Posted inଫୁରସତ

ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଯାହା କେବେ ଆଗରୁ ଶୁଣି ନ ଥିବେ

ପାରିବାରିକ କଳହରୁ କିଛି ଲୋକ ଆତ୍ମହତ୍ୟା କରୁଥିବା ଶୁଣିଥିବେ। କେହି କେହି ଘର ମଧ୍ୟ ଛାଡ଼ି ଦେଇଥିବା ଶୁଣିଥିବେ। ମାତ୍ର ପାରିବାରିକ କଳହରୁ ସ୍ତ୍ରୀଙ୍କ ଉପରେ ରାଗି କେହି କିନ୍ନର ହୋଇଯିବାର କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଯୋଧପୁରରେ। ଏଠାକାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ରାଗି କିନ୍ନର ହୋଇଯାଇଛନ୍ତି। ଖାଲି ସେତିକି ନୁହେଁ, ଲିଙ୍ଗ ପରିବର୍ତ୍ତନ କରିବା ସହିତ ସ୍ତ୍ରୀଙ୍କୁ ଝାଡ଼ପତ୍ର ମଧ୍ୟ ଦେଇଛନ୍ତି। ସ୍ତ୍ରୀ-ସ୍ବାମୀଙ୍କ ସହମତିରେ ଫ୍ୟାମିଲି କୋର୍ଟରେ ତାଙ୍କର ଛାଡ଼ପତ୍ର ହୋଇଛି। ମହିଳାଙ୍କ ପକ୍ଷରୁ ୩ ବର୍ଷ ପୂର୍ବରୁ ଛାଡ଼ପତ୍ର ମାମଲା ଦାୟର କରାଯାଇଥିଲା। ଏହା ପରେ କୋର୍ଟ ପୂରା ମାମଲା ଶୁଣାଇବା ପରେ ଲୋକ ଅଦାଲତ ମାଧ୍ୟମରେ ଉଭୟ ପକ୍ଷର ଛାଡ଼ପତ୍ର ହୋଇଥିଲା।
ମହିଳାଙ୍କ କହିବା ଅନୁଯାୟୀ, ବିବାହର କିଛିଦିନ ପରେ ସ୍ବାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟିଲା। ପରେ ସେ ଜାଣିବାକୁ ପାଇଲେ କି, ତାଙ୍କ ସ୍ବାମୀ ଲିଙ୍ଗ ପରିବର୍ତ୍ତନ କରାଇ କିନ୍ନର ହୋଇଯାଇଛନ୍ତି। ଏହା ପରେ ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।


ସେହିପରି ପୁରୁଷ ଜଣଙ୍କ କହିଛନ୍ତି, ତାଙ୍କ ସ୍ତ୍ରୀ ପ୍ରତିଦିନ ତାଙ୍କ ସହ ଝଗଡ଼ା କରିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ସେ ରିତା ବାଇ ନାମକ ଜଣେ କିନ୍ନରଙ୍କୁ ଭେଟି ତାଙ୍କୁ ଗୁରୁ ଭାବେ ଗ୍ରହଣ କରିଥିଲେ। ତାଙ୍କ ଗୁରୁ ତାଙ୍କୁ କହିଥିଲେ ଯେ, ଲିଙ୍ଗ ପରିବର୍ତ୍ତନ କରାଇ ନିଅନ୍ତୁ। ପରେ ସେ ଲିଙ୍ଗ ପରିବର୍ତ୍ତନ କରି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ।
ସୂଚନାଯୋଗ୍ୟ, ଏହି ଦୁଇଜଣଙ୍କ ବିବାହ ୧୩ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୭ ଅକ୍ଟୋବର ୨୫ ଅଜମେରରେ ହୋଇଥିଲା। ୧୫ ଏପ୍ରିଲ ୨୦୦୯ରେ ଦୁଇ ଯାଆଁଳା ଶିଶୁପୁତ୍ର ମଧ୍ୟ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟି ଛାଡ଼ପତ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri