ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୮ା୯(ହର୍ଷବର୍ଦ୍ଧନ ବେହେରା): ସମାଜରେ ସବୁଠାରୁ ଅବହେଳିତ ଯାଯାବର ମାଙ୍କଡିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାର ବିବାଦ ଘେରକୁ ଠେଲି ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଛି। ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗ କ୍ରମେ ଲୋକାୟୁକ୍ତ ୩୪୬/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ସେ ଦର୍ଶାଇଥିଲେ, ମାଙ୍କଡିଆ ଜନଜାତି ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଯାଜପୁର, ମୟୂରଭଞ୍ଜ, ସମ୍ବଲପୁର ଓ କଳାହାଣ୍ଡି ଜିଲାରେ ଏହି ଜନଜାତି ବସବାସ କରିଥାନ୍ତି। ଏମାନେ ପାର୍ଟିକୁଲାର ଭୁଲନେରେବୁଲ ଟ୍ରାଇବାଲ ଗ୍ରୁପ (ପିଭିଟିଜି) କେଟେଗୋରୀ ଅଧୀନରେ ଆସୁଛନ୍ତି। ବର୍ତ୍ତମାନ ଏହି ସମ୍ପ୍ରଦାୟର ୮୭ ପରିବାର କାଳିଆପାଣି ଖଣି ନିକଟସ୍ଥ ମଲ୍ଲାରସାହି ଗ୍ରାମରେ ବସବାସ କରୁଛନ୍ତି। ଏମାନଙ୍କୁ ଡିଏମ୍‌ଏଫ୍‌ (ଜିଲା ଖଣିଜ ପ୍ରତିଷ୍ଠାନ)ପାଣ୍ଠିରୁ ପ୍ରତ୍ୟେକ ପରିବାରଙ୍କୁ ଘର ସମେତ ପାନୀୟ ଜଳ, ବାଥରୁମ, ଇଲେକ୍ଟି ଯୋଗାଇ ଦେବାକୁ ପାଣ୍ଠି ମଞ୍ଜୁର ହୋଇଛି। ହେଲେ ମଞ୍ଜୁର ପାଣ୍ଠିରୁ ପ୍ରାୟ ୮୭ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି। ଏହାସହ ଘର ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ୨୧ା୨ା୨୦୨୦ ସୁଦ୍ଧା ଶେଷ ହେବା କଥା। କିନ୍ତୁ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ମାତ୍ର ୩୦% କାମ ସରିଛି। ଫଳରେ ଏହିସବୁ ପ୍ରତିଶ୍ରୁତି ନୀରିହ ମାଙ୍କଡିଆ ଜନଜାତି ପରିବାରଙ୍କ ପାଇଁ ସ୍ବପ୍ନ ହୋଇଛି।
ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କ ୨୦ା୭ା୨୦୨୩ରେ ଜିଲାପାଳଙ୍କୁ ଦେଇଥିବା ବିନିଯୋଗ ପତ୍ର (ୟୁସି) ରିପୋର୍ଟ ଅନୁସାରେ ରାଆଁସୋଲ ମାଙ୍କଡ଼ିଆ ଜନଜାତିଙ୍କ ଥଇଥାନ କଲୋନୀ ନିର୍ମାଣ ପାଇଁ ୨୦୨୦-୨୧ରେ ଡିଏମଏଫ୍‌ ପାଣ୍ଠିରୁ ୨ କୋଟି ୮୧ ଲକ୍ଷ ୨୦ ହଜାର ଟଙ୍କା ଗ୍ରହଣ କରାଯାଇଛି। ସେଥିରୁ ୨ କୋଟି ୮୧ ଲକ୍ଷ ୧୯ ହଜାର ୯୨୯ ଟଙ୍କା ଖର୍ଚ୍ଚର ୟୁସି ଦାଖଲ ହୋଇଛି। ଗୃହ ନିର୍ମାଣ ବାବଦକୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ମଞ୍ଜୁର ହୋଇଥିଲା। ଏହି କ୍ରମରେ ମାତ୍ର ୪୩ ଲକ୍ଷ ୯୮ ହଜାର ୪୬୩ ଟଙ୍କା ବାକି ରହିଥିବାବେଳେ ଥଇଥାନ ବସତି ଗୃହଗୁଡ଼ିକର ଅଧିକାଂଶ କାର୍ଯ୍ୟ ବାକି ପଡିଛି। ତେଣୁ ଏଭଳି ବିନିଯୋଗକୁ ଅବଲୋକନ କଲେ ଗୃହ ନିର୍ମାଣ ନିମ୍ନମାନର ହେବା ସହ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଉପରେ ଯାଜପୁର ଜିଲାପାଳଙ୍କ ସମେତ, ସୁକିନ୍ଦା ବିଡିଓ, ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଓ ଠିକାଦାର ଭାଗବତ ଖଟୁଆଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ଅଧ୍ୟକ୍ଷ ଓ ସଦସ୍ୟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଲୋକାୟୁକ୍ତରେ ମାମଲା ରୁଜୁ ହେବା ପରେ ସେହି ଘରଗୁଡିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri