ମୃତଦେହ ଗଦାରେ ହଜି ଯାଉଛି ମାନବିକତା, ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି, ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ…

ବାହାନଗା,୭।୬ : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ମୃତଦେହ ଗଦାରେ ମାନବିକତା, ହଜି ଯାଉଛି। ଟଙ୍କା ଲୋଭରେ ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି। ଏଭଳି ସମ୍ବେଦନଶୀଳ ଘଟଣାରେ କିଏ ଅସଲି ଅବା କିଏ ନକଲି ପରିବାର ସଦସ୍ୟ ତାହା ଚିହ୍ନଟ କରିବା ସମ୍ଭବ ହୋଇ ପାରୁ ନାହିଁ। ତେଣୁ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ବିଏମସି କମିଶନର ବିଜୟ ଅମୃତା କୁଲଙ୍ଗେ କହିଛନ୍ତି ପରିବାରର ପ୍ରକୃତ ସଦସ୍ୟଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା ପାଇଁ ୩୩ ଟି ରକ୍ତ ନମୁନା ପଠାଯାଇଛି।

ଓଡିଶାରେ କୌଣସି ଡିଏନଏ ପରୀକ୍ଷା ବ୍ୟବସ୍ଥା ନ ଥିବାରୁ ଏହାକ ଏମ୍ସ ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ଏମ୍ସ ଦିଲ୍ଲୀକୁ ପଠାଯାଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ପ୍ରଫେସର ଅଶୁତୋଷ ବିଶ୍ୱ କହିଛନ୍ତି ଯେ ଆମେ ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ପଠାଇବାକୁ ଅନୁରୋଧ କରିଛୁ।

ଏମ୍ସ ଭୁବନେଶ୍ୱରରେ ପଶ୍ଚିମବଙ୍ଗର ଜୟନଗରର ପରଭେଜ ସହରଦ ଲାସ୍କା ନିଜକୁ ଆବୁବୋକା ଲାସ୍କଙ୍କର ପୁତ୍ର ଭାବରେ ପରିଚିତ କରାଇଥିଲେ। ତାଙ୍କ କହିବାନୁସାରେ, ଟ୍ରେନ ଦୁର୍ଘଟଣାରେ ତାଙ୍କ ପିତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ବାହାନଗା ମୃତଦେହ ସଂଗ୍ରହ କରିବାକୁ ଏଠାରେ ପହଞ୍ଚିଛନ୍ତି। ବାପାଙ୍କ ମୃତ୍ୟୁର ଫଟୋ ଅଛି, କିନ୍ତୁ ମୃତଦେହକୁ ଅନ୍ୟ କେହି ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏମ୍ଦ ଡିଏନଏ ପରୀକ୍ଷା ପାଇଁ ତାଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ରିପୋର୍ଟ ଆସିବା ପରେ ତାଙ୍କ ପିତାଙ୍କୁ ଚିହ୍ନଟ କରାଯିବ ବୋଲି କୁହାଯାଉଛି।

ସେହିଭଳି ମାଲଦାର ନୀତମ ରାୟ ଏବଂ ଚନ୍ଦନ ରାୟଙ୍କ ସନ୍ଧାନରେ ସେମାନଙ୍କ ସମ୍ପର୍କୀୟ ଫୋନି ମଣ୍ଡଳ ନିୟୋଜିତ ଅଛନ୍ତି। ଦୁର୍ଘଟଣାର ଖବର ପାଇବା ପରେ ସେ ବାଲେଶ୍ୱର, ସୋରୋ ସମେତ ଅନେକ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରୁ ଜାଣିବାକୁ ପାଇଥିଲେ ନୀତିମ ଏବଂ ଚନ୍ଦନଙ୍କର ମୃତ୍ୟୁ ହୋଇସାରିଛି।

ନୀତିମଙ୍କ ମୃତଦେହର ଫଟୋ ଫୋନିଙ୍କୁ ବାଲେଶ୍ୱର ପ୍ରଶାସନ ଦେଇଥିଲେ କିନ୍ତୁ ଏଥିରେ କୌଣସି ନମ୍ବର ନ ଥିଲା ତେଣୁ ଓଡିଶା କିମ୍ବା ପଶ୍ଚିମବଙ୍ଗ ସରକାରୀ ହେଲ୍ପଡେସ୍କ ସେମାନଙ୍କ ସହ ସହଯୋଗ କରୁନାହାଁନ୍ତି। ସେ କିମ, ସମ ହସ୍ପିଟାଲରେ ଘୁରି ବୁଲୁଛନ୍ତି କିନ୍ତୁ କିଛି ଲାଭ ହୋଇନାହିଁ। ସେମାନଙ୍କୁ କ୍ଷତିପୂରଣ ଅର୍ଥର ଆବଶ୍ୟକତା ନାହିଁ, କେବଳ ମୃତ ଶରୀର ବିଷୟରେ ସେମାନେ ସୂଚନା ପାଇବାକୁ ଚାହୁଁଛନ୍ତି।

ପଶ୍ଚିମବଙ୍ଗର ୨୪ ପରଗଣାରୁ ଅବଦୁଲ ୱାହାବ ଶେଖ ତାଙ୍କ ଭାଇ ଜିଆଉଦ୍ଦିନ ଶେଖଙ୍କୁ ପାଞ୍ଚ ଦିନ ଧରି ଖୋଜୁଥିଲେ ମଧ୍ୟ ସେ ନିରାଶ ହୋଇଛନ୍ତି। ତେଣୁ ପଶ୍ଚିମବଙ୍ଗର ହେଲ୍ପଡେସ୍କର ପରାମର୍ଶ କ୍ରମେ ଅବଦୁଲ ଡିଏନଏ ପରୀକ୍ଷା ପାଇଁ ତାଙ୍କ ରକ୍ତ ନମୁନା ଦେଇଛନ୍ତି।

ଏମାନଙ୍କ ସହିତ,ଏମ୍ସ କ୍ୟାମ୍ପସରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ସମ୍ପର୍କୀୟଙ୍କ ସ୍ଥିତି ଜାଣିପାରୁ ନାହାଁନ୍ତି। ସେମାନେ କହିଛନ୍ତି ଅନ୍ୟ କେହି ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ନେଇଛନ୍ତି। ଅନେକ ଲୋକ ବାଲେଶ୍ୱରରୁ ସେମାନଙ୍କ ପ୍ରିୟଜନଙ୍କ ଶରୀରର ଫଟୋ ଆଣିଛନ୍ତି। ଫଟୋର ଟ୍ୟାଗ ନମ୍ବର ମଧ୍ୟ ଏମ୍ସ ହେଲ୍ପ ଡେସ୍କ ଦ୍ୱାରା ଯାଞ୍ଚ କରାଯାଉଛି ।

କେତେକ ଫଟୋ ତାଲିକାରେ ମିଳୁନାହିଁ । ଅନେକ ଫଟୋରେ ଟ୍ୟାଗ ନମ୍ବର ମଧ୍ୟ ନାହିଁ। ବହୁ ନକଲି ସମ୍ପର୍କୀୟ ମଧ୍ୟ ପହଞ୍ଚିଛନ୍ତି କାରଣ ରେଳବାଇ ମୃତକମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଦେଉଛନ୍ତି ତେଣୁ ପରିବାରର ମୃତଦେହକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବା ପାଇଁ ଡିଏନଏ ଟେଷ୍ଟ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?