Posted inଜାତୀୟ

ପରିବହନ ଯାନରେ ଲାଗିବ ଟ୍ରାକିଂ ଡିଭାଇସ୍‌

ଭୁବନେଶ୍ୱର,୮ା୯(ଅନିଲ ଦାସ):ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ସହ ମହିଳା ଓ ଶିଶୁ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଯାନବାହନଗୁଡ଼ିକରେ ଲୋକେଶନ ଟ୍ରାକିଂ ଓ ସେଫ୍ଟି ଡିଭାଇସ୍‌ ଲଗାଯିବ। ଏହି ଡିଭାଇସ୍‌ ନ ଥିଲେ ଆସନ୍ତା ଅକ୍ଟୋବର ପହିଲାରୁ କୌଣସି ନୂଆ ଗାଡ଼ି ପଞ୍ଜୀକରଣ କରାଯିବ ନାହିଁ। ସେହିପରି ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ପଞ୍ଜୀକରଣ ହୋଇଛି ସମ୍ପୃକ୍ତ ଗାଡ଼ିର ମାଲିକମାନେ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ନିଜ ଗାଡ଼ିରେ ଏହି ଡିଭାଇସ୍‌ ଲଗାଇବାକୁ ରାଜ୍ୟ ପରିବହନ କମିଶନର କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପରିବହନ ସେବା ଯୋଗାଉଥିବା ଯାନରେ ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ୍‌(ଭିଏଲ୍‌ଟିଡି) ଓ ପାନିକ୍‌ ବଟନ୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଗାଡ଼ି ଯଥା ବସ୍‌ , ଶିକ୍ଷାନୁଷ୍ଠାନ ବସ୍‌, ଆମ୍ବୁଲାନ୍ସ, ସବୁପ୍ରକାର କ୍ୟାବ୍‌, ଓମିନି ବସ୍‌, ମୋଟର କ୍ୟାବ୍‌, ପ୍ରାଇଭେଟ୍‌ ସର୍ଭିସ ଗାଡ଼ି ଓ ନ୍ୟାଶନାଲ ପର୍‌ମିଟ୍‌ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଡିଭାଇସ୍‌ ଲାଗିବ।
ଅକ୍ଟୋବର ୧ ତାରିଖ ଅବା ଏହାପରେ ଯେଉଁ ନୂଆ ଗାଡ଼ିଗୁଡ଼ିକ କ୍ରୟ ହେବ ସେଥିରେ ପଞ୍ଜୀକରଣ ସମୟରେ ଭିଏଲ୍‌ଟିଡି ଡିଭାଇସ୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ଯେଉଁ ଗାଡ଼ିଗୁଡ଼ିକ ଚଳିତ ମାସ ୩୦ତାରିଖ ମଧ୍ୟରେ କ୍ରୟ ହୋଇଛି ସେଗୁଡ଼ିକ ୨୦୨୩ ଡିସେମ୍ବର ୩୧ତାରିଖ ପୂର୍ବରୁ ଏହି ଡିଭାଇସ୍‌ ଲଗାଇବେ। ଯଦି କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଭିଏଲ୍‌ଟିଡି ଡିଭାଇସ୍‌ ଲାଗି ନ ଥିବ ତେବେ ସମ୍ପୃକ୍ତ ଗାଡ଼ିକୁ ଫିଟ୍‌ନେସ, ମାଲିକାନା ପରିବର୍ତ୍ତନ, ପର୍‌ମିଟ୍‌ ଓ ନ୍ୟାଶନାଲ ପର୍‌ମିଟ୍‌ ଆଦି ସୁବିଧା ମିଳିବ ନାହିଁ।
ଓଡ଼ିଶା ସରକାରଙ୍କ ପରିବହନ ବିଭାଗର ୱେବ୍‌ସାଇଟକୁ ଯାଇ କ୍ଷମତାପ୍ରାପ୍ତ ବିକ୍ରେତାଙ୍କୁ ଚୟନ କରି ଅବା ନିକଟସ୍ଥ ରେଟ୍ରୋ ଫିଟ୍‌ମେଣ୍ଟ ସେଣ୍ଟର(ଆର୍‌ଏଫ୍‌ସି)କୁ ଯାଇ ଏହି ଡିଭାଇସ୍‌ ଗାଡ଼ିରେ ଲଗାଇ ପାରିବେ। ଗାଡ଼ି ମାଲିକମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି କମ୍ପାନୀର ଭିଏଲ୍‌ଟିଡି ଡିଭାଇସ୍‌ ଲଗାଇ ପାରିବେ। ଶେଷ ସମୟରେ ଭିଡ଼ ହ୍ରାସ ନିମନ୍ତେ ଗାଡ଼ିମାଲିକମାନେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଭିଏଲ୍‌ଟିଡି ଡିଭାଇସ୍‌ ଲଗାଇବାକୁ ପରିବହନ କମିଶନର ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଏହି ଡିଭାଇସ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ରାଜ୍ୟ ସରକାର ଏହି ଅବଧିକୁ ବାରମ୍ବାର ବୃଦ୍ଧି କରି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?