କେମିତି ହେବ ପାଇପ୍‌ ମରାମତି …

ନୂଆପଡ଼ା,୪୭ (ମକାରୁ ବେମାଲ) ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ବରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ା ଆନୁକୂଲ୍ୟରେ ଗୁରୁବାର ୩୦ ଦିନିଆ ପାଣି ପାଇପ୍‌ ମରାମତି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଜିଲାର ୫ ବ୍ଲକରୁ ୩୫ ଯୁବକ ପ୍ରଶିକ୍ଷଣ ନେଉଛନ୍ତି। ଆରସେଟି ନିର୍ଦ୍ଦେଶକ ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ନୂଆପଡା ଜିଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ, ଏସ୍‌ବିଆଇ ମୁଖ୍ୟ ଶାଖା ପ୍ରବନ୍ଧକ ଲିଙ୍କନ ଦାସ, ଏଲ୍‌ଡିଏମ୍‌ ନୂଆପଡା ହରି ଶଙ୍କର ନିଆଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ଦ୍ୱାରା ଯୁବକମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲାରେ ପାଇପ୍‌ ମତାମତି ତାଲିମପ୍ରାପ୍ତ ଯୁବକ ନ ଥିବାରୁ ବାହାରୁ ଡାକିବାକୁ ପଡୁଥିଲା। ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଆର୍‌ସେଟି ନିର୍ଦ୍ଦେଶକ ସାହୁ ପ୍ରକାଶ କରିଛନ୍ତି। ପ୍ରବାସୀ ଶ୍ରମିକ ପରିବାରର ଅଧିକରୁ ଅଧିକ ପିଲା ତାଲିମରେ ଯୋଗଦେଇ ରୋଜଗାରକ୍ଷମ ହେବାକୁ ଜିଲାପାଳ ଦାଶ ଆହ୍ବାନ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରଶିକ୍ଷକ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିନିୟର ସିଟିଜେନଙ୍କ ପାଇଁ ଖୁସି ଖବର; ଏତିକି ବୟସରେ ମିଳିବ ୧୦୦% ପେନଶନ!

ନୂଆଦିଲ୍‌ଲୀ,୪।୬: ଫିଟମେଣ୍ଟ ଫ୍ୟାକ୍ଟର ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ, ଏଥର ୮ମ ବେତନ କମିଶନ (8th Pay Commission) ଆଲୋଚନାରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ…

ପ୍ଲାଷ୍ଟିକ୍‌ମୁକ୍ତ ହେବ ଦାରିଙ୍ଗବାଡ଼ି, ସ୍ବଚ୍ଛତା ପାଇଁ ଆଗେଇ ଆସିଲେ…

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରକୁ ଏବେ ରାଜ୍ୟ ସରକାର ବିଶ୍ୱସ୍ତରୀୟ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷା…

ଶେଷରେ ମାନିଲେ ଟ୍ରମ୍ପ: ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁକ୍ତିତର୍କକୁ ନେଇ କଲେ ବନ ଖୁଲାସା

ଓ୍ବାଶିଂଟନ୍‌,୪।୬: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ‘ପାଗଳ’ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବୀକାର କରିଛନ୍ତି। ଲେବାନନରେ ଇସ୍ରାଏଲୀ ଆକ୍ରମଣ ପରେ ସେ ନେତାନ୍ୟାହୁଙ୍କ…

ଫେସବୁକରୁ ପ୍ରେମ…ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ଉପଜିଲାପାଳଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୋପାଳ,୪।୬: ମଧ୍ୟପ୍ରଦେଶର ମୋରେନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଉପଜିଲାପାଳଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ବଳାତ୍କାର କରିବାର ଗୁରୁତର…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀ…..

ଭୁବନେଶ୍ବର,୪।୬: ଜୁନ୍ ୪ ତାରିଖ ୨୦୨୪ ମସିହାରେ ଭାଜପା ବିଜେଡିକୁ ପରାଜୟର ସ୍ବାଦ ଚଖାଇଥିଲା । ଆଜକୁ ୨ ବର୍ଷ ପୂର୍ତ୍ତି ହୋଇଛି । ଏହି ଉପଲକ୍ଷେ…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ମମତାଙ୍କୁ ବଡ଼ ଝଟକା: ୨୮ ବର୍ଷର ଇତିହାସରେ ଯାହା ଘଟିନଥିଲା ତାହା ଘଟିଲା…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ, ତୃଣମୂଳ କଂଗ୍ରେସ (TMC) ଏବଂ ମମତା ବାନାର୍ଜୀ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି। ୨୮ ବର୍ଷର ଇତିହାସରେ…

ଖୋଲିଲା କେନ୍ଦ୍ରର ପାଣ୍ଠି: ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ବଡ଼ ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରୁଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri