ଆର୍ଯ୍ୟାନ ଖାନଙ୍କ ସିରିଜରେ ଫସିଲେ ରଣବୀର କପୁର, ଚେତାବନୀ ନ ଦେଇ ପିଉଥିଲେ ସିଗାରେଟ୍

ମୁମ୍ବାଇ,୨୨ା୯: ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଅଭିନେତା ରଣବୀର କପୁର, ଓ୍ଵେବ ସିରିଜ ‘ଦି ବାଷ୍ଟାର୍ଡସ ଅଫ ବଲିଉଡ’ର ପ୍ରଯୋଜକ ଓ ନେଟଫ୍ଲିକ୍ସ ବିରୁଦ୍ଧରେ ଇଲେକ୍ଟ୍ରୋନିକ ସିଗାରେଟ ନିଷିଦ୍ଧ ଆଇନ, ୨୦୧୯ର ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରୀ ବିନୟ ଜୋଶୀଙ୍କ ଅନୁଯାୟୀ, ସିରିଜର ଏକ ଦୃଶ୍ୟରେ ରଣବୀର କପୁର କୌଣସି ଚେତାବନୀ ବା ଡିସକ୍ଲେମର ବିନା ଇ-ସିଗାରେଟ ସେବନ କରୁଥିବା ଦେଖାଯାଇଛନ୍ତି। ଏହି ଘଟଣା ଇଲେକ୍ଟ୍ରୋନିକ ସିଗାରେଟର ବିଜ୍ଞାପନ ବା ପ୍ରଚାର ସହ ଜଡ଼ିତ ବୋଲି ଅଭିଯୋଗ ହୋଇଛି।

ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ ଜାରି କରି ଏଭଳି ବିଷୟବସ୍ତୁକୁ ତୁରନ୍ତ ନିଷିଦ୍ଧ କରିବାକୁ ଏବଂ ଯୁବ ପିଢ଼ିଙ୍କୁ ଭୁଲ ଦିଗରେ ପ୍ରଭାବିତ କରୁଥିବା ସାମଗ୍ରୀ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ମୁମ୍ବାଇ ପୋଲିସ କମିଶନରଙ୍କୁ ଇଲେକ୍ଟ୍ରୋନିକ ସିଗାରେଟର ଉତ୍ପାଦନକାରୀ ଓ ଆମଦାନୀକାରୀଙ୍କ ପରିଚୟ ଓ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ ଆରମ୍ଭ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ବାଇକ୍‌ ମୁହାଁ ମୁହିଁ ଧକ୍କା: ତଳେ ପଡିଥିବା ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ

ବଲାଙ୍ଗୀର,୨।୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ ରୋଡ଼ ବିଜାଖମନଠାରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା…

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଦେବଗଡ଼ରେ ପାସହାର ୯୬.୨୬ ପ୍ରତିଶତ: ଅଲିଶା ହେଲେ ଜିଲା ଟପର

ଦେବଗଡ଼,୨।୫(ଶେଖର ଝାଙ୍କର): ଶନିବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଦେବଗଡ଼ ଜିଲାରେ ପାସ ହାର ୯୬.୨୬ ପ୍ରତିଶତ ରହିଛି। ଚଳିତ ବର୍ଷ ୮୬ଟି ହାଇସ୍କୁଲର ୪୦୫୧…

ଲିଲି, କପିଳେଶ୍ୱର ଯୁଗ୍ମ ବ୍ଲକ ଟପ୍ପର୍‌

କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେଶିଙ୍ଗା ନୋଡାଲ ହାଇସ୍କୁଲ ଛାତ୍ରୀ ଲିଲି ଗହୀର…

ବିଦ୍ୟୁତ୍‌ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…

ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ତାର ସଂଷ୍ପର୍ଶରେ ଆସି ଶନିବାର…

ଓଡ଼ିଶା କଂଗ୍ରେସରେ ବଡ଼ ଅଦଳବଦଳ: ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଲା ପିସିସି ସଂଗଠନ ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର,୨।୩: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri