ଆରମ୍ଭ ହେଲା ଘାଘରା ସେତୁ ନିର୍ମାଣ

ସଜନାଗଡ,୧୩|୧୨(ଡି.ଏନ.ଏ.) ବାଲେଶ୍ୱର ଜିଲା ସେରଗଡ଼, ଭାୟା-ନୀଳଗିରି, ଉଦଳା, ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ୧୯ନଂ. ରାଜ୍ୟ ରାଜପଥ ସଜନାଗଡ଼ ଦେଇ ଯାଇଥିବା ଘାଘରା ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଠିକାଦାର ସେତୁର ଉଭୟ ପାର୍ଶ୍ୱରେ ସିମେଣ୍ଟ ଖୁଣ୍ଟ ପକାଇ ହମ୍ପସ୍‌ ତିଆରି କରିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ହମ୍ପସ୍‌ରେ ରବିବାର ୫ଟି ଦୁର୍ଘଟଣା ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଅବ୍ୟବହୃତ ସିମେଣ୍ଟ ଖୁଣ୍ଟକୁ ଆଣି ରାସ୍ତା ମଝିରେ ପକାଇ ତା’ ଉପରେ ମାଟି ପକାଇ ହମ୍ପସ ତିଆରି କରାଯାଇଥିବାରୁ ଏଥିରେ ପିଟି ହୋଇ ବାଇକ୍‌ ଓ ସାଇକେଲ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ହମ୍ପସ ଥିବା ସ୍ଥାନରେ କୌଣସି ସଙ୍କେତ ମଧ୍ୟ ଦିଆ ଯାଇନାହିଁ ା ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେଳିଆବାଗ୍‌ର ୫ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୪ ମହିଳା, ଜଣେ ପୁରୁଷ; ପ୍ରକାଶ ପାଇଥିଲା ଲକ୍ଷଣ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ବିଷୟରେ ମଙ୍ଗଳବାର ସୂଚନା କରାଯାଇଛି। ୧୦୪,୧୦୫,୧୦୬,୧୦୭,୧୦୮ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦିଆଯାଇଛି। ୧୦୪ ନଂ...

ଅର୍ଥ ଆସୁନି, କାମ ଆଗଉନି

ବାଲେଶ୍ୱର ଅଫିସ, ୩୦।୫ (ମାନସ ବିଶ୍ୱାଳ): କୋଷ୍ଟାଲ ହାଇଓ୍ବେ ନିର୍ମାଣ ହେଲେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ଲକ୍ଷ୍ୟରେ...

ଦଲାଲଙ୍କୁ ଧାନ ବିକି ଋଣ ଶୁଝୁଛନ୍ତି ଚାଷୀ

ଜଳେଶ୍ୱର, ୮ା୧୨(ଡି.ଏନ.ଏ.): ଉତ୍ତର ବାଲେଶ୍ୱରର ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରର ପ୍ରାୟ ୪୦ଭାଗ ଜମିର ଧାନ ଅମଳ ସରିଲାଣି। କିନ୍ତୁ ଧାନମଣ୍ଡି ଖୋଲା ଯାଇ ନ ଥିବାରୁ...

ମାଛଚାଷ କରିଛି ସ୍ବାବଲମ୍ବୀ

ବାଲିଆପାଳ,୨୬।୧୨(ସ୍ବ.ପ୍ର)- ବର୍ତ୍ତମାନ ସମୟରେ ଯୁବକମାନେ କୃଷି ଭିତ୍ତିକ କାର୍ଯ୍ୟଠାରୁ ଦୂରେଇ ଯାଉଥିବାବେଳେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ଗ୍ରାମର ଯୁବକ ଅଶୋକ କୁମାର ବାରିକ...

ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର: ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର

ବାଲେଶ୍ୱର ଅଫିସ, ୪।୭- ବାଲେଶ୍ୱର ଜିଲା ରେମୁଣା ତହସିଲ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାକ୍‌ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ମୟୂରଭଞ୍ଜ ଓ...

ବାଲେଶ୍ୱରରେ ‘ବୁଲ୍‌ବୁଲ୍‌’ର ପ୍ରଭାବ : ବର୍ଷା ପବନ ଆରମ୍ଭ

ବାଲେଶ୍ୱର ଅଫିସ,୮।୧୧: ବାଲେଶ୍ୱର ଜିଲାରେ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ମୃଦୁ ପବନ ବହିବା ସହିତ ମଧ୍ୟାହ୍ନରେ ବର୍ଷା ଆରମ୍ଭ...

ବୈଷୟିକ ଛାତ୍ରୀଛାତ୍ର ସଫଳ ଉଦ୍ୟୋଗୀ ହେବା ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୬।୪ – ବାଲେଶ୍ୱର କୁରୁଡ଼ାସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ଏକାଡ଼େମୀ ଅଫ ବିଜ୍‌ନେସ ଆଡ଼ମିନଷ୍ଟ୍ରେଶନ (ଏବିଏ)ର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ...

ଭିଜିଲାନ୍ସ ଅଧିକାରୀଙ୍କ ନାମରେ ଠକେଇ ମାମଲା: ତଦନ୍ତ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିଜେଏମ୍‌

ବାଲେଶ୍ୱର ଅଫିସ, ୨୯।୭: ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇବା ନେଇ ବାଲେଶ୍ୱର ଜିଲା ଭିଜିଲାନ୍ସ କୋର୍ଟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟରଙ୍କ...

Advertisement
Archives

Model This Week