Posted inଫୁରସତ

ଜୋତା ପ୍ରେମରେ ମହିଳା, ବେଡ୍‌ରୁମ୍‌ରେ ଟାଙ୍ଗିଛନ୍ତି ଶହଶହ ଜୋତା

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପସନ୍ଦ,ନାପସନ୍ଦ ରହିଛି। ଅନେକ ଲୋକ ସବୁବେଳେ ଭିନ୍ନ କିଛି କରିବାକୁ ଚାହିଁଥାନ୍ତି। କେହି କେହି ପୁରୁଣା ଟଙ୍କା ସଂଗ୍ରହ କରି ରଖିଥାନ୍ତି ତ କେହି କେହି ଟିକେଟ। ସେହିପରି କାନାଡାରେ ରହୁଥିବା ଜଣେ ମହିଳାଙ୍କର ଏକ ଅଜବ ସୌକ୍‌ ରହିଛି। ସେ ଭଳି କି ଭଳି ଜୋତା କିଣିବାକୁ ଭଲପାଆନ୍ତି। ଜୋତାକୁ ଏତେ ଭଲ ପାଆନ୍ତି ଯେ, ସେ ତାଙ୍କ ବେଡ୍‌ରୁମ୍‌କୁ ଖାଲି ଜୋତାରେ ସଜାଇଛନ୍ତି।

ରିୟାନ ନାମକ ଏହି ମହିଳା ଜଣକ ବଜାରରେ ଯେଉଁ ଜୋତା ତାଙ୍କର ପସନ୍ଦ ହୁଏ ସେ ସଙ୍ଗେ ସଙ୍ଗେ କିଣି ଆଣନ୍ତି। ଏବେ ସେ ତାଙ୍କର ଶୋଇବା ଘର କାନ୍ଥକୁ କେବଳ ଜୋତାରେ ସଜାଇଛନ୍ତି। ତାଙ୍କର ଏହି ଅଭ୍ୟାସ ଯୋଗୁ ଲୋକେ ତାଙ୍କୁ ‘କ୍ରୋକ୍‌ କୁଇନ୍‌’ ବୋଲି ଡାକିଥାନ୍ତି।

ଏକଥା ନିଜେ ରିୟାନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି। ସେ ଏକ ଛୋଟ ଭିଡିଓରେ ନିଜର କ୍ରୋକ୍‌ସ କଲେକ୍ସନ ମଧ୍ୟ ପ୍ରଦର୍ଶନ କରିଛନ୍ତି, ଯାହା ଅତ୍ୟନ୍ତ ଆକର୍ଷଣୀୟ। ରିୟାନ ତାଙ୍କ ଶୋଇବା ଘରର ଏକ ଫଟୋ ଦେଖାଇଛନ୍ତି। ସେ କିପରି ଭଳି କି ଭଳି ରଙ୍ଗୀନ ଜୋତାକୁ ପୂରା କାନ୍ଥରେ ଟାଙ୍ଗିଛନ୍ତି। ୧୧୪ ହଳ ଜୋତା ସେ ତାଙ୍କ ବେଡ୍‌ରୁମ୍‌ରେ ରଖିଛନ୍ତି। ରିୟାନଙ୍କର ୩ ଲକ୍ଷ ଫଲୋଅର୍ସ ଅଛନ୍ତି ଏବଂ ସେ କ୍ରୋକ୍‌ସ ଆମ୍ବାସାଡର ହେବାକୁ ଯୋଗ୍ୟ ବୋଲି ଅନେକ ୟୁଜର ଦାବି କରିଛନ୍ତି।

ରିୟାନଙ୍କ ଏହି ପୋଷ୍ଟରେ ଅନେକ ୟୁଜର କହିଥିଲେ, ଜୋତା ପ୍ରତି କ’ଣ ଏବେ ବି ଦୁର୍ବଳତା ରହିଛି। କିଛି ଲୋକ ନିଜ ନିଜ ପାଖରେ ଥିବା ଜୋତାର ସଂଖ୍ୟା ମଧ୍ୟ କହିଥିଲେ। ରିୟାନ କହିଛନ୍ତି, ତାଙ୍କ ପାଖରେ କେବଳ ଶହ ଶହ କ୍ରୋକ ନାହିଁ, ସେ ପିନ୍ଧିବା ପାଇଁ ୭୭୦ଟି ଆସେସରିଜ ମଧ୍ୟ କିଣିଛନ୍ତି, ଯାହା ତାଙ୍କ ଲୁକ୍‌ ମଧ୍ୟ ବଦଳାଇ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri