ଦ୍ୱିତୀୟ ସୁପର୍‌ ଓଭର ଟାଇ ରହିଥିଲେ କେମିତି ସ୍ଥିର ହୋଇଥାନ୍ତା ମ୍ୟାଚ୍‌ର ଫଳାଫଳ

ଦୁବାଇ, ୧୯।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ୨୦ ଓଭର ଖେଳ ପରେ ଦୁଇ ଦଳ ସ୍କୋର ୧୭୬-୧୭୬ରେ ସମାନ ରହି ସୁପର୍‌ ଓଭରକୁ ଯାଇଥିଲା। କିନ୍ତୁ ରୋମାଞ୍ଚର ସମସ୍ତ ସୀମା ଅତିକ୍ରମ କରିସାରିଥିଲା ଯେତେବେଳେ ଉଭୟ ଦଳ ସୁପର୍‌ ଓଭରରେ ସମାନ ୫-୫ ରନ କରିବାକୁ ସକ୍ଷମ ହୋଇଥିଲେ।


ହୋଇଥିବା ପରିବର୍ତ୍ତନ ଯୋଗୁ ପ୍ରଥମ ସୁପର୍‌ ଓଭର ଟାଇ ରହିବା ପରେ ଦ୍ୱିତୀୟ ସୁପର୍‌ ଓଭର ଦେଖିବାକୁ ମିଳିଥିଲା। ଦ୍ୱିତୀୟ ସୁପର୍‌ ଓଭରରେ କିନ୍ତୁ ମୁମ୍ବାଇକୁ ମାତ୍‌ ଦେଇ କିଙ୍ଗ୍ସ ଇଲେଭେନ ପଞ୍ଜାବ ୨ ପଏଣ୍ଟ ହାତେଇ ନେଇଥିଲା। ଉଲ୍ଲେଖଯୋଗ୍ୟ, ଗତବର୍ଷ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପରେ ସୁପର୍‌ ଓଭର ନିୟମରେ ପରିବର୍ତ୍ତନ କରାଯାଇଥିଲା। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ ଫାଇନାଲରେ ସୁପର୍‌ ଓଭର ଟାଇ ରହିବା ପରେ ଫଳାଫଳ ପାଇଁ ବାଉଣ୍ଡରୀ ହିସାବ କରାଯାଇଥିଲା। ଅର୍ଥାତ୍‌ ଯେଉଁ ଦଳ ଅଧିକ ବାଉଣ୍ଡରୀ ମାରିଥିବା ସେହି ଦଳକୁ ବିଜେତା ଘୋଷିତ କରାଯାଇଥିଲା। ଏହି ଆଧାରରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। କିନ୍ତୁ ଏହି ବାଉଣ୍ଡରୀ ନିୟମକୁ ନେଇ ସେତେବେଳେ ଆଇସିସିକୁ ବେଶ୍‌ ସମାଲୋଚନା ହେବାକୁ ପଡ଼ିଥିଲା।

ତେବେ ଏହାପରେ ସୁପର୍‌ ଓଭର ନିୟମରେ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ ଯଦି ମ୍ୟାଚ୍‌ ପରେ ସୁପର୍‌ ଓଭର ମଧ୍ୟ ଟାଇରେ ଶେଷ ହେଉଛି ତେବେ ଫଳାଫଳ ପାଇଁ ଦ୍ୱିତୀୟ ସୁପର୍‌ ଓଭର ଖେଳାଯିବ। କିନ୍ତୁ ଯଦି ୨ୟ ସୁପର୍‌ ଓଭର ଟାଇ ରୁହେ ତେବେ ଫଳାଫଳ ପାଇଁ ଆଉ ଏକ ସୁପର୍‌ ଓଭରର ସହାୟତା ନିଆଯିବ। ଏହିଭଳି ଭାବେ ଫଳାଫଳ ବାହାରିବା ଯାଏ ସୁପର୍‌ ଓଭର ଖେଳାଯିବ। ସ୍ମରଣଯୋଗ୍ୟ, ୨୦୦୮ରେ ପ୍ରଥମେ ଟି୨୦ରେ ସୁପର୍‌ ଓଭର ନିୟମ ଆରମ୍ଭ ହୋଇଥିଲା। ଏହାପରେ ୨୦୧୧ ବିଶ୍ୱକପ୍‌ରେ ଏହାକୁ ସାମିଲ କରାଯାଇଥିଲା। ଏଥିପୂର୍ବରୁ କିନ୍ତୁ ମ୍ୟାଚ୍‌ ଟାଇ ରହୁଥିଲେ ଫଳାଫଳ ପାଇଁ ‘ବଲ୍‌ ଆଉଟ୍‌’ ପଦ୍ଧତି ଆପଣା ଯାଉଥିଲା। ‘ବଲ୍‌ ଆଉଟ୍‌’ରେ ଉଭୟ ଦଳର ୫ ଜଣ ଲେଖାଏ ବୋଲିଂ କରିବାର ସୁଯୋଗ ପାଉଥିଲେ ଏବଂ ବୋଲିଂ କରି ଷ୍ଟମ୍ପ୍‌ ଖସାଇବାକୁ ଚେଷ୍ଟା କରୁଥିଲେ। ଷ୍ଟମ୍ପରେ ଅଧିକଥର ବଜାଇଥିବା ଦଳକୁ ବିଜେତା ଘୋଷିତ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri