ଇଷ୍ଟର୍ନ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା

ଭୁବନେଶ୍ୱର,୨୩।୯(ସତ୍ୟଜିତ୍‌ ରାଉତ): ଇଷ୍ଟର୍ନ ମିଡିଆ ଲିମିଟେଡ୍‌ର ଦୈନିକ ଖବରକାଗଜ ସମ୍ବାଦରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଗତ କିଛିବର୍ଷ ମଧ୍ୟରେ ଇଷ୍ଟର୍ନ ମିଡିଆ ଲିମିଟେଡ/ସମ୍ବାଦର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବିପୁଳ ଟଙ୍କା ଜମା ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ଶୁକ୍ରବାର ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଯାଞ୍ଚବେଳେ ଏହା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି ଯେ, ଗୁରୁବାର ଇଓଡବ୍ଲ୍ୟୁର ଏକ ଟିମ୍‌ ସମ୍ବାଦ ଅଫିସରେ ଯାଞ୍ଚ କରିଥିଲା। ହେଲେ ଏହି ସମୟରେ ସମ୍ବାଦ ଅଧିକାରୀ ତଥା କର୍ମଚାରୀମାନେ ତଦନ୍ତରେ ସହଯୋଗ କରି ନ ଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ତଥା ଦସ୍ତାବିଜ୍‌ ମିଳି ନ ଥିଲା। କିଛି ସନ୍ଦେହଜନକ ଦସ୍ତାବିଜ୍‌କୁ ଦେବା ପାଇଁ ସମ୍ବାଦ ଅଧିକାରୀମାନେ ଇଓଡବ୍ଲ୍ୟୁ ଟିମ୍‌କୁ ମନା କରିଦେଇଥିଲେ। ସଂସ୍ଥାର ଆକାଉଣ୍ଟ୍‌ ଓ ଏଚ୍‌ଆର୍‌ ସେକ୍ସନ୍‌ର କିଛି ପ୍ରାସଙ୍ଗିକ କମ୍ପ୍ୟୁଟର୍‌ ଫାଇଲ୍‌ର କପି ନେବା ପାଇଁ ଇଓଡବ୍ଲ୍ୟୁ ଚାହିଁଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ବାରଣ କରାଯାଇଥିଲା। ଏଭଳି ପରିସ୍ଥିତିରେ କିଛି ହାର୍ଡଡିସ୍କକୁ ଜବତ କରିବାକୁ ଇଓଡବ୍ଲ୍ୟୁ ଟିମ୍‌ ବାଧ୍ୟ ହୋଇଥିଲେ ବୋଲି କୁହାଯାଇଛି। ତଦନ୍ତ ସମୟରେ ସମ୍ବାଦର ଆଉ କେତେଜଣ ପୀଡ଼ିତ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ସେମାନେ ଏତଲାକାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗକୁ ପ୍ରମାଣ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମ୍ବାଦର ଋଣ ଜାଲିଆତିର ଅଭିଯୋଗ ସଂକ୍ରାନ୍ତରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଇଓଡବ୍ଲ୍ୟୁର ପ୍ରେସ୍‌ ବିବୃତିରେ ଆହୁରି ଦର୍ଶାଯାଇଛି ଯେ, ଇଷ୍ଟର୍ନ ମିଡିଆ ସଂସ୍ଥା ଦରମା ପରିମାଣକୁ ଏପଟସେପଟ କରିଥିବା ଏବଂ ଇପିଏଫ୍‌ଓ ଓ ଇଏସ୍‌ଆଇସି ଡିପୋଜିଟ୍‌ କରି ନ ଥିବା କେତେଜଣ ପୀଡ଼ିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ଦୃଷ୍ଟି ଦେବା ସହ ସଂସ୍ଥାଠାରୁ ସୂଚନା ମଗାଯାଇଥିବା କୁହାଯାଇଛି। ସେପଟେ ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍‌ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ୩ ଅଧିକାରୀଙ୍କୁ ଗୁରୁବାର ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା। ଶୁକ୍ରବାର ମଧ୍ୟ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୨ଜଣଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri