Posted inଫୁରସତ

ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଚରରେ ‘ହ୍ୟୁମାନୋଏଡ୍‌ ରୋବୋ’

ରିୟାଧ: ଦୁବାଇର ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଜର୍‌ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଉ ଜଣେ ନୂଆ ମେମ୍ବରଙ୍କୁ ସାମିଲ କରିବାକୁ ଯାଉଛନ୍ତି। ତେବେ ନୂଆ ମେମ୍ବର ହେଉଛି ହ୍ୟୁମାନୋଏଡ୍‌ ରୋବୋ, ଯାହାର ନଁା ହେଉଛି ‘ଆମେକା’। ତେବେ ଏହି ହ୍ୟୁମାନୋଏଡ୍‌ ରୋବୋକୁ ପ୍ରଦର୍ଶନୀ ପାଇଁ ନୁହେଁ ବରଂ ମ୍ୟୁଜିୟମ୍‌ ବୁଲିବାକୁ ଆସୁଥିବା ଦର୍ଶକଙ୍କ ସେବାରେ ନିୟୋଜିତ କରାଯିବ। ସଂଗ୍ରହାଳୟକୁ ଆସୁଥିବା ଦର୍ଶକଙ୍କୁ ପ୍ରଥମେ ଆମେକା ଶୁଭେଚ୍ଛା ଜଣାଇବ। ଏହାପରେ ସେମାନଙ୍କୁ ଆମେକା ସଂଗ୍ରହାଳୟ ବୁଲି ଦେଖାଇବ। ଖାଲି ସେତିକି ନୁହେଁ, ଆମେକା ଦର୍ଶକଙ୍କ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ସକ୍ଷମ ବୋଲି କୁହାଯାଉଛି। କଥା କହିବା ସାଙ୍ଗକୁ ଆମେକା ମୁହଁର ଅଙ୍ଗଭଙ୍ଗୀ ମଧ୍ୟ ବଦଳାଇ ପାରିବ। ଆମେକା ଏକାଧିକ ଭାଷାରେ କଥା କହିପାରିବ। ତେବେ ଏ ସବୁ ଫିଚର୍ସ ପାଇଁ ହ୍ୟୁମାନୋଏଡ୍‌ ରୋବୋକୁ ନେଇ ତର୍ଜମା ଜାରି ଥିବା କୁହାଯାଉଛି।
ତେବେ ଆମେକା ଫିଚର୍ସ ସମ୍ପର୍କରେ ଅବଗତ କରାଇବା ପାଇଁ ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଚର ଟୁଇଟରରେ ଏହି ହ୍ୟୁମାନୋଏଡ୍‌ ରୋବୋର ଭିଡିଓ ଶେୟାର କରିଛି। ଏଥିରେ ଆମେକା ମ୍ୟୁଜିୟମ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଗ୍ରହାଳୟ ବିଷୟରେ କହୁଥିବା ଦେଖିବାକୁ ମିଳିଛି।
କର୍ନଓ୍ବାଲର ଫାର୍ମ ଇଞ୍ଜିନିୟର୍‌ଡ ଆର୍ଟସ ପକ୍ଷରୁ ଆମେକା ତିଆରି କରାଯାଇଛି। ହ୍ୟୁମାନୋଏଡ୍‌ ରୋବୋ ଭବିଷ୍ୟତରେ ରୋବୋଟିକ୍ସ ଟେକ୍ନୋଲୋଜି ପ୍ରତି ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଇଞ୍ଜିନିୟର୍‌ଡ ଆର୍ଟସ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ଫେବୃୟାରୀରେ ଦୁବାଇ ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ଙ୍କ ଦ୍ୱାରା ଏହି ବିଶାଳ ସଂଗ୍ରହାଳୟ ଲୋକାର୍ପିତ କରାଯାଇଥିଲା। ୩୦ ହଜାର ସ୍କୋୟାର୍‌ମିଟର ପରିମିତ ସ୍ଥାନରେ ୭ ମହଲା ବିଶିଷ୍ଟ ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଚର ତିଆରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?