ଏଲିଜାବେଥ ହେବେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ

ପ୍ୟାରିସ,୧୭ ।୫: ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଛନ୍ତି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କ ଇସ୍ତଫା ଗ୍ରହଣ କରି ନେଇଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ସୋମବାର ରାଷ୍ଟ୍ରପତି ଭବନ ଯାଇ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ଯାହାକୁ ରାଷ୍ଟ୍ରପତି ସ୍ୱୀକାର କରି ନେଇଛନ୍ତି । ରାଷ୍ଟ୍ରପତି ଭାବେ ଇମାନୁଏଲ ମାକ୍ରୋନ ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ସୋମବାର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।

ଏହାପରେ ରାଷ୍ଟ୍ରପତି ଏଲିଜାବେଥ ବର୍ନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ଫ୍ୟାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଥିଲା କି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ଦେବାକୁ ସୋମବାର ରାଷ୍ଟ୍ରପତି ଭବନ ଆସିଥିଲେ । ଏହାକୁ ରାଷ୍ଟ୍ରପତି ସ୍ୱୀକାର କରି ନେଇଛନ୍ତି । ଫ୍ରାନ୍ସ ଗଣମାଧ୍ୟମ କହିଛି ଏହି ପଦପାଇଁ ଏଲିଜାବେଥ ବର୍ନଙ୍କୁ ରାଷ୍ଟ୍ରପତି ମାକ୍ରୋନ ପସନ୍ଦ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏକରୁ ଅଧିକ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଏକ ସାଧାରଣ କଥା ।


Enter your email to get our daily news in your inbox.

All Right Reserved By Dharitri.Com

ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌ ନିକଟରେ ବେହୋସ ହୋଇ ପଡ଼ିଗଲେ ଅଙ୍ଗରକ୍ଷୀ, ଭିଡିଓ ଦେଖିଲେ…

ଲଣ୍ଡନ,୧୫ା୯: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବୁଧବାର ଲଣ୍ଡନର ବକିଂହାମ୍‌ ପ୍ୟାଲେସରୁ ଶେଷ ଦର୍ଶନ ପରେ ରାଣୀଙ୍କ କଫିନ ଓ୍ବେଷ୍ଟମିନିଷ୍ଟର ହଲ୍‌କୁ ଅଣାଯାଇଥିଲା। ଅନ୍ତିମ...

୨୭ଶହ ବର୍ଷ ତଳେ ବିୟର ପିଉଥିଲେ ମଣିଷ

ଓ୍ବାଶିଂଟନ,୧୪।୧୦: ବିୟର ଓ ପନିର ପ୍ରତି ମଣିଷର ଭଲ ପାଇବା ବହୁ ପୁରୁଣା। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୭୦୦ ବର୍ଷ ତଳେ ଅଷ୍ଟ୍ରିଆର ଲୁଣ...

ପ୍ରାଣୀ ପ୍ରେମରେ ଜାପାନବାସୀ

ଟୋକିଓ: ଜାପାନର ଯୁବପିଢ଼ିଙ୍କ ମଧ୍ୟରେ ବିବାହ ପ୍ରତି ବିତୃଷ୍ଣା ମନୋଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବ ପଡ଼ିଛି ଜନ୍ମହାର ଉପରେ। ଅବିବାହିତ ଯୁବତୀଯୁବକ ଏବଂ ନିଃସନ୍ତାନ...

କୋର୍ଟରୁ ଇମ୍ରାନଙ୍କୁ ଆଶ୍ୱସ୍ତି: ହଟିଲା ଲାଇଭ ଟେଲିକାଷ୍ଟ ପ୍ରତିବନ୍ଧକ

ଇସ୍‌ଲାମାବାଦ,୩୦।୮: ଇସ୍‌ଲାମାବାଦ ହାଇକୋର୍ଟରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି ମିଳିଛି। ଇମ୍ରାନ ଖାନଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏହି...

ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ଜାରି କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ପେଣ୍ଟାଗନ ପକ୍ଷରୁ ଜାରି...

ପୋଲ ତଳେ ୧୦ ହଜାର ଶରଣାର୍ଥୀ

ଓ୍ବାଶିଂଟନ,୧୮।୯: ଡେଲ୍‌ ରିଓ ଇଣ୍ଟରନ୍ୟାଶନାଲ ବ୍ରିଜ୍‌। ଆମେରିକା ଯିବା ପାଇଁ ୩୭ ଡିଗ୍ରୀ ତାପମାତ୍ରାରେ ତମ୍ବୁ ତଳେ ଜୀବନ ବିତାଉଛନ୍ତି ହଜାର ହଜାର ହାଇତି ଶରଣାର୍ଥୀ।...

ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ...

ଅପହୃତ ୧୯ ଭାରତୀୟ ମୁକୁଳିଲେ

ଅବୁଜା,୨୦ା୧(ପି.ଟି.): ଗତମାସରେ ଆଫ୍ରିକାର ପଶ୍ଚିମ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଏକ  ଜାହାଜରୁ ଅପହୃତ ହୋଇଥିବା ୧୯ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ପଣବନ୍ଦୀ ଥିବାବେଳେ ଜଣକର...

Advertisement
Archives

Model This Week