ମାନବାଧିକାର ଉଲ୍ଳଂଘନ: ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ଜେନେଭା, ୨୧।୯ : ବିଭିନ୍ନ ଦେଶରୁ କୂଟନୀତିଜ୍ଞ ତଥା ମାନବାଧିକାର ସମର୍ଥକମାନେ ଜାତିସଂଘକୁ ମାନବିକତା ବିରୋଧରେ ଅପରାଧ ରିପୋର୍ଟ ଅନୁଯାୟୀ ଚାଇନା ବିରୋଧରେ କଡା ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ଅନୁସୂଚିତ ଜାତି ଜନଜାତିର ନିର୍ଯାତନା ସମ୍ପର୍କରେ ଚାଇନା ବିରୋଧରେ ଆସିଥିବା ଅଭିଯୋଗକୁ କିପରି ମୁକାବିଲା କରାଯିବ ସେନେଇ ଭବିଷ୍ୟତରେ ବିଶ୍ୱ ସଂସ୍ଥା ପକ୍ଷରୁ ବିଚାର କରାଯିବା ଜରୁରୀ। ଏବେ ସମଗ୍ର ଦୁନିଆର ଆଖି ଏହା ଉପରେ କେନ୍ଦ୍ରୀତ ହୋଇଛି।

ମାନବ ଅଧିକାର ସଂଗଠନ ତଥା ଗଣମାଧ୍ୟମ ଦୀର୍ଘ ବର୍ଷ ଧରି ଉଇଗୁରୁ ଏବଂ ଅନ୍ୟ ମୁସଲମାନ ଗୋଷ୍ଠୀଙ୍କୁ ଜିନଜିଆନରେ ନିର୍ଯାତନା ଦିଆଯାଉଥିବା ନେଇ ରିପୋର୍ଟ ପ୍ରକାଶ କରି ଆସୁଛନ୍ତି। ଚାଇନା ଏହି ଗୋଷ୍ଠୀଙ୍କୁ ଜିନଜିଆଙ୍ଗରେ ନିର୍ଯାତନା ଦେବା, ଯୌନ ଉତ୍ପୀଡ଼ନ ଏବଂ ସେମାନଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ମିଳିତ ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ଦ୍ୱାରା ଗତ ମାସରେ ପ୍ରକାଶିତ ଏକ ରିପୋର୍ଟ ଏହି ଅଭିଯୋଗକୁ ଆହୁରି ଜୋରଦାର କରିଛି।

ଏନେଇ ଜାତିସଂଘର ବିଶେଷ ରାଷ୍ଟ୍ରଦୂତ ଫନାର୍ଡ ଡି ବେରେଂନ୍ସ ଆଟଲାଣ୍ଟିକ୍‌ କାଉନସିଲ ଆଣ୍ଡ ହ୍ୟୁମାନ ରାଇଟସ୍‌ ଓ୍ବାଚ୍‌ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଏବେ ନିଷ୍କ୍ରିୟ ରହିବା ସମ୍ଭବ ନୁହେଁ। ଯଦି ଆମେ ଦଣ୍ଡ ନେଦେଇ କାହାକୁ ଛାଡ଼ିଦେଉ ତେବେ ଏହା କେଉଁ ବାର୍ତ୍ତା ପଠାଇବ? ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ମିଳିତ ଜାତିସଂଘରେ ଆମେରିକାର ଡେପୁଟି ଆମ୍ବାସାଡର ଜେଫ୍ରି ପ୍ରୋସକଟ କହିଛନ୍ତି ଯେ ଏହି ଅତ୍ୟାଚାରକୁ ନେଇ ବହୁ ପ୍ରତିକ୍ରିୟା ଦିଆଯାଉଛି। ଏହା ଆମର ଅନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ଥିବା ବିଶ୍ୱାସକୁ ପ୍ରଭାବିତ କରିବ। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଆଧୁନିକ ମିଳିତ ଜାତିସଂଘର ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏକ ଦେଶ ଏବଂ ଜାତିସଂଘରେ ସ୍ଥାୟୀ ମାନ୍ୟତା ପାଇଥିବା ଦେଶ ଏହାର ପ୍ରତିଶ୍ରୁତିକୁ ଗୁରୁତର ଭାବରେ ଉଲ୍ଲଂଘନ କରୁଛି।

ମିଳିତ ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ରିପୋର୍ଟ ପ୍ରକାଶନରେ ଚାଇନା ଆଶ୍ଚର୍ଯ୍ୟ ଏବଂ ଅସନ୍ତୋଷ ବ୍ୟକ୍ତ କରିଛି। ଚାଇନା ଏହି ରିପୋର୍ଟକୁ ବେଆଇନ ଏବଂ ଅମାନ୍ୟ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri