ଚିତ୍ରଶିଳ୍ପୀ ପଦ୍ମନାଭଙ୍କ ପରଲୋକ

ସମ୍ବଲପୁର,୨୩ା୯(ବି.ଶଙ୍କର): ସାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଶୁକ୍ରବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ପୁତ୍ର ସିଦ୍ଧାର୍ଥ ମୁଖାଗ୍ନି ଦେଇଥିଲେ। ତାଙ୍କ ପଛରେ ସେ ସ୍ତ୍ରୀ ଆହ୍ଲାଦିନୀ ମିଶ୍ର, ପୁତ୍ର ସିଦ୍ଧାର୍ଥ, ଦୁଇ ଝିଅ, ଜ୍ୱାଇଁ ଓ ନାତିନାତୁଣୀଙ୍କୁ ଛାଡ଼ିଯାଇଛନ୍ତି। ତାଙ୍କ ପରଲୋକରେ ସମ୍ବଲପୁର ସହରର କଳାକାର ମହଲରେ ଶୋକ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପଦ୍ମନାଭ ସୋନପୁର ସହରରେ ଜନ୍ମଗ୍ରହଣ କରିଥିଲେ। ସେଠାରୁ ଶିକ୍ଷା ସମାପ୍ତ କରି ଚିତ୍ରକଳା ଶିକ୍ଷା ପାଇଁ ବିଶ୍ୱଭାରତୀ ଶାନ୍ତିନିକେତନ ଯାଇ ୧୯୬୫ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୬୭ରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଉଦ୍ଭିଦ ବିଭାଗରେ ଆର୍ଟିଷ୍ଟ ଫଟୋଗ୍ରାଫର ଭାବେ ଯୋଗଦେଇ ସେହିଠାରୁ ଅବସର ନେଇଥିଲେ। ଗୀତା ଶ୍ଳୋକକୁ ନେଇ ସେ ୧୪ଟି ପେଣ୍ଟିଂ ପ୍ରସ୍ତୁତ କରିଥିଲେ। ଏହି ପେଣ୍ଟିଂ ଭୁବନେଶ୍ୱର ସୂଚନା ଭବନରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏଥିପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ତାଙ୍କୁ ମର୍ଯ୍ୟାଦାଜନକ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏଥିସହ ସନ୍ଥ କବି ଭୀମଭୋଇ, ହରିବଂଶ ରାୟ ବଚ୍ଚନ, ଶ୍ରୀନିବାସ ଉଦ୍‌ଗାତାଙ୍କ କବିତା ଉପରେ ପେଣ୍ଟିଂ କରି ସେ ବେଶ ଚର୍ଚ୍ଚିତ ହୋଇଥିଲେ। ସମ୍ବଲପୁର ସହରର ଚିତ୍ରକଳା ଅନୁଷ୍ଠାନ ଚିତ୍ରଭୂମି, ଚିତ୍ରଶାଳା, ସମ୍ବଲପୁର କଳା ଏକାଡ଼େମୀ, ବନ୍ଦନା ଆର୍ଟ କର୍ଣ୍ଣର, ଅଙ୍କନ, ଆୟରିଶ, ରୂପାଙ୍କନ, ସାଇଶିକ୍ଷା ପରିଷଦ, ଉଡ଼ାନ, ରାଫେଲ, ତୁଳିକା, ଅଞ୍ଜଳି ଆର୍ଟ କର୍ଣ୍ଣର, ଚିତ୍ରକାର, ଦ ଆର୍ଟ ସ୍କୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଗଭୀର ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri