ କରିପାରିବେ ନାହିଁ। ଯଦି ସ୍ବାମୀ ଏହା କରନ୍ତି, ତେବେ ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯିବ। ଫ୍ୟାମିଲି କୋର୍ଟରେ ଉପସ୍ଥାପିତ ସ୍ବାମୀଙ୍କ ପ୍ରମାଣକୁ ହାଇକୋର୍ଟ ଗ୍ରହଣ କରିବାକୁ ମନା କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ, ଏପରି ବାର୍ତ୍ତାଳାପ, ଯାହା ବିଷୟରେ ଅନ୍ୟ ସାଥୀ ମଧ୍ୟ ସଚେତନ ନୁହଁନ୍ତି, ଏହାକୁ ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ ନାହିଁ। ଭଟିଣ୍ଡା ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ପ୍ରତ୍ୟାଖାନ କରିଦେଇଛନ୍ତି ଏବଂ କଲ ରେକର୍ଡିଂକୁ ସମଗ୍ର ମାମଲାରେ ପ୍ରମାଣ ଭାବରେ ଅନ୍ତର୍ଭୁକ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ହାଇକୋର୍ଟ ଛାଡପତ୍ର ଆବେଦନ ଉପରେ ୬ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଫ୍ୟାମିଲି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri