ଡଙ୍ଗାକୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ଶତାଧିକ କୁମ୍ଭୀର। ଜୀବନ ବିକଳରେ କୁମ୍ଭୀର ଗୁଡିକ ପଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଏକ ନାଳରେ ଶତାଧିକ କୁମ୍ଭୀର ବିଚରଣ କରୁଛନ୍ତି। ସେହି ସମୟରେ ଏକ ମେଶିନ ଚାଳିତ ଡଙ୍ଗା ଉକ୍ତ ନାଳ ଦେଇ ଅତିକ୍ରମ କରୁଛି। ଏହି ସମୟରେ କୁମ୍ଭୀର ଗୁଡିକ ଛତ୍ରଭଙ୍ଗ ଦେଇ ପଳାଇ ଯାଉଥିବା ଦେଖାଯାଇଛି। ଏହି ଭିଡିଓକୁ When Animal Attack ପକ୍ଷରୁ ଟୁଇଟ କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Out for a boat ride. pic.twitter.com/P1EKIR465Q
— When Animals Attack (@Animalsandfools) October 31, 2020