ଉତ୍ତରକାଶୀ,୫।୮: ମଙ୍ଗଳବାର, ଅଗଷ୍ଟ ୫, ୨୦୨୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ବାଦଲ ଫଟା ବର୍ଷା ବନ୍ୟା ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡର ଧରାଲି ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିବା ରିପୋର୍ଟ କରାଯାଇଛି, ଯେଉଁଠାରେ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି।
ଗଙ୍ଗୋତ୍ରୀ ଧାମର ଏକ ପ୍ରମୁଖ ସ୍ଥାନ ଧରାଲିରେ ଖୀର ଗଙ୍ଗା ନଦୀରେ ଏକ ଭୟଙ୍କର ବନ୍ୟା ଆସିଥିଲା। ବନ୍ୟା ଯୋଗୁ ୨୦ ରୁ ୨୫ ହୋଟେଲ ଏବଂ ହୋମଷ୍ଟେ ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ରୁ ୧୨ ଜଣ ଶ୍ରମିକ ପୋତି ହୋଇଯାଇ ଥିବା ଅନୁମାନ କରାଯାଉଛି। ସ୍ଥାନୀୟ ବାସିନ୍ଦା ରାଜେଶ ପନୱାର କୁହନ୍ତି ଯେ ଖୀର ଗଙ୍ଗାର ଜଳଭଣ୍ଡାର ଅଞ୍ଚଳରେ ଉପରେ କୌଣସି ସ୍ଥାନରେ ଏକ ବାଦଲ ଫାଟି ପଡ଼ିଥିଲା, ଯାହା ଫଳରେ ଏହି ଭୟଙ୍କର ବନ୍ୟା ଆସିଛି। ବନ୍ୟା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି।
ବନ୍ୟା ଯୋଗୁ ଧରାଲି ବଜାରରେ ପ୍ରବଳ କ୍ଷତି ହୋଇଛି, କେବଳ ବନ୍ୟା ଦ୍ୱାରା ଆସିଥିବା କାଦୁଅ ପାଣି ସବୁଠି ଦେଖାଯାଉଛି। ଲୋକମାନେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି। ବନ୍ୟା ଯୋଗୁ ଖୀର ଗଙ୍ଗା କୂଳରେ ଅବସ୍ଥିତ ପ୍ରାଚୀନ କଳ୍ପ କେଦାର ମନ୍ଦିର ମଧ୍ୟ ଭାଙ୍ଗି ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି।
ଧାମି କହିଛନ୍ତି ଯେ ଜିଲା ପ୍ରଶାସନ, ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ର ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ‘ଆମେ ଲୋକଙ୍କୁ ଉଦ୍ଧାର କରିବା ଏବଂ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛୁ।’ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବେ।
#गंगोत्री धाम के प्रमुख पड़ाव #धराली में खीर गंगा नदी में आई विनाशकारी बाढ़
बाढ़ के चलते 20 से 25 होटल, घर व होमस्टे तबाह, कुछ लोगों के दबे होने की सूचना।
5 अगस्त 2025 समय दोपहर 1:30 बजे के करीब की घटना @JagranNews @dm_uttarkashi @pushkardhami @narendramodi pic.twitter.com/QwMGaOIfTT— Shailendra Prasad (शैलेंद्र गोदियाल) (@shailly_godiyal) August 5, 2025

