ଦ୍ୱିତୀୟ ସୁପର୍‌ ଓଭର ଟାଇ ରହିଥିଲେ କେମିତି ସ୍ଥିର ହୋଇଥାନ୍ତା ମ୍ୟାଚ୍‌ର ଫଳାଫଳ

ଦୁବାଇ, ୧୯।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ୨୦ ଓଭର ଖେଳ ପରେ ଦୁଇ ଦଳ ସ୍କୋର ୧୭୬-୧୭୬ରେ ସମାନ ରହି ସୁପର୍‌ ଓଭରକୁ ଯାଇଥିଲା। କିନ୍ତୁ ରୋମାଞ୍ଚର ସମସ୍ତ ସୀମା ଅତିକ୍ରମ କରିସାରିଥିଲା ଯେତେବେଳେ ଉଭୟ ଦଳ ସୁପର୍‌ ଓଭରରେ ସମାନ ୫-୫ ରନ କରିବାକୁ ସକ୍ଷମ ହୋଇଥିଲେ।


ହୋଇଥିବା ପରିବର୍ତ୍ତନ ଯୋଗୁ ପ୍ରଥମ ସୁପର୍‌ ଓଭର ଟାଇ ରହିବା ପରେ ଦ୍ୱିତୀୟ ସୁପର୍‌ ଓଭର ଦେଖିବାକୁ ମିଳିଥିଲା। ଦ୍ୱିତୀୟ ସୁପର୍‌ ଓଭରରେ କିନ୍ତୁ ମୁମ୍ବାଇକୁ ମାତ୍‌ ଦେଇ କିଙ୍ଗ୍ସ ଇଲେଭେନ ପଞ୍ଜାବ ୨ ପଏଣ୍ଟ ହାତେଇ ନେଇଥିଲା। ଉଲ୍ଲେଖଯୋଗ୍ୟ, ଗତବର୍ଷ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପରେ ସୁପର୍‌ ଓଭର ନିୟମରେ ପରିବର୍ତ୍ତନ କରାଯାଇଥିଲା। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ ଫାଇନାଲରେ ସୁପର୍‌ ଓଭର ଟାଇ ରହିବା ପରେ ଫଳାଫଳ ପାଇଁ ବାଉଣ୍ଡରୀ ହିସାବ କରାଯାଇଥିଲା। ଅର୍ଥାତ୍‌ ଯେଉଁ ଦଳ ଅଧିକ ବାଉଣ୍ଡରୀ ମାରିଥିବା ସେହି ଦଳକୁ ବିଜେତା ଘୋଷିତ କରାଯାଇଥିଲା। ଏହି ଆଧାରରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। କିନ୍ତୁ ଏହି ବାଉଣ୍ଡରୀ ନିୟମକୁ ନେଇ ସେତେବେଳେ ଆଇସିସିକୁ ବେଶ୍‌ ସମାଲୋଚନା ହେବାକୁ ପଡ଼ିଥିଲା।

ତେବେ ଏହାପରେ ସୁପର୍‌ ଓଭର ନିୟମରେ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ ଯଦି ମ୍ୟାଚ୍‌ ପରେ ସୁପର୍‌ ଓଭର ମଧ୍ୟ ଟାଇରେ ଶେଷ ହେଉଛି ତେବେ ଫଳାଫଳ ପାଇଁ ଦ୍ୱିତୀୟ ସୁପର୍‌ ଓଭର ଖେଳାଯିବ। କିନ୍ତୁ ଯଦି ୨ୟ ସୁପର୍‌ ଓଭର ଟାଇ ରୁହେ ତେବେ ଫଳାଫଳ ପାଇଁ ଆଉ ଏକ ସୁପର୍‌ ଓଭରର ସହାୟତା ନିଆଯିବ। ଏହିଭଳି ଭାବେ ଫଳାଫଳ ବାହାରିବା ଯାଏ ସୁପର୍‌ ଓଭର ଖେଳାଯିବ। ସ୍ମରଣଯୋଗ୍ୟ, ୨୦୦୮ରେ ପ୍ରଥମେ ଟି୨୦ରେ ସୁପର୍‌ ଓଭର ନିୟମ ଆରମ୍ଭ ହୋଇଥିଲା। ଏହାପରେ ୨୦୧୧ ବିଶ୍ୱକପ୍‌ରେ ଏହାକୁ ସାମିଲ କରାଯାଇଥିଲା। ଏଥିପୂର୍ବରୁ କିନ୍ତୁ ମ୍ୟାଚ୍‌ ଟାଇ ରହୁଥିଲେ ଫଳାଫଳ ପାଇଁ ‘ବଲ୍‌ ଆଉଟ୍‌’ ପଦ୍ଧତି ଆପଣା ଯାଉଥିଲା। ‘ବଲ୍‌ ଆଉଟ୍‌’ରେ ଉଭୟ ଦଳର ୫ ଜଣ ଲେଖାଏ ବୋଲିଂ କରିବାର ସୁଯୋଗ ପାଉଥିଲେ ଏବଂ ବୋଲିଂ କରି ଷ୍ଟମ୍ପ୍‌ ଖସାଇବାକୁ ଚେଷ୍ଟା କରୁଥିଲେ। ଷ୍ଟମ୍ପରେ ଅଧିକଥର ବଜାଇଥିବା ଦଳକୁ ବିଜେତା ଘୋଷିତ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?