ବିସ୍ଫୋରଣସ୍ଥଳରୁ ମିଳିଲା ମଣିଷ କଙ୍କାଳ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣର ତୃତୀୟ ଦିନରେ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ (ପେସୋ) ଅଧିକାରୀଙ୍କ ସମେତ ରାଜ୍ୟ ଫରେନ୍‌ସିକର ୫ଜଣିଆ ଟିମ୍‌ ଏଥିରେ ସାମିଲ୍‌ ଅଛନ୍ତି। ଅନ୍ୟପକ୍ଷରେ ବିସ୍ଫୋରଣଠାରୁ ନିଖୋଜ ଥିବା ସାଇଟ୍‌ ଇଞ୍ଜିନିୟର ଗଞ୍ଜାମର ସୀମାଞ୍ଚଳ ପରିଡ଼ାଙ୍କ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତକୁ ବ୍ୟାପକ କରିଛି। ଏପରିସ୍ଥିତିରେ ବିସ୍ଫୋରଣସ୍ଥଳକୁ ଖୋଳିବାବେଳେ ଶୁକ୍ରବାର ସେଠାରେ ଏକ ମଣିଷ କଙ୍କାଳ ମିଳିଛି। ଉକ୍ତ କଙ୍କାଳକୁ କ୍ୟାପିଟାଲ ଥାନା ପୋଲିସ ଜବତ କରି ଅଧିକ ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ୍‌ର ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବା ପରେ କଙ୍କାଳଟି ନିଖୋଜ ସୀମାଞ୍ଚଳଙ୍କର କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
ଏପଟେ ସାଇଣ୍ଟିଫିକ ଟିମ ସିସିଟିଭି ଫୁଟେଜଠାରୁ ଆରମ୍ଭ କରି ବିସ୍ଫୋରଣସ୍ଥଳରେ ଟିକିନିଖି ଯାଞ୍ଚ ଚଳାଇଛନ୍ତି। ଦିନକୁ ଦିନ ନୂଆ ତଥ୍ୟ ମିଳୁଛି। ଘଟଣା ଦିନ ଉକ୍ତ ପେଟ୍ରୋଲ ପମ୍ପ୍‌ର ସିଏନ୍‌ଜି ୟୁନିଟ୍‌ର ଅଣ୍ଡରଗ୍ରାଉଣ୍ଡ୍‌ ଚାମ୍ବର ଯାଞ୍ଚ ସହ ଏଲ୍‌ପିଜି ରିଫିଲିଂ ସମୟରେ ତାହା ବିସ୍ଫୋରିତ ହୋଇଥିଲା। ଟାଙ୍କିକୁ ସଂଯୋଗ କରୁଥିବା ଭାଲ୍‌ଭ ଖୋଲିବା ସମୟରେ ଅସାବଧାନତା କାରଣରୁ ତାହା ନାଇଟ୍ରୋଜେନ ସଂସ୍ପର୍ଶରେ ଆସିବାରୁ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା ବୋଲି ଫରେନସିକ ଟିମ୍‌ର ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ସବୁଠାରୁ ବଡ କଥା ହେଉଛି ଘଟଣାସ୍ଥଳରେ ଗ୍ୟାସ ଭର୍ତ୍ତି ସମୟରେ ଅଭିଜ୍ଞ ଲୋକଙ୍କ ଉପସ୍ଥିତି ଜରୁରୀ ହୋଇଥାଏ। ମାତ୍ର ଉକ୍ତ କାର୍ଯ୍ୟରେ ଭୁବନେଶ୍ୱରର ଏକ ମୋଟର ଗ୍ୟାରେଜ ମିସ୍ତ୍ରି ତଥା ଡ୍ରାଇଭର ଗ୍ୟାସ ଟାଙ୍କି ଓ ପାଇପ୍‌ରେ ନଟ୍‌ବୋଲ୍ଟ ଟାଇଟ୍‌ କରିବାରେ ସହଯୋଗ କରିବା ପରେ ନିକଟରେ ଠିଆ ହୋଇ ଦେଖୁଥିଲେ। ବିସ୍ଫୋରଣରେ ସେ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟ ଯାଞ୍ଚ କରୁଥିବା କୋଲକାତା ସଂସ୍ଥାର ଏପରି ଖାମଖିଆଲି ପାଇଁ ବିସ୍ଫୋରଣ ଘଟିଥିବା ମଧ୍ୟ କୁହାଯାଉଛି। ଅନ୍ୟପଟେ ବିସ୍ଫୋରଣ ସ୍ଥଳରେ ଉପସ୍ଥିତ ଥିବା ୪ଜଣଙ୍କ ପରିଚୟ ମିଳିପାରିଛି। ସୂର୍ଯ୍ୟ ଶକ୍ତି ଭେସେଲ ପ୍ରାଇଭେଟ ଲିମିଟେଡର ଇଞ୍ଜିନିୟର ହର୍ଷବର୍ଦ୍ଧନ ଶ୍ରୀବାସ୍ତବ, ଇଂ. ସୀମାଞ୍ଚଳ ପରିଡା, ସତ୍ୟ ନାୟକ ଓ ଗ୍ୟାରେଜ ମିସ୍ତ୍ରି ଅଲେଖ ମଲ୍ଲିକ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ଇଞ୍ଜିନିୟର ହର୍ଷବର୍ଦ୍ଧନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେହିଭଳି ଗୁରୁତର ଆହତ ଗ୍ୟାରେଜ ମିସ୍ତ୍ରି ଅଲେଖ ମଧ୍ୟ ସୁସ୍ଥ ହେଉଛନ୍ତି। ତେବେ ନିଖୋଜ ଥିବା ଇଂ. ସୀମାଞ୍ଚଳଙ୍କୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳ ଓ ଆଖପାଖରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଥିବା ମାଂସ ଓ ଶରୀରର ବିଭିନ୍ନ ଅଙ୍ଗ ମିଳିଥିବାବେଳେ ଶୁକ୍ରବାର ମାଟିତଳୁ ମଣିଷ କଙ୍କାଳ ମିଳିବା ପରେ ନିଖୋଜ ସୀମାଞ୍ଚଳଙ୍କୁ ନେଇ ନାନା ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ...

ଯୁକ୍ତ୨ ପ୍ରାକ୍ଟିକାଲ: ୨୯ ସୁଦ୍ଧା କେନ୍ଦ୍ରରେ ପହଞ୍ଚତ୍ବ ପରୀକ୍ଷା ଉପକରଣ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ।...

ତେଲମହୁଲ ଗାଁକୁ ଦିନକ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବରଗଡ଼ ଅଫିସ,୧୭।୫- ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ତେଲମହୁଲ ଗାଁକୁ ରବିବାର ସକାଳୁ ଦିନକ ପାଇଁ ସଟ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ...

ଧରାପଡ଼ିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୨୮ା୮(ସ୍ବ.ପ୍ର.): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ଶନିବାର ସିଆରପିଏଫ୍‌-୬୦ବାହିନୀ ପକ୍ଷରୁ ମିଳିତ କୋମ୍ବିଂ...

ସ୍ବାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର,୨୨।୮(ଅସମାପିକା ସାହୁ): ବର୍ଷିୟାନ ସ୍ବାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ...

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି॥ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ...

ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା

ପୁରୀ ଅଫିସ, ୩୦।୭: ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ...

ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୧୯ ଆକ୍ରାନ୍ତ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଏକ ପ୍ରକାର ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହୁଥିବା ବେଳେ ବର୍ତ୍ତମାନ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଜିଲା। ମଙ୍ଗଳବାର ରାଜ୍ୟରେ ୨୯ ଜିଲାରୁ...

Advertisement
Archives

Model This Week