ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା“। ୧୯୪୮ ମସିହାର ଆଜିର ଦିନରେ ଜାତିସଂଘ ମହାସଭାରେ ମାନବାଧିକାର ଘୋଷଣାନାମାକୁ ପାରିତ କରାଯାଇଥିଲା। ଓଡ଼ିଶାରେ କାରାଗାର ପାଇଁ ‘ପ୍ରତିଷ୍ଠା ଦିବସ’ ପାଳନ କରିବାର ଧାରଣା ସାମ୍ପ୍ରତିକ ବର୍ଷଗୁଡ଼ିକରେ ପ୍ରଚଳିତ ହୋଇଥିଲା। ଅନ୍ତର୍ଜାତୀୟ ମାନବାଧିକାର ଦିବସ ସହିତ ସମନ୍ବୟ ରଖିବା ପାଇଁ ୨୦୨୦ଠାରୁ ଡିସେମ୍ବର ୧୦କୁ ବାଛି ନିଆଯାଇଥିଲା, ଏହିପରି କାରାଗାର ପ୍ରଶାସନକୁ ମାନବାଧିକାର ଆଲୋଚନା ସହିତ ଯୋଡିଥିଲା। ପ୍ରଥମ ପାଳନରେ, ରାଜ୍ୟ ସରକାର ଆନୁଷ୍ଠାନିକ ଭାବରେ ନିର୍ଦ୍ଦେଶ ଦେଇଥିଲେ ଯେ ଓଡ଼ିଶାର କାରାଗାର ଏବଂ ସଂଶୋଧନ ସେବା ପ୍ରତିବର୍ଷ ଏହି ଦିନକୁ ବିଶେଷ ଉତ୍ସବ, କାର୍ଯ୍ୟକ୍ରମ ଏବଂ ସ୍ବୀକୃତି ସହିତ ପାଳନ କରିବେ। ମାନବାଧିକାର ଦିବସ ସହିତ ସମନ୍ବୟ ରଖି, ରାଜ୍ୟ ଏକ ବାର୍ତ୍ତା ପଠାଏ ଯେ କଏଦୀମାନେ ଅଧିକାର ପରିସର ବାହାରେ ନୁହନ୍ତି ଏବଂ ମାନବିକ ବ୍ୟବହାର, ମର୍ଯ୍ୟାଦା ଏବଂ ପୁନର୍ବାସ ସଂଶୋଧନ ଦର୍ଶନର କେନ୍ଦ୍ରବିନ୍ଦୁ। କିନ୍ତୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ମାନବାଧିକାର ରହିଛି ସେସବୁକୁ ଠିକ୍‌ଭାବରେ ଅବଲମ୍ବନ କରିବା ନିମନ୍ତେ ଆମ କାରାଗାରଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ରହିଛି କି ନାହିଁ ତାକୁ ତର୍ଜମା କରିବାର ଆବଶ୍ୟକତା ରହିଛି ।
ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ- ୨୦୨୫ର ସାମଗ୍ରିକ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟଗୁଡ଼ିକର ନ୍ୟାୟ ବିତରଣର ଚାରିଟି ଅଙ୍ଗ ପୋଲିସ, ଜେଲ, ନ୍ୟାୟପାଳିକା ଓ ଆଇନଗତ ସହାୟତାର ତର୍ଜମା କରାଯାଇ ଟାଟା ଟ୍ରଷ୍ଟ ସମେତ ୮ଟି ସଂସ୍ଥାର ମିଳିତ ପ୍ରୟାସରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶା ଜେଲ ର଼୍ୟାଙ୍କିଙ୍ଗ୍‌ରେ ଷଷ୍ଠ ସ୍ଥାନରେ ରହିଛି ।
ଓଡ଼ିଶାରେ ଜେଲଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହିବା ମାମଲା ହ୍ରାସ ପାଇଥିବା, ଜେଲ ବଜେଟରେ ୩୦% ବୃଦ୍ଧି ଓ ୯୦% ଉପଯୋଗ କରାଯାଇଥିବା ଉଲ୍ଲେଖ କରାଯାଇଛି। ରାଜ୍ୟରେ ଥିବା ୮୭ଟି ଜେଲର ମୁଖ୍ୟ ସମସ୍ୟା ହେଉଛି ୪୦% ଖାଲି ଥିବା ୱାର୍ଡନ ପଦବୀ ସମେତ ଅନ୍ୟାନ୍ୟ ପଦବୀ। ଉକ୍ତ ପଦବୀଗୁଡ଼ିକରେ ସେନାର ଅବସରପ୍ରାପ୍ତ ଯବାନମାନଙ୍କୁ ନିଯୁକ୍ତି ଦେବାର ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନ ପାରିବାରୁ ବର୍ତ୍ତମାନ ଉକ୍ତ ୬୦୦ ପଦବୀ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଗୃହରକ୍ଷୀମାନଙ୍କୁ ଦାୟିତ୍ୱ ଦେବାପାଇଁ ଯୋଜନା ଚାଲିଛି। ହେଲେ ଗୃହରକ୍ଷୀମାନଙ୍କ ପରି ଅନଭିଜ୍ଞ କର୍ମଚାରୀଙ୍କ ହାତରେ ଜେଲଗୁଡିକ କେତେ ସୁରକ୍ଷିତ ରହିବ ତାହା ସମୟ କହିବ। ଗତ ୯ବର୍ଷରେ ଜେଲ ପାଚେରି ଡେଇଁ ୬୭ ଜଣ କଏଦୀ ଫେରାର ହୋଇଯିବା ଏକ ଚିନ୍ତାଜନକ ଘଟଣା ହୋଇଛି । ରାଜ୍ୟରେ ୧୯୭୬ରୁ ଏହି ପାଚେରିଡିଆଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଜେଲ ବିଭାଗ ଆସନ୍ତା ୫୦ ବର୍ଷକୁ ଦୃଷ୍ଟିରେ ରଖି କଏଦୀଙ୍କ ସଂଖ୍ୟା ବୃଦ୍ଧି ସମସ୍ୟାକୁ ଏଡ଼ାଇବା ପାଇଁ ଅତ୍ୟାଧୁନିକ ଜେଲ ନିର୍ମାଣ କରିବାକୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି। ଏଥିପାଇଁ ୧୩ଟି ଜେଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲାବେଳେ ୬ଟି ଜେଲ ପାଇଁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଭୁବନେଶ୍ୱର ସ୍ବତନ୍ତ୍ର କାରାଗାରକୁ ଜାମୁଝରୀକୁ ଓ ବାରିପଦା,ସୁନ୍ଦରଗଡ଼ ଓ କେନ୍ଦୁଝର ଜେଲ ପାଇଁ ଜମି ସ୍ଥିର ହୋଇସାରିଛି । ଜେଲ ପାଚେରି ଡେଇଁ ଭିତରକୁ ଆସୁଥିବା ନିଶା ସାମଗ୍ରୀକୁ ପ୍ରତିହତ କରିବା ପାଇଁ ଚୌଦ୍ୱାର, କୋରାପୁଟ, ସମ୍ବଲପୁର, ବ୍ରହ୍ମପୁର ଓ ଝାରପଡ଼ା ଜେଲରେ ଡ୍ରୋନ୍‌ କ୍ୟାମେରା ଉଡ଼େଇବାର ବ୍ୟବସ୍ଥା କରାଯିବାର ପ୍ରସ୍ତାବ ରହିଛି । କିନ୍ତୁ ଏସବୁ ଯୋଜନା କାର୍ଯ୍ୟକାରୀ ହେବକି କେବଳ ପ୍ରସ୍ତାବରେ ରହିଯିବ ସେକଥା ବିଚାର ସାପେକ୍ଷ ।
ଯଦିଓ, ବ୍ରିଟେନ୍‌ ଟିମ୍‌ର ତିହାର ଜେଲ ପରିଦର୍ଶନ ସମୟରେ ଜୁଲାଇରେ ଜେଲ ବ୍ୟବସ୍ଥାକୁ ଭଲ ଓ ଅନ୍ତର୍ଜାତୀୟ ମାନଦଣ୍ଡର ନିକଟତର ବୋଲି ପ୍ରକାଶ କରିଛନ୍ତି,ହେଲେ ମଧ୍ୟ, ଦେଶର ବିଭିନ୍ନ ଜେଲରେ ବନ୍ଦୀ ଥିବା ପ୍ରାୟ ୪.୫ ଲକ୍ଷ ବିଚାରାଧୀନ କଏଦୀଙ୍କ ଭୋଟ ଅଧିକାରକୁ ସ୍ବୀକୃତି ଦେବା ପାଇଁ ଏକ ଜନସ୍ବାର୍ଥ ମାମଲା ଉପରେ ୨୪ ଅକ୍ଟୋବରରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଛନ୍ତି। କୋର୍ଟଙ୍କ ଅନୁସାରେ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୬୨(୫)ଅନୁଯାୟୀ ଲାଗୁ ହୋଇଥିବା ବର୍ତ୍ତମାନର ନିଷେଧାଦେଶ ସାମ୍ବିଧାନିକ ଗ୍ୟାରେଣ୍ଟି ଓ ଅନ୍ତର୍ଜାତୀୟ ଗଣତନ୍ତ୍ର ନିୟମର ଉଲ୍ଲଂଘନ କରୁଛି। ତା’ସହିତ ଜେଲଗୁଡ଼ିକରେ ଭିନ୍ନକ୍ଷମ ସମେତ କଏଦୀଙ୍କୁ ନିଜ ପସନ୍ଦର ଖାଦ୍ୟ ନ ମିଳିବା ମୌଳିକ ଅଧିକାରର ଉଲ୍ଲଂଘନ ନୁହେଁ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି ।
ସମ୍ବିଧାନର ଧାରା-୨୧ ଅନୁଯାୟୀ ଜୀବନର ଅଧିକାର ସମସ୍ତ କଏଦୀଙ୍କ ପାଇଁ ରହିଛି, କିନ୍ତୁ ଏହି ଆଇନ ବ୍ୟକ୍ତିଗତ କିମ୍ବା ବିଳାସପୂର୍ଣ୍ଣ ଖାଦ୍ୟ ପସନ୍ଦ ଦାବି କରିବାର ଅଧିକାର ଦେଇନାହିଁ। ଜେଲଗୁଡିକ ସୁଧାର ଗୃହ ବୋଲି କୁହାଯାଇଛି, ନାଗରିକ ସମାଜର ସୁବିଧାର ସମ୍ପ୍ରସାରଣ ନୁହେଁ । ଜେଲଗୁଡିକ ପ୍ରାୟତଃ ଐତିହାସିକ ଭାବରେ କଠୋର ଶୃଙ୍ଖଳା, କଠୋର ପରିସ୍ଥିତି ଓ ସର୍ବନିମ୍ନ ସ୍ବାଧୀନତା ପାଇଁ ଡିଜାଇନ କରାଯାଇଛି ।
ଯଦିଓ ଆଧୁନିକ ନୀତି ପ୍ରତିଶୋଧ ଅପେକ୍ଷା ଅନ୍ୟମାନଙ୍କୁ ସମର୍ଥନ କରେ, କିନ୍ତୁ ଭାରତରେ ବର୍ତ୍ତମାନର ଜେଲ ଭିତ୍ତିଭୂମି ଓ ପରିଚାଳନା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଚୌଦ୍ୱାର ଜେଲର ଅଘଟଣ ପରେ ସରକାର ଜେଲ ପ୍ରଶାସନକୁ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସମୟରେ ଡିଆଇଜି ଓ ଏସ୍‌ପିମାନେ ଜେଲକୁ ଅକସ୍ମାତ୍‌ ପରିଦର୍ଶନରେ ଯିବା ଓ ଲ୍ୟାଣ୍ଡଲାଇନ ଫୋନରେ ଅଧିକାରୀମାନଙ୍କୁ ଫୋନ କରି ସେମାନଙ୍କ ଅବସ୍ଥିତିକୁ ଯାଞ୍ଚ କରିବା ପାଇଁ ଚିନ୍ତା କରୁଛନ୍ତି। ଅବ୍ୟବସ୍ଥିତ ଓ ଅସୁରକ୍ଷିତ କାରାଗାର ଗଣତନ୍ତ୍ର, ନ୍ୟାୟତନ୍ତ୍ର ଓ ମାନବାଧିକାର ପାଇଁ ଏକ ବଡ଼ ଆହ୍ବାନ। ତେଣୁକରି, ଦେଶର ବିଭିନ୍ନ ଜେଲରେ ଥିବା ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା ହ୍ରାସ କରିବା ନିମନ୍ତେ ଅଜିମ ପ୍ରେମ୍‌ଜୀ ଫାଉଣ୍ଡେଶନ ତରଫରୁ ୨୦୨୪ରୁ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା କଟକ ମିଳିତ ସହଭାଗିତାରେ ଏକ କାରାଗାର ପକ୍ଷପୋଷଣ ପ୍ରକଳ୍ପ ସ୍ଥାପନ କରି ମଣ୍ଡଳ କାରାଗାର ଚୌଦ୍ୱାର, ସ୍ବତନ୍ତ୍ର କାରାଗାର ଭୁବନେଶ୍ୱର, ଜିଲା କାରାଗାର ଖୋର୍ଦ୍ଧା ଓ ଉପକାରାଗାର ବାଙ୍କୀରେ ଅବସ୍ଥିତ ବିଚାରାଧୀନ ବନ୍ଦୀଙ୍କୁ ନିଃଶୁଳ୍କ ଆଇନ ସେବା ପ୍ରଦାନ କରିବା ସହିତ ଜାମିନ କରାଇବା ପାଇଁ ଅଣ୍ଟା ଭିଡିଛି । ଏହି କାର୍ଯ୍ୟକ୍ରମ ଯୋଜନାରେ ଉକ୍ତ ପ୍ରକଳ୍ପ ସମ୍ପୃକ୍ତ ଜେଲଗୁଡିକରେ ଥିବା ବନ୍ଦୀଙ୍କୁ ଜାମିନ ପ୍ରଦାନ କରିବାରେ ସଫଳତା ହାସଲ କରିବା ସହ ମାସିକ ଗୋଟିଏ ଲେଖାଏ ଆଇନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରି ଜେଲ ଅନ୍ତେବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବାରେ ସଫଳତା ହାସଲ କରିଛି। ଏହା ଏକ ପାଇଲଟ୍‌ ପ୍ରକଳ୍ପ ଭାବରେ କାର୍ଯ୍ୟ କରୁଛି ।
ଜେଲଗୁଡ଼ିକରେ ଥିବା ଅଧିକାଂଶ ବନ୍ଦୀ ପୋକ୍‌ସୋ ଆଇନର ବିଭିନ୍ନ ଦଫାରେ ଗିରଫ ହୋଇ ରହିଛନ୍ତି ।
ସେମାନେ ଏହି ଆଇନ, ନାବାଳିକାମାନଙ୍କ ସହିତ ଶାରୀରିକ ସମ୍ପର୍କ ଓ ବିବାହର ପରିଣାମ ସମ୍ପର୍କରେ ଅନଭିଜ୍ଞ ବୋଲି ମତବ୍ୟକ୍ତ କରନ୍ତି । ତେଣୁ ଏହି ଆଇନ ଉପରେ ନିୟମିତ ଭାବରେ ଯଦି ସଚେତନତା କାର୍ଯ୍ୟକ୍ରମ କରାଯିବ ତେବେ ବାଲ୍ୟବିବାହ, ନାବାଳିକାଙ୍କ ସହିତ ଯୌନ ସମ୍ପର୍କ ମାମଲା ହ୍ରାସ ପାଇବ ବୋଲି ବିଶ୍ୱାସ । ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ ପରେ କାରାଗାରଗୁଡ଼ିକ ବର୍ତ୍ତମାନ କେବଳ ବନ୍ଦୀଗୃହ ନ ହୋଇ ସଂସ୍କାର କେନ୍ଦ୍ର ପାଲଟିଛି । କିନ୍ତୁ ପ୍ରଶାସନିକ ସଂସ୍କାର ନ ହେବାରୁ କାରାଗାରଗୁଡିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଦୃଷ୍ଟିଗୋଚର ହେଉଛି ।
ଦୁର୍ବଳ ଭିତ୍ତିଭୂମି କେବେହେଲେ ମାନବାଧିକାରକୁ ଦୈନନ୍ଦିନ ଅବଶ୍ୟକତା ଭାବରେ ବନ୍ଦୀମାନଙ୍କୁ ପ୍ରଦାନ କରିପାରିବ ନାହିଁ, ଏକଥା ସ୍ବୀକାରଯୋଗ୍ୟ ।
ଡ. ସମୀର କୁମାର ନନ୍ଦ

ମୋ: ୯୪୩୭୨୧୮୯୧୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri