ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ ପଞ୍ଚାୟତର ଶତାଧିକ ମହିଳା ଓ ଯୁବକ ଭାଜପାରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ନୂତନ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି। ଏଥିସହ ସେ କହିଛନ୍ତି, ଏହି ମହିଳା ଓ ଯୁବକଙ୍କ ଯୋଗଦାନ ଫଳରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ତୃଣମୂଳସ୍ତରରେ ଭାଜପା ସଙ୍ଗଠନ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବ। ଲଇକେରା ଓ ନିକ୍ତିମାଲର ଦୀନେଶ ବେହେରା, ମୁନା ମେହେର, ଆକାଶ ଧାଙ୍ଗୁଡ଼, ସୁମନ୍ତ ସରାଫ, ସୁଜିତ୍‌ ଖଡ଼ିଆ, ମଦନ ଖଡ଼ିଆଙ୍କ ନେତୃତ୍ୱରେ ମହିଳା ଓ ଯୁବକମାନେ ବିଜେଡି ଛାଡି ଭାଜପାରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟ, ଝାରସୁଗୁଡ଼ା ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲ, ଲଇକେରା ମଣ୍ଡଳ ସଭାପତି ଦ୍ୱିତୀୟା ଓରାମ, ରୋହିତ୍‌ ପଟେଲ ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ନୂତନ କର୍ମୀଙ୍କୁ ଦଳକୁ ସ୍ବାଗତ କରିଥିଲେ। ଭାଜପାରେ ସାମିଲ ହୋଇଥିବା ଯୁବଗୋଷ୍ଠୀ ଓ ମହିଳା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା, ଦୂରଦୃଷ୍ଟି ଏବଂ ବିଧାୟକ ତ୍ରିପାଠୀଙ୍କ ଦୃଢ଼ ନେତୃତ୍ୱ ଓ ଉତ୍ସର୍ଗୀକୃତ ମନୋଭାବରେ ଅନୁପ୍ରାଣିତ ହୋଇ ଏଭଳି ନିଷ୍ପତ୍ତି ନେଇଛୁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବନ୍ୟା କ୍ଷୟକ୍ଷତି ୫ ହଜାର କୋଟି ଟପିବ: ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବି କଲେ…

ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଏହାର ପରିମାଣ ୫…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରଳ ରେକର୍ଡ, ଜାଣନ୍ତୁ…

ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ…

ଅଯୋଧ୍ୟାରେ ଦୀପୋତ୍ସବ: ସରୟୁ ନଦୀ କୂଳରେ ଯୋଗୀ କଲେ ଆରତୀ, ଦୀପରେ ଆଲୋକିତ ହେଲା ରାମନଗରୀ

ଅଯୋଧ୍ୟା,୭।୧୧: ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍‌ଘାଟ କରି ସରୟୁ ନଦୀ…

Diwali 2026: ଦୀପାବଳି ରାତିରେ ଚୁପଚାପ୍ କରନ୍ତୁ ଏହି ଗୋଟିଏ ଉପାୟ, ମା’ ଲକ୍ଷ୍ମୀଙ୍କ କୃପାରୁ ଚମକି ଉଠିବ ଆପଣଙ୍କ ଭାଗ୍ୟ!

ଦୀପାବଳି ହେଉଛି ଧନ ଏବଂ ସମୃଦ୍ଧିର ମହାପର୍ବ। ଏହି ବର୍ଷ ୮ ନଭେମ୍ବର ୨୦୨୬, ରବିବାର ଦିନ ଦୀପାବଳି ପାଳନ କରାଯାଉଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ…

ଜୁଆଆଡ୍ଡା ରେ ପୋଲିସ ଚଢା଼ଉ: ୯ ଜୁଆଡ଼ି ଗିରଫ

ଦିଗପହଣ୍ଡି,୭|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଓଡ଼ାସିଙ୍ଗିି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୯ ଜୁଆଡିଙ୍କୁ ଗିରଫ…

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପିସିସି ସଭାପତି, ମୋହନାର ବିକାଶ, ମୌଳିକ ସମସ୍ୟା ନେଇ ଉଠାଇଲେ ପ୍ରଶ୍ନ

ମୋହନା, ୭।୧୧(ମନ୍ମଥ ମିଶ୍ର): ଅର୍ଣ୍ଣବ ବାତ୍ୟା ପରେ ମୋହନା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଥମେ…

ଘୁମୁସର ଗସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ: ସିଭିଲ ସୋସାଇଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଘୁମୁସର ଅଞ୍ଚଳରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ସହ କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ…

ମାଛ ମାରିବାକୁ ଯାଇ ଆଉ ଫେରିଲେନି….

ଅତାବିରା,୭।୧୧(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା(ଗମ୍ଭାଟିକ୍ରା) ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?