ଲୋକମାନେ ପୂରୁଣା ଶାଢ଼ିରେ ଅନେକ ଘରକରଣା ସାମଗ୍ରୀ ତିଆରି କରନ୍ତି। କିନ୍ତୁ, ଆପଣ କେବେ ଶାଢ଼ିରେ ତିଆରି ଦଉଡି ଦେଖିଛନ୍ତି କି? ଯଦି ଆପଣ ଦେଖି ନାହାଁନ୍ତି, ତେବେ ବର୍ତ୍ତମାନ ଦେଖନ୍ତୁ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ପୂରୁଣା ଶାଢ଼ିରୁ ମାତ୍ର କିଛି ମିନିଟରେ ଏକ ଦଉଡ଼ି ତିଆରି କରୁନ୍ତଛି। ଏହି ଭିଡିଓ ଏବେ ବହୁତ ଭାଇରାଲ ହେଉଛି।
ଏହି ଭିଡିଓକୁ ଲେଖକ ଅଦ୍ୱିତା କାଲା ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି ‘ଭାରତ ଏହାର ଅଭିନବ ଭାବନା ସହିତ ମୋତେ ଆଶ୍ଚର୍ଯ୍ୟ କରିବାରେ ବିଫଳ ହୁଏ ନାହିଁ । ପୁରୁଣା ଶାଢ଼ିରୁ କିପରି ଏକ ଦଉଡି ତିଆରି କରିବେ ଭିଡିଓରେ, ଆପଣ ଦେଖିପାରିବେ। ଏଥିରେ ୨ ବ୍ୟକ୍ତି ଏକ ଶାଢ଼ି ଧରିଛନ୍ତି । ଶାଢ଼ିର କାଟି ଅନେକ ଖଣ୍ଡ କଲା ପରେ ବାଇକ୍ରେ ଥିବା ଏକ ମେଶିନ ବ୍ୟବହାର କରି ତିଆରି କରୁଛନ୍ତି।
India you never fail to amaze me with your spirit of innovation – and making a go of “what is”! ❤️
How to make a rope with an old saree. pic.twitter.com/JO4dFnYldy
— अद्वैता काला #StayHome 😷 (@AdvaitaKala) March 5, 2021