ମାନବ-ମାନବିକତା

ମଣିଷ ଏବେ ଆଧୁନିକ ସଭ୍ୟତାରେ ପଦାର୍ପଣ କରିଛି। ସମୟ ସହିତ ସମାଜର ସଂସ୍କୃତି ଏବଂ ପରମ୍ପରାରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ମଣିଷ ଆଧୁନିକତାର ସ୍ପର୍ଶରେ ବହୁ ଆନନ୍ଦ ଲାଭ କରୁଥିବାର ମଧ୍ୟ ଦେଖାଯାଉଛି। ହେଲେ ଏମିତି ପରିବର୍ତ୍ତନ ଆସୁ ଆସୁ ଏ ଶିକ୍ଷିତ ସମାଜରେ ଅନେକ ଅସାମାଜିକ କାର୍ଯ୍ୟ ଦୃଷ୍ଟିଗୋଚର ହେଉଛି।
ବହୁ ବର୍ଷ ପୂର୍ବରୁ ମଣିଷ ନିଜ ଇଚ୍ଛାରେ ଖାଇବା, ବଞ୍ଚତ୍ବା ଓ କାମ କରିବା ପାଇଁ ନିଷ୍ପତ୍ତି ନେଉଥିଲା। ଏମିତି ବଞ୍ଚତ୍ବାର କିଛିଦିନ ପରେ ମଣିଷ ଏକ ସ୍ବତନ୍ତ୍ର ନିୟମରେ ବନ୍ଧା ହେଲା ଓ ଜୀବନ ଶୈଳୀ ପାଇଁ ନିର୍ଦ୍ଦିଷ୍ଟ ନିୟମ ରଖିଲା। ଖାଇବା, ସ୍ନାନ କରିବା ଭଳି ଦୈନନ୍ଦିନ କାର୍ଯ୍ୟକ୍ରମକୁ ଏକ ସ୍ବତନ୍ତ୍ର ନିୟମ ଦ୍ୱାରା ପରିଚାଳିତ କରାଗଲା। ଧୀରେ ଧୀରେ ସଭ୍ୟ ସମାଜରେ ପରିବର୍ତ୍ତନ ଆସିଲା। ସାମାଜିକ ଚଳଣି ବଦଳି ଗଲା। ମଣିଷ ଲାଜ କରିବା, ଅନ୍ୟକୁ ସମ୍ମାନ ଦେବା, ସଂଯମରେ ରହିବା ଭଳି ସଂସ୍କାର ଗ୍ରହଣ କଲା।
ଆଜିକାଲି ଦେଖୁଥିବେ ଶିକ୍ଷା ପାଇଁ ବିଦ୍ୟାଳୟ ସ୍ଥାପନ ହେବା, ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇ ସାରିଲାଣି। ମଣିଷ ମଧ୍ୟ ପୂର୍ବ ଅପେକ୍ଷା ଶିକ୍ଷିତ ହେଲେଣି। ବର୍ତ୍ତମାନ ବିଭିନ୍ନ ଧର୍ମଗୁରୁଙ୍କ ଦ୍ୱାରା ବିଭିନ୍ନ ଧର୍ମର ସ୍ଥାପନ ହୋଇସାରିଲାଣି। ପୂର୍ବରୁ କେତେ ଜଣ ଧର୍ମଗୁରୁ ଥିଲେ କିନ୍ତୁ ସୋସିଆଲ ମିଡିଆ ନ ଥିଲା ବିଭିନ୍ନ ଧର୍ମବାଣୀ ତଥା ତଥ୍ୟ ପ୍ରଚାର କରିବା ପାଇଁ। ମଣିଷ ସମାଜରେ ବଞ୍ଚତ୍ବା ଶୈଳୀ ଆଜିଭଳିଆ ନ ଥିଲା। ଆଜିକାଲି ଆମ ସମାଜର ସମସ୍ତ ଲୋକ ବିଭିନ୍ନ ଧର୍ମରେ ଦୀକ୍ଷିତ ହୋଇ ଧର୍ମଗ୍ରନ୍ଥ ପଢ଼ି, ବହୁ ବଡ଼ ଶିକ୍ଷା ଅନୁଷ୍ଠାନରେ ଅଧ୍ୟୟନ କରିଛନ୍ତି। ତଥାପି ମଧ୍ୟ ଭାଇ ଭାଇ ମଧ୍ୟରେ ସମ୍ପତ୍ତି ପାଇଁ ଝଗଡ଼ା, ସାହି ପଡ଼ିଶାରେ ଝଗଡ଼ା, ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା, ପରିବାରରେ ଅଶାନ୍ତି ଭଳି ଅନେକ ଅସାମାଜିକ ସମସ୍ୟା ଦେଖାଯାଉଛି। ବୃଦ୍ଧାଶ୍ରମ ଅଧିକରୁ ଅଧିକ ବୃଦ୍ଧି ପାଉଛି। ସତରେ ଯଦି ଆମେ ଶିକ୍ଷିତ, ଧାର୍ମିକ, ସଂସ୍କାରିତ ଓ ନିଜ ଧର୍ମବାଣୀ ଦ୍ୱାରା ଆମେ ପରିଚାଳିତ ଓ ଶିକ୍ଷାଗୁରୁ, ଦୀକ୍ଷାଗୁରୁଙ୍କ ଅନୁସରଣକାରୀ, ତା’ହେଲେ ନିଜ ପାଖରେ ନିଜ ନିଜ ଘରେ ବାପା ମା’ଙ୍କୁ କାହିଁକି ରଖି ପାରୁନାହଁୁ। ଯଦି ବି ନାରୀ ସମ୍ମାନ କଥା କହୁଛୁ ତଥାପି ନାରୀଙ୍କୁ ସମ୍ମାନ ଦେଉ ନାହିଁ॥ ଏଇଟା କ’ଣ ଶିକ୍ଷିତ, ସଂସ୍କାରିତ ଓ ଧାର୍ମିକ ଚିନ୍ତା କି ? ଆମେ ସଭ୍ୟ ସମାଜର ମଣିଷ। ଧର୍ମ ଅଧର୍ମ, ପାପ ପୁଣ୍ୟ କଥା କହି ପରଧନ ଲୁଟି ଖାଇବା, ସୁଯୋଗ ପାଇଲେ ଫାଇଦା ଉଠେଇବା, ନିଜର ଲାଭ ପାଇଁ ଅନ୍ୟର କ୍ଷତି କରିବା ଏଇଟା କ’ଣ ଆମର ଶିକ୍ଷା, ଧର୍ମବାଣୀ ନା ଆମ ଧର୍ମଗ୍ରନ୍ଥରେ ଲେଖାହୋଇଛି। ଭାବିଲେ ମନରେ ପ୍ରଶ୍ନ ଆସେ। ଭାରତର କୌଣସି ଧର୍ମଗ୍ରନ୍ଥରେ ବି ଏମିତି ଅସାମାଜିକ ବାର୍ତ୍ତା ଲେଖା ଯାଇନାହିଁ କି କୌଣସି ଧର୍ମ ଗୁରୁ ଓ ମହାପୁରୁଷମାନେ ମଧ୍ୟ ଅସାମାଜିକ କାର୍ଯ୍ୟ କରିବା ପାଇଁ ବାଣୀ ପ୍ରଦାନ କରିନାହାନ୍ତି। ସବୁବେଳେ ସତ୍ୟ, ଶାନ୍ତି, ଦୟା, କ୍ଷମା, ପ୍ରେମ, କରୁଣାକୁ ଆଧାର କରି ଧର୍ମଗ୍ରନ୍ଥରେ ଧର୍ମବାଣୀ ଲିଖିତ ଓ ଧର୍ମ ଗୁରୁମାନଙ୍କ ଦ୍ୱାରା ପ୍ରଚାରିତ। କିନ୍ତୁ ମଣିଷର କାର୍ଯ୍ୟକ୍ରମ ଠିକ୍‌ ଓଲଟା। ଆମେ ଯଦି ସତରେ ଶିକ୍ଷିତ, ସଂସ୍କାରିତ ଓ ଧର୍ମପରାୟଣ ବ୍ୟକ୍ତି ଏମିତି ଅସାମାଜିକ କାର୍ଯ୍ୟ କାହିଁକି ? ଆମ ମନରେ ସତ୍ୟ, ଶାନ୍ତି, ଦୟା, କ୍ଷମା, ପ୍ରେମ କରୁଣା କାହିଁକି ଉଙ୍କିମାରୁ ନାହିଁ। ଆମେ କ’ଣ ? ସମସ୍ତେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ। ସମାଜରେ କାହା ପେଟକୁ ଦାନା ମୁଠେ ନ ଦେଇ ପେଟକୁ ଲାତ ମାରନ୍ତି , କାହାକୁ କେବେ ଖାଇଛୁ , କେମିତି ଅଛୁ ନ ପଚାରି ତା’ ବିରୋଧରେ ତା’ ପଛରେ ତା’ ବିଷୟରେ ଆଲୋଚନା କରନ୍ତି। ଗରିବକୁ ହୀନ ଦୃଷ୍ଟିରେ ଦେଖନ୍ତି, ଧନୀ ହୋଇଗଲେ ବେଶି ଧନ ଗର୍ବ କରୁଛି ବୋଲି କୁହନ୍ତି। ଯଦି କିଏ କିଛି କରୁ ନାହିଁ ଅକର୍ମା ବୋଲି ତାଚ୍ଛଲ୍ୟ କରନ୍ତି ଓ କିଛି କରିବା ପାଇଁ ଚେଷ୍ଟା କଲେ ପଛରୁ ଗୋଡ଼ଟାଣନ୍ତି ବା ପଛରେ ରହି କ୍ଷତି କରନ୍ତି। ଏମିତି କାହିଁକି ? ଏଇଟା କ’ଣ ଆମ ଭିତରେ ଥିବା ମାନବିକତା? ଏଇଟା କ’ଣ ସଭ୍ୟ ଓ ଶିକ୍ଷିତ ସମାଜର ଚିନ୍ତା।
ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏହି କାରଣରୁ ମଣିଷ ଯେଉଁ ଧର୍ମରେ ରହିଲେ କି ଯେଉଁ ଧର୍ମର ଠାକୁରଙ୍କୁ ପୂଜା ବା ଭକ୍ତି କଲେ, ନିଜ ଧର୍ମରବାଣୀ ପ୍ରଚାର କଲେ କାହାର କିଛି ଅସୁବିଧା ନାହିଁ। ଜଣେ ଭାରତୀୟ ନାଗରିକ ହିସାବରେ ସେ ନିଜ ଇଚ୍ଛାରେ ଧର୍ମଗ୍ରହଣ ଓ ଧର୍ମ ପ୍ରଚାର କରିପାରିବ, କିନ୍ତୁ ଧର୍ମକୁ ନେଇ ଦେଶରେ ବିବାଦ ଧେଖାଯାଉଛି। ସମସ୍ତଙ୍କ ଭିତରେ ପ୍ରଥମେ ମଣିଷ ହିସାବରେ ମାନବିକତା ରହିବା ନିତାନ୍ତ ଆବଶ୍ୟକ। ମାନବିକତା ହିଁ ମାନବର ଶ୍ରେଷ୍ଠ ଧର୍ମ।

ଚିତ୍ତରଞ୍ଜନ ବେହେରା
ବୌଦ୍ଧ, ମୋ: ୯୪୩୮୭୧୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?