Posted inଜାତୀୟ

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ

‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ, ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ, ଏହି ବିଚାର ମାନବ-କୈନ୍ଦ୍ରିକ ପ୍ରଗତିର ଆହ୍ବାନ ରୂପରେ ପ୍ରକଟ ହୋଇଛି। ‘ଏକ ବିଶ୍ୱ’ ରୂପରେ ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ। ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକ ସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ।
କରୋନା ମହାମାରୀ ପରବର୍ତ୍ତୀ ଦୁନିଆ ଏହା ପୂର୍ବର ସମୟଠାରୁ ସମ୍ପୂର୍ଣ୍ଣ ଅଲଗା। ସାମ୍ପ୍ରତିକ ସମୟରେ ଅନେକଗୁଡ଼ିଏ ପରିବର୍ତ୍ତନ ବ୍ୟତୀତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି।
ପ୍ରଥମତଃ, ବିଶ୍ୱ ଏବେ ଜିଡିପି-କେନ୍ଦ୍ରିତ ଦୃଷ୍ଟିକୋଣ ପରିବର୍ତ୍ତେ ମାନବ-କେନ୍ଦ୍ରିତ ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ଏବଂ ଏହି ବାସ୍ତବତାକୁ ଏବେ ସମସ୍ତେ ହୃଦୟଙ୍ଗମ କଲେଣି।
ଦ୍ୱିତୀୟତଃ, ବିଶ୍ୱ ଯୋଗାଣ ଶୃଙ୍ଖଳ ବା ଗ୍ଲୋବାଲ ସପ୍ଲାଇ ଚେନ୍‌ରେ ଦୃଢ଼ତା ଓ ବିଶ୍ୱସନୀୟତାକୁ ସାରା ଦୁନିଆ ଏବେ ଗୁରୁତ୍ୱ ଦେଉଛି।
ତୃତୀୟତଃ, ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାର ମାଧ୍ୟମରେ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବାର ସାମୂହିକ ଆହ୍ବାନ ଏବେ ସାମ୍ନାକୁ ଆସିଛି।
ଏସବୁ ପରିବର୍ତ୍ତନରେ ଆମର ଜି-୨୦ ଅଧ୍ୟକ୍ଷତା ଏକ ଉତ୍‌ପ୍ରେରକ ଭୂମିକା ନିର୍ବାହ କରୁଛି।
ଡିସେମ୍ବର ୨୦୨୨ରେ ଯେତେବେଳେ ଆମେ ଇଣ୍ଡୋନେସିଆଠାରୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲୁ, ସେତେବେଳେ ମୁଁ କହିଥିଲି, ମାନସିକତାରେ ପରିବର୍ତ୍ତନ ଆଣିବାରେ ଜି-୨୦ ଏକ ବାହକ ହେବା ଉଚିତ। ବିକାଶଶୀଳ ଦେଶ, ଦକ୍ଷିଣ ବିଶ୍ୱ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶଗୁଡ଼ିକର ଅବହେଳିତ ଆକାଂକ୍ଷାକୁ ମୁଖ୍ୟଧାରାକୁ ଆଣିବା ଲାଗି ଏହାର ବିଶେଷ ଆବଶ୍ୟକତା ରହିଛି।
ଏହି ଲକ୍ଷ୍ୟ ନେଇ ଭାରତ ‘ଭଏସ୍‌ ଅଫ୍‌ ଗ୍ଲୋବାଲ ସାଉଥ ସମିଟ୍‌’ ଆୟୋଜନ କରିଥିଲା ଏବଂ ଏଥିରେ ୧୨୫ଟି ଦେଶ ଭାଗ ନେଇଥିଲେ। ଏହା ଭାରତ ଅଧ୍ୟକ୍ଷତା ଅଧୀନରେ ଆୟୋଜନ କରାଯାଇଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ମଧ୍ୟରୁ ଗୋଟିଏ ଥିଲା। ଦକ୍ଷିଣ ବିଶ୍ୱ ରାଷ୍ଟ୍ରମାନଙ୍କଠାରୁ ସେମାନଙ୍କ ବିଚାର, ଅନୁଭୂତି ଜାଣିବା ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ଥିଲା। ଏହାବ୍ୟତୀତ ଆମ ଅଧ୍ୟକ୍ଷତା ଅଧୀନରେ କେବଳ ଆଫ୍ରିକୀୟ ଦେଶମାନଙ୍କର ବର୍ତ୍ତମାନ ସୁଦ୍ଧା ସବୁଠୁ ଭାଗୀଦାରି ଦେଖିବାକୁ ମିଳିଥିଲା। ଜି-୨୦ର ଏକ ସ୍ଥାୟୀ ସଦସ୍ୟ ରୂପରେ ଆଫ୍ରିକୀୟ ୟୁନିୟନକୁ ସାମିଲ କରିବା ଉପରେ ମଧ୍ୟ ଭାରତ ଜୋର୍‌ ଦେଇଛି।
ଆମ ଦୁନିଆ ପରସ୍ପର ସହ ଯୋଡ଼ିହୋଇ ରହିଛି ା ଏହାର ଅର୍ଥ ହେଉଛି ବିଭିନ୍ନ କ୍ଷେତ୍ରରେ ଆମ ସମସ୍ୟାଗୁଡ଼ିକ ମଧ୍ୟ ପରସ୍ପର ସହ ଯୋଡ଼ିହୋଇ ରହିଛି। ବର୍ତ୍ତମାନ ୨୦୩୦ ଏଜେଣ୍ଡାର ମଧ୍ୟବର୍ତ୍ତୀ କାଳ ଚାଲିଛି ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍‌ଡିଜି) ବାଟବଣା ହେବାକୁ ନେଇ ଅନେକ ଦେଶ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏସ୍‌ଡିଜି ଉପରେ ପ୍ରଗତିକୁ ତ୍ୱରାନ୍ବିତ କରିବା ଲାଗି ଜି-୨୦ ୨୦୨୩ କାର୍ଯ୍ୟ ଯୋଜନା ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିବ। ଏହାଦ୍ୱାରା ଏସ୍‌ଡିଜି ହାସଲ କରିବା ପାଇଁ ବାଟ ସଫା ହେବ।
ଭାରତ ପ୍ରାଚୀନ କାଳରୁ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ଆଗକୁ ବଢ଼ିବାର ଆଦର୍ଶକୁ ଗ୍ରହଣ କରି ଆସିଛି। ଆଧୁନିକ ଯୁଗରେ ମଧ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଆମେ ନିଜର ଯୋଗଦାନ ଦେଉଛୁ।
ଦକ୍ଷିଣ ବିଶ୍ୱର ଅନେକ ଦେଶ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି ଏବଂ ଏହି ସମୟରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ ରଖାଯିବା ଉଚିତ। ଜଳବାୟୁ କାର୍ଯ୍ୟାନୁଷ୍ଠାନର ଆକାଂକ୍ଷା ସହିତ ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ।
ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିବା ଲାଗି ଆମକୁ କଟକଣାଯୁକ୍ତ ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ ା ”କ’ଣ କରାଯିବା ଉଚିତ ନୁହେଁ“ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ”କ’ଣ କରାଯାଇ ପାରିବ“ ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି।
ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ନୀଳ ଅର୍ଥ ବ୍ୟବସ୍ଥା ଲାଗି ଚେନ୍ନାଇ ଏଚ୍‌ଏଲ୍‌ପି ଆମ ମହାସାଗରଗୁଡ଼ିକୁ ସ୍ବଚ୍ଛ ରଖିବା କାର୍ଯ୍ୟରେ ନିୟୋଜିତ ରହିଛି।
ଏକ ସବୁଜ ଉଦ୍‌ଯାନ ନବସୃଜନ କେନ୍ଦ୍ର ସହିତ ଆମ ଅଧ୍ୟକ୍ଷତାରେ ସ୍ବଚ୍ଛ ଓ ସବୁଜ ଉଦ୍‌ଯାନ ସହ ଜଡ଼ିତ ଏକ ଗ୍ଲୋବାଲ ଇକୋସିଷ୍ଟମ୍‌ ପ୍ରସ୍ତୁତ ହେବ।
୨୦୧୫ରେ ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ ଶୁଭାରମ୍ଭ କରିଥିଲୁ। ଏବେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଆମେ ବିଶ୍ୱକୁ ଇନ୍ଧନ ରୂପାନ୍ତରଣ ଯୋଗ୍ୟ କରିବା ଲାଗି ସହଯୋଗ ଯୋଗାଇ ଦେବୁ। ଏହାଦ୍ୱାରା ଚକ୍ରାକାର ଅର୍ଥ ବ୍ୟବସ୍ଥାର ଲାଭ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ।
ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ସ୍ବରୂପ ଦେବା, ଏହି ଆନ୍ଦୋଳନକୁ ଗତିଶୀଳ କରିବାର ସବୁଠୁ ଭଲ ଉପାୟ। ଲୋକମାନେ ଯେପରି ନିଜ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଦୈନନ୍ଦିନ ଜୀବନରେ ନିଷ୍ପତ୍ତି ନେଇଥାନ୍ତି, ସେହିପରି ସେମାନେ ଏ ପୃଥିବୀର ସ୍ବାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବକୁ ଧ୍ୟାନରେ ରଖି ନିଜ ଜୀବନଶୈଳୀ ନିର୍ଦ୍ଧାରଣ କରିପାରିବେ। ଯୋଗ ଯେପରି ଭାବେ ବିଶ୍ୱସ୍ତରରେ ଏକ ଜନଆନ୍ଦୋଳନ ପାଲଟିଛି, ସେହିପରି ଆମେ ଦୀର୍ଘସ୍ଥାୟୀ ପରିବେଶ ପାଇଁ ଜୀବନଶୈଳୀ ବା ‘ଲାଇଫ୍‌ ଷ୍ଟାଇଲ ଫର୍‌ ସଷ୍ଟେନେବଲ ଏନ୍‌ଭାଇରନ୍‌ମେଣ୍ଟ’(ଲାଇଫ୍‌)କୁ ପ୍ରୋତ୍ସାହିତ କରୁଛୁ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ବରୂପ ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏକ ବଡ଼ ଆହ୍ବାନ ପାଲଟିବ। ଏହାର ମୁକାବିଲା କରିବାରେ ମିଲେଟ୍ସ ବା ଶ୍ରୀ ଅନ୍ନ ବେଶ୍‌ ସହାୟକ ହୋଇପାରିବ। ଶ୍ରୀ ଅନ୍ନ ଜଳବାୟୁ ଅନୁକୂଳ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ସମୟରେ ଆମେ ଶ୍ରୀ ଅନ୍ନକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛୁ। ‘ଦ ଡେକ୍କାନ ହାଇ ଲେଭଲ ପ୍ରିନିପଲ୍ସ ଅନ୍‌ ଫୁଡ୍‌ ସିକ୍ୟୁରିଟିଜ୍‌ ଏଣ୍ଡ ନ୍ୟୁଟ୍ରିଶନ’ରୁ ମଧ୍ୟ ଏ ଦିଗରେ ବିଶେଷ ସହାୟତା ମିଳିପାରିବ।
ପ୍ରଯୁକ୍ତି ମାଧ୍ୟମରେ ପରିବର୍ତ୍ତନ ଆସିପାରିବ, କିନ୍ତୁ ଏହାକୁ ସମାବେଶୀ କରିବାର ମଧ୍ୟ ଆବଶ୍ୟକତା ରହିଛି। ଅତୀତରେ, ବୈଷୟିକ ପ୍ରଗତିର ଲାଭ ସମାଜର ସବୁ ବର୍ଗଙ୍କୁ ସମାନ ଭାବେ ମିଳୁ ନ ଥିଲା। ପ୍ରଯୁକ୍ତିର ଲାଭ ନେଇ କିଭଳି ଅସମାନତାକୁ ଦୂର କରାଯାଇପାରିବ ତାହା ବିଗତ କିଛି ବର୍ଷ ମଧ୍ୟରେ ଭାରତ ଦୁନିଆକୁ ଦର୍ଶାଇଛି।
ଉଦାହରଣ ସ୍ବରୂପ ସାରା ଦୁନିଆରେ କୋଟି କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ସୁବିଧା କିମ୍ବା ଡିଜିଟାଲ ପରିଚୟ ନାହିଁ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି(ଡିପିଆଇ) ମାଧ୍ୟମରେ ସେମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତୀକରଣ କରାଯାଇପାରିବ।
ଡିପିଆଇର ଉପଯୋଗ କରି ଆମେ ଯେଉଁ ପରିଣାମ ହାସଲ କରିଛୁ, ତାହା ସାରା ଦୁନିଆ ଦେଖୁଛି। ସମସ୍ତେ ଏହାକୁ ସ୍ବୀକାର ମଧ୍ୟ କରୁଛନ୍ତି। ଏବେ ଜି-୨୦ ମାଧ୍ୟମରେ ଆମେ ବିକାଶଶୀଳ ଦେଶକୁ ଡିପିଆଇକୁ ଆପଣାଇବା, ପ୍ରସ୍ତୁତ କରିବା ଏବଂ ଏହାକୁ ବିସ୍ତାରିତ କରିବାରେ ସହାୟତା କରିବୁ; ଯାହାଫଳରେ ସେମାନେ ସମାବେଶୀ ବିକାଶର ଶକ୍ତି ହାସଲ କରିପାରିବେ।
ଭାରତ ସବୁଠୁ ଦ୍ରୁତ ଗତିରେ ବଡ଼ ଅର୍ଥ ବ୍ୟବସ୍ଥା ହୋଇଯିବା କୌଣସି ଆକସ୍ମିକ ଘଟଣା ନୁହେଁ। ଆମର ସରଳ, ବ୍ୟାବହାରିକ ଏବଂ ଦୀର୍ଘସ୍ଥାୟୀ ଉପାୟ ଦୁର୍ବଳ ଓ ବଞ୍ଚିତ ଲୋକମାନଙ୍କୁ ଆମ ବିକାଶ ଯାତ୍ରାର ନେତୃତ୍ୱ ନେବା ଲାଗି ସଶକ୍ତ କରିଛି। ମହାକାଶଠାରୁ ଆରମ୍ଭ କରି କ୍ରୀଡ଼ା, ଅର୍ଥ ବ୍ୟବସ୍ଥାଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ଭାରତ ଆଜି ମହିଳାମାନଙ୍କ ବିକାଶଠାରୁ ଆଗକୁ ବଢ଼ି ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ରରେ ଆଗକୁ ବଢ଼ୁଛି। ଆମ ଜି-୨୦ ଅଧ୍ୟକ୍ଷତା ଲିଙ୍ଗଗତ ଡିଜିଟାଲ ବ୍ୟବଧାନକୁ ଦୂର କରିବା, ଶ୍ରମଶକ୍ତିରେ ଭାଗୀଦାରିର ବ୍ୟବଧାନକୁ କମ୍‌ କରିବା ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାଙ୍କ ଏକ ବଡ଼ ଭୂମିକାକୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛି।
ଭାରତ ପାଇଁ ଜି-୨୦ ଅଧ୍ୟକ୍ଷତା କେବଳ ଏକ ଉଚ୍ଚସ୍ତରୀୟ କୂଟନୀତିକ ପ୍ରୟାସ ନୁହେଁ, ଗଣତନ୍ତ୍ରର ଜନନୀ ଓ ବିବିଧତାର ଆଦର୍ଶ ରୂପରେ ଆମେ ଏହି ଅଭିଜ୍ଞତାର ଦ୍ୱାରକୁ ଦୁନିଆ ପାଇଁ ଖୋଲି ଦେଇଛୁ।
କୌଣସି କାମକୁ ବଡ଼ ଆକାରରେ କରିବାର କଥା ଉଠିଲେ ଖୁବ୍‌ ସହଜରେ ଭାରତର ନାମ ଆଗକୁ ଆସିଥାଏ। ଜି-୨୦ ଅଧ୍ୟକ୍ଷତା ଏହାର କୌଣସି ବ୍ୟତିକ୍ରମ ନୁହେଁ। ଏହା ଭାରତରେ ଏକ ଜନ ଆନ୍ଦୋଳନ ପାଲଟିଛି।
ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ଭାରତର ୬୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରିସାରିଛୁ। ଏହି ସମୟରେ ଆମେ ୧୨୫ ଦେଶର ପାଖାପାଖି ୧,୦୦,୦୦୦ ପ୍ରତିନିଧିଙ୍କୁ ଆତିଥେୟ ପ୍ରଦାନ କରିସାରିଛୁ। ଅନ୍ୟ କୌଣସି ଦେଶର ଅଧ୍ୟକ୍ଷତା ସମୟରେ ଏତେ ବିଶାଳ ଓ ବିବିଧ ଭୌଗୋଳିକ ବିସ୍ତାରକୁ ଏପରି ଭାବେ ସାମିଲ କରାଯାଇନାହିଁ।
ଭାରତର ଜନସଂଖ୍ୟା, ଗଣତନ୍ତ୍ର, ବିବିଧତା ଓ ବିକାଶ ବିଷୟରେ ଅନ୍ୟ କାହାଠାରୁ ଶୁଣିବା ଗୋଟିଏ କଥା ଏବଂ ଏହାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ଭିନ୍ନ କଥା। ମୋର ବିଶ୍ୱାସ ରହିଛି ଯେ ଆମର ଜି-୨୦ ପ୍ରତିନିଧିମାନେ ନିଜେ ଏହାକୁ ଅନୁଭବ କରିବେ।
ଆମ ଜି-୨୦ ଅଧ୍ୟକ୍ଷତା ବିଭାଜନକୁ ଦୂର କରିବା, ବାଧା ଦୂରେଇ ଦେବା ଏବଂ ସହଯୋଗକୁ ଗଭୀର କରିବା ଲାଗି ପ୍ରୟାସ କରିଥାଏ। ଆମ ଭାବନା ଏପରି ଏକ ଦୁନିଆ ନିର୍ମାଣ କରିଛି, ଯେଉଁଠି ଏକତା ପ୍ରତ୍ୟେକ ମତଭେଦଠାରୁ ଉପରେ ରହିଛି, ଯେଉଁଠି ସହଭାଗୀ ଲକ୍ଷ୍ୟ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ସମାପ୍ତ କରିଦେଇଛି।
ଜି-୨୦ ଅଧ୍ୟକ୍ଷ ଭାବେ ଆମେ ବିଶ୍ୱ ମଞ୍ଚକୁ ଆହୁରି ବ୍ୟାପକ କରିବାକୁ ସଂକଳ୍ପ ନେଇଥିଲୁ, ଯେଉଁଥିରେ ସମସ୍ତଙ୍କ ସ୍ବର ଶୁଣାଯିବ ଏବଂ ପ୍ରତ୍ୟେକ ଦେଶ ଯେପରି ନିଜର ଯୋଗଦାନ ଦେଇପାରିବେ ତାହା ସୁନିଶ୍ଚିତ କରାଯାଇଛି। ଆମେ କାମ ଓ ସ୍ପଷ୍ଟ ପରିଣାମ ସହିତ ନିଜ ସଂକଳ୍ପ ପୂରଣ କରିପାରିଛୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?