Posted inଫୁରସତ

ଦୀପାବଳିରେ ଦୀପ ଜାଳିବେ କିପରି…

ଆଲୋକର ପର୍ବ ଦୀପାବଳି। ସୁଖ, ଶାନ୍ତି, ସମୃଦ୍ଧି ତଥା ଅନ୍ଧକାର ଉପରେ ଆଲୋକର ବା ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ଭାବେ ଏହାକୁ ମୁଖ୍ୟତଃ ପାଳନ କରାଯାଇଥାଏ। ଏହିଦିନ ସବୁଠି ନାନାଦି ରଙ୍ଗବେରଙ୍ଗର ଆଲୋକମାଳା ସହ ଦୀପରେ ବି ଘର, ରାସ୍ତାଘାଟ ଆଦି ସଜାଇ ଦିଆଯାଇଥାଏ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଦୀପାବଳି ଦିନ ଦୀପ ଜାଳିବାକୁ ନେଇ ମଧ୍ୟ ରହିଛି କିଛି ନିୟମ। ଯେମିତିକି: ଦୀପାବଳୀ ଦିନ ଠାକୁର ଘର, ଦାଣ୍ଡ ଦୁଆର ତଥା ତୁଳସୀ ଚଉଁରା ମୂଳେ ଦୀପ ଜାଳିବା ସହ ନିକଟରେ ଯଦି ଅଶ୍ୱତ୍ଥ ଗଛ ରହିଛି, ତା’ହେଲେ ତା’ ମୂଳରେ ମଧ୍ୟ ଦୀପଟିଏ ଜାଳିବା ଶୁଭ ହୋଇଥାଏ। କାରଣ ଅଶ୍ୱତ୍ଥ ଗଛରେ କୁଆଡ଼େ ତେତିଶ କୋଟି ଦେବଦେବୀ ବାସ କରିଥାନ୍ତି। ତେଣୁ ଏହା ମୂଳରେ ଦୀପ ଜାଳିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ସେହିପରି ଦୀପାବଳି ଦିନ ଘରର ମୁଖ୍ୟଦ୍ୱାରର ଉଭୟ ପାଖେ ଦୁଇଟି ଦୀପ ଜଳାଇବା ବି ନିହାତି ଜରୁରୀ। କୁହାଯାଏ, ଏହାଦ୍ୱାରା ମହାଲକ୍ଷ୍ମୀ ଖୁସି ହୋଇଥାନ୍ତି। କାରଣ ତାଙ୍କୁ ଅନ୍ଧାରୁଆ ସ୍ଥାନ ବା ଅନ୍ଧାର ଘର ଆଦୌ ଭଲ ଲାଗେ ନାହିଁ। ତେଣୁ ତାଙ୍କୁ ସ୍ବାଗତ କରିବା ପାଇଁ ଏହାଠାରୁ ସହଜ ଉପାୟ ଆଉ କ’ଣ ହୋଇପାରେ। ଅନ୍ୟପକ୍ଷେ ଦୀପାବଳି ଦିନ ନିକାଞ୍ଚନ ସ୍ଥାନରେ ଥିବା ଶିବଲିଙ୍ଗଙ୍କ ପାଖରେ ଦୀପ ଜାଳିଲେ ପ୍ରଭୂକୃପା ଲାଭ ହେବା ସହ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri