ମାନବୀୟ ତ୍ରୁଟି ଥିଲା, ରୋକାଯାଇ ପାରିଥାନ୍ତା

ଭୁବନେଶ୍ୱର,୪।୭(ଅଭିଜିତ ଦାସ): ଗତ ଜୁନ୍‌ ୨ ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ରେଲଓ୍ବେର ମୁଖ୍ୟ ସେଫ୍ଟି କମିଶନର (ସିସିଆର୍‌ଏସ୍‌) ଓ ସିବିଆଇ ଟିମ୍‌ ତଦନ୍ତ କରୁଛନ୍ତି। ଗତ କିଛିଦିନ ତଳେ ସିସିଆର୍‌ଏସ୍‌ ପକ୍ଷରୁ ରେଲ୍‌ୱେ ବୋର୍ଡ ନିକଟରେ ସ୍ବତନ୍ତ୍ର ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ଉକ୍ତ ରିପୋର୍ଟରେ ସିଗ୍‌ନାଲ ଓ ଟେଲିଂ କମ୍ୟୁନିକେଶନରେ ଏକାଧିକ ତ୍ରୁଟିରୁ ଏଭଳି ଦୁର୍ଘଟଣା ଘଟଥିବା ଉଲ୍ଲେଖ କରାଯାଇଛି। ସିଗ୍‌ନାଲ ସିଷ୍ଟମର ଅଧିକାରୀଙ୍କ ଅପାରଗତାରୁ କରମଣ୍ଡଳ ଏକ୍ସପ୍ରେସ୍‌ଟି ଅପ୍‌ ଲାଇନ୍‌ ବଦଳରେ ଲୁପ୍‌ ଲାଇନକୁ ମାଡିଯାଇଥିଲା। ଯଦିଓ ସିଗନାଲରେ ତ୍ରୁଟି ଥିଲା, ତେବେ ନାଲି ପତାକା ମାଧ୍ୟମରେ ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ରୋକା ଯାଇପାରିଥାନ୍ତା। ମାତ୍ର ତାହା କରାଯାଇ ନ ଥିଲା। ଅନ୍ୟପକ୍ଷରେ ଅପ୍‌ ଲାଇନ୍‌ରେ ସିଗ୍‌ନାଲ ତ୍ରୁଟି ଦେଖାଯିବାର ବହୁ ପୂର୍ବରୁ ୨ଟି ମୁଖ୍ୟ ଟ୍ରାକ୍‌କୁ ସଂଯୋଗ କରୁଥିବା ସୁଇଚର୍‌ରେ ତ୍ରୁଟି ଦେଖାଯାଇଥିଲା। ଷ୍ଟେଶନ ମ୍ୟାନେଜର ଓ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଏହା ଉପରେ ପଦକ୍ଷେପ ନିଆଯାଇ ନ ଥିଲା, ଯାହା ଦୁର୍ଘଟଣାର ଅନ୍ୟତମ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତଦନ୍ତକରୀ ଟିମ୍‌ ଦୁର୍ଘଟଣାର ତଦନ୍ତ ସମୟରେ ସିଗ୍‌ନାଲ ସିଷ୍ଟମ୍‌ ଓ ସୁଇଚର୍‌କୁ ନେଇ ଏକ ପରୀକ୍ଷଣ କରିଥିଲେ। ଏହି ସମୟରେ ଉଭୟ ବିଭାଗରେ ତ୍ରୁଟି ଦେଖାଯାଇଥିଲା। ଏପରିକି ଷ୍ଟେଶନ ପୂର୍ବରୁ ଉତ୍ତର କ୍ୟାବିନ, କ୍ୟାବିନ୍‌ ସହ ଜଡିତ ରିଲେ ରୁମ୍‌ ଏବଂ ଷ୍ଟେଶନ ନିକଟ କ୍ରସିଂ ପଏଣ୍ଟ (ଗେଟ୍‌ ନମ୍ବର ୯୪)ରେ ସିଗ୍‌ନାଲ କମ୍ୟୁନିକେଶନରେ ଅଦଳ ବଦଳ ରିଅର ମଧ୍ୟରେ ଧକ୍କା ହୋଇଥିଲା, ଫଳରେ କ୍ରସିଂ ପଏଣ୍ଟରେ ଇଲେକ୍ଟ୍ରିକ୍‌ ଲିଫ୍ଟ ବ୍ୟାରେଜର ସିଗ୍‌ନାଲରେ ବାରମ୍ବାର ପରିବର୍ତ୍ତନ ଆସୁଥିଲା। ବାହାନଗା ତଦନ୍ତ ରିପୋର୍ଟ ଦାଖଲ ପରେ ସମ୍ପୂର୍ଣ୍ଣ ସିଗ୍‌ନାଲ ସିଷ୍ଟମ ଓ ସୁଇଚ୍‌ର ଯାଞ୍ଚ ସହ ଏକ ସ୍ବତନ୍ତ୍ର ଟିମ୍‌ ମାଧ୍ୟମରେ ଉଚ୍ଚ ପରୀକ୍ଷଣ କରାଯିବା ଆବଶ୍ୟକ ବୋଲି ସିସିଆର୍‌ଏସ୍‌ ବୋର୍ଡକୁ ଜଣାଇଛନ୍ତି। ୨୦୨୨ରେ ଖଡଗପୁର ଡିଭିଜନରେ ମଧ୍ୟ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା। ତେଣୁ ଏହାକୁ ତ୍ରୁଟିମୁକ୍ତ କରିବା ଲାଗି ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯିବା ସହ ଏଭଳି ବିପର୍ଯ୍ୟୟର ମୁକାବିଲା ଲାଗି ଜୋନାଲ ଅଧିକାରୀମାନେ ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ଙ୍କ ମଧ୍ୟରେ ସମନ୍ବୟ ରଖିବା ଆବଶ୍ୟକ ବୋଲି ସିସିଆର୍‌ଏସ୍‌ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?