ବର୍ଷାରେ ଗଜା ହେଲା ଶତାଧିକ ବସ୍ତା ଧାନ

ବିଷମକଟକ,୧୭।୧(ଡି.ଏନ୍‌.ଏ.)  ଖରିଫ ଋତୁରେ ଚାଷୀ ଜମିରେ ଫଳାଇଥିବା ଧାନ ମଣ୍ଡିରେ ବିକ୍ରିକରି ଭଲ ଟଙ୍କା ପାଇବାର ଆଶା ରଖିଥିଲେ। ଅଦିନିଆ ବର୍ଷା ଚାଷୀଙ୍କ ଆଶାକୁ ମାଟିରେ ମିଶାଇ ଦେଇଛି। ମଙ୍ଗଳବାରଠାରୁ ହୋଇଥିବା ଲଗାଣ ବର୍ଷାରେ ଜମିରେ ପଡ଼ିଥିବା ଧାନଫସଲ ଭିଜି ଗଜା ହୋଇଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକରୁ ଚାଷୀଙ୍କଠାରୁ ଏଭଳି ଅଭିଯୋଗ ଆସିଛି।
ପାଗ ଶୁଖିଲା ଦେଖି ଅନେକ ଚାଷୀ ଧାନ ଅମଳ କରି ଖଳାରେ ରଖିଛନ୍ତି। ଏହା ମଧ୍ୟରେ ବର୍ଷା ହୋଇଯିବାରୁ ଧାନ ଘୋଡ଼ାଇବା ସମ୍ଭବ ହୋଇ ନ ଥିଲା। ଫଳରେ ଧାନ ଭିଜି ଗଜା ହୋଇଯିବା ସହ ରଙ୍ଗ ବଦଳିଯାଇଛି। ଯେଉଁ ଚାଷୀ ଧାନ କାଟିଛନ୍ତି, ଜମିରେ ପାଣି ଭର୍ତ୍ତି ହୋଇଯିବାରୁ ଧାନ ପାଣିରେ ଭାସୁଥିବା ଅଭିଯୋଗ ହୋଇଛି। ଏବେ ଭିଜା ଧାନ କ’ଣ କରିବେ ସେହି ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଶୁକ୍ରବାର ବିଷମକଟକ ବ୍ଲକ ଚାଟିକଣା, ଡାକୁଲୁଗୁଡ଼ା, ଡୁକୁମ, ବିଷମକଟକ, ହାଟ ମୁନିଗୁଡ଼ା ଭଳି ଅନେକ ପଞ୍ଚାୟତର ଚାଷୀ ତହସିଲଦାର ଶୁଭେନ୍ଦୁ ଜେନାଙ୍କୁ ସାକ୍ଷାତ୍‌ କରି କ୍ଷୟକ୍ଷତି ବିଷୟରେ ଅବଗତ କରିଥିଲେ। ତେବେ ଚାଷୀଙ୍କ ସମସ୍ୟା ଶୁଣି ସମସ୍ତ ଚାଷୀ ବ୍ୟକ୍ତିଗତ ଭାବେ ନିଜ କ୍ଷୟକ୍ଷତି ସଂକ୍ରାନ୍ତରେ ଲିଖିତଭାବେ ଜଣାଇବାକୁ ତହସିଲଦାର କହିଥିଲେ। କ୍ଷେତ୍ର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ପରେ କ୍ଷୟକ୍ଷତିର ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ନିମନ୍ତେ ସେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ସରକାର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ସ୍ଥାନରେ ଗୋଦାମ ନିର୍ମାଣ କରିଛନ୍ତି। ବିଷମକଟକ ବ୍ଲକର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ଗୋଦାମ ରହିଛି। ଚାଷୀ ସେଠି ଧାନ ରଖିବା ସମ୍ଭବ ନୁହେଁ। ତେଣୁ ମିଲର୍ସମାନେ ଚାଷୀଙ୍କ ଅମଳ ଧାନକୁ ବର୍ଷା ସମୟରେ ନିଜ ଗୋଦାମ ଗୃହରେ ରଖି ସାହାଯ୍ୟ କରୁଥିଲେ। ଏବେ ଚାଷୀଙ୍କ ଧାନ ରଖିବାକୁ ଏମ୍‌ଆଇ ଦେବଦତ୍ତ ଲେଙ୍କା ମିଲର୍ସଙ୍କୁ ସମ୍ପୂର୍ଣ୍ଣ ମନା କରିଥିବା ଜଣାପଡ଼ିଛି। ସରକାରୀ ନିୟମ ନ ଥିବା ସେ କହିଛନ୍ତି। ଫଳରେ ଚାଷୀ ସୁରକ୍ଷିତ ସ୍ଥାନରେ ଧାନ ରଖି ନ ପାରି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅନେକ ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି ପାଇଁ ଟୋକନ ଫେବୃୟାରୀ, ମାର୍ଚ୍ଚ ପାଇଁ ଆସିଛି। ଏବେ ଚାଷୀ ଧାନ କେଉଁଠି ରଖିବେ ଚିନ୍ତାର ବିଷୟ ହୋଇଥିବା ଅଞ୍ଚଳର ଜି. ସୁବାରାଓ, ବାବୁଲା ପୂଜାରୀ, ଜି. ପ୍ରଦୀପ ଗୁଡୁଲା, କ୍ରିଷ୍ଣା ରାଓଙ୍କ ସମେତ ଅନେକ ଚାଷୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?