Posted inଫୁରସତ

ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଚରରେ ‘ହ୍ୟୁମାନୋଏଡ୍‌ ରୋବୋ’

ରିୟାଧ: ଦୁବାଇର ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଜର୍‌ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଉ ଜଣେ ନୂଆ ମେମ୍ବରଙ୍କୁ ସାମିଲ କରିବାକୁ ଯାଉଛନ୍ତି। ତେବେ ନୂଆ ମେମ୍ବର ହେଉଛି ହ୍ୟୁମାନୋଏଡ୍‌ ରୋବୋ, ଯାହାର ନଁା ହେଉଛି ‘ଆମେକା’। ତେବେ ଏହି ହ୍ୟୁମାନୋଏଡ୍‌ ରୋବୋକୁ ପ୍ରଦର୍ଶନୀ ପାଇଁ ନୁହେଁ ବରଂ ମ୍ୟୁଜିୟମ୍‌ ବୁଲିବାକୁ ଆସୁଥିବା ଦର୍ଶକଙ୍କ ସେବାରେ ନିୟୋଜିତ କରାଯିବ। ସଂଗ୍ରହାଳୟକୁ ଆସୁଥିବା ଦର୍ଶକଙ୍କୁ ପ୍ରଥମେ ଆମେକା ଶୁଭେଚ୍ଛା ଜଣାଇବ। ଏହାପରେ ସେମାନଙ୍କୁ ଆମେକା ସଂଗ୍ରହାଳୟ ବୁଲି ଦେଖାଇବ। ଖାଲି ସେତିକି ନୁହେଁ, ଆମେକା ଦର୍ଶକଙ୍କ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ସକ୍ଷମ ବୋଲି କୁହାଯାଉଛି। କଥା କହିବା ସାଙ୍ଗକୁ ଆମେକା ମୁହଁର ଅଙ୍ଗଭଙ୍ଗୀ ମଧ୍ୟ ବଦଳାଇ ପାରିବ। ଆମେକା ଏକାଧିକ ଭାଷାରେ କଥା କହିପାରିବ। ତେବେ ଏ ସବୁ ଫିଚର୍ସ ପାଇଁ ହ୍ୟୁମାନୋଏଡ୍‌ ରୋବୋକୁ ନେଇ ତର୍ଜମା ଜାରି ଥିବା କୁହାଯାଉଛି।
ତେବେ ଆମେକା ଫିଚର୍ସ ସମ୍ପର୍କରେ ଅବଗତ କରାଇବା ପାଇଁ ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଚର ଟୁଇଟରରେ ଏହି ହ୍ୟୁମାନୋଏଡ୍‌ ରୋବୋର ଭିଡିଓ ଶେୟାର କରିଛି। ଏଥିରେ ଆମେକା ମ୍ୟୁଜିୟମ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଗ୍ରହାଳୟ ବିଷୟରେ କହୁଥିବା ଦେଖିବାକୁ ମିଳିଛି।
କର୍ନଓ୍ବାଲର ଫାର୍ମ ଇଞ୍ଜିନିୟର୍‌ଡ ଆର୍ଟସ ପକ୍ଷରୁ ଆମେକା ତିଆରି କରାଯାଇଛି। ହ୍ୟୁମାନୋଏଡ୍‌ ରୋବୋ ଭବିଷ୍ୟତରେ ରୋବୋଟିକ୍ସ ଟେକ୍ନୋଲୋଜି ପ୍ରତି ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଇଞ୍ଜିନିୟର୍‌ଡ ଆର୍ଟସ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ଫେବୃୟାରୀରେ ଦୁବାଇ ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ଙ୍କ ଦ୍ୱାରା ଏହି ବିଶାଳ ସଂଗ୍ରହାଳୟ ଲୋକାର୍ପିତ କରାଯାଇଥିଲା। ୩୦ ହଜାର ସ୍କୋୟାର୍‌ମିଟର ପରିମିତ ସ୍ଥାନରେ ୭ ମହଲା ବିଶିଷ୍ଟ ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଚର ତିଆରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’...

ଏହି ମନ୍ଦିର ପଛ ଦ୍ୱାରରେ ରହିଛି ନର୍କକୁ ରାସ୍ତା

ବିଶ୍ୱରେ ସମସ୍ତ ଧର୍ମରେ ସ୍ବର୍ଗ-ନର୍କର କଥା ବର୍ଣ୍ଣନା କରାଯାଇଛି। ସ୍ବର୍ଗ ଏମିତି ଏକ ସ୍ଥାନ, ଯେଉଁଠି ମୃତ୍ୟୁ ପରେ ପୁଣ୍ୟାତ୍ମାଙ୍କୁ ସ୍ଥାନ ମିଳିଥାଏ। ଆଉ ନର୍କକୁ...

ନୋବେଲ ପାଇବା ପରେ ପାକିସ୍ତାନ ବୈଜ୍ଞାନିକ ମାଗିଥିଲେ ଭାରତର ସାହାଯ୍ୟ

ପାକିସ୍ତାନର ପ୍ରଥମ ନାଗରିକ ଭାବେ ନୋବେଲ ପୁରସ୍କାର ପାଇଥିଲେ ବୈଜ୍ଞାନିକ ଅବଦୁସ ସଲାମ। ପଦାର୍ଥ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ୧୯୭୯ରେ ତାଙ୍କୁ ମିଳିଥିଲା ବିଶ୍ୱର...

ବ୍ୟକ୍ତିତ୍ୱ: ଭୀଷ୍ମ ସାହାଣୀ

ଭୀଷ୍ମ ସାହାଣୀ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଔପନ୍ୟାସିକ, ଅଭିନେତା ଏବଂ ଟେଲିଭିଜନ ପର୍ସନାଲିଟି। ବିଶେଷକରି ସେ ତାଙ୍କର ନାଟକ ଏବଂ ଉପନ୍ୟାସ ଆଦି ପାଇଁ...

୯୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ ଏହି ଯୁବକ; ହନିମୁନ୍‌ରେ ଘଟିଲା ଏଭଳି ଯେ…

କଥାରେ ଅଛି ପ୍ରେମ ମାନେନା ବୟସ। ବିଗତ ଦିନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ପ୍ରେମ ପାଇଁ ସବୁ ସୀମା ପାର୍‌...

ଶହେ ବର୍ଷର ବୃଦ୍ଧା ପାଳିଲେ ୨୫ତମ ଜନ୍ମଦିନ

ଓ୍ବାଶିଂଟନ,୧।୩: ଆମେରିକାର ଜଣେ ବୃଦ୍ଧା ଡୋରିସ୍‌ କ୍ଲିଫ୍‌ ଶହେ ବର୍ଷ ବୟସରେ ୨୫ ତମ ଜନ୍ମଦିନ ପାଳନ କରିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ।...

ବିଷଧର ସାପ ସହ ଏପରି ଖେଳୁଛି କୁନିପିଲା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଭୂତ ସହରରେ ରହିଲେ ମିଳିବ ୨୫ ଲକ୍ଷ

ରୋମ୍‌: ଭୂତ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। ଭୂତ ଭୟରେ ଅନେକ ଲୋକ ଗାଁ ଘର ଛାଡ଼ି ଅନ୍ୟତ୍ର ବସବାସ କରିଥାନ୍ତିି। କିନ୍ତୁ...

Advertisement
Archives

Model This Week