କେମିତି ପାଳିବେ ଦୀପାବଳି

ଆଲୋକର ପର୍ବ ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସମସ୍ତଙ୍କ ମନରେ ରହିଥାଏ ସ୍ବତନ୍ତ୍ର ଉତ୍ସାହ। କିନ୍ତୁ କରୋନା ପାଇଁ ଏଥର ଫିକା ଲାଗୁଛି ଏହି ପର୍ବ । ଦୀପାବଳି ପାଳିବାକୁ ମନରେ ସେମିତି ଉତ୍ସାହ ନାହିଁ । ହେଲେ ଏହାରି ଭିତରେ କିନ୍ତୁ ଘରେ ରହି ଭିନ୍ନ ଭିନ୍ନ ଢଙ୍ଗରେ ଦୀପାବଳି ପାଳନ କରିବାକୁ ସଜ ହେଉଛନ୍ତି ସମସ୍ତେ…
କରୋନା ସଂକ୍ରମଣ କମ୍‌ ହେବାର ନାଁ ଧରୁନି। ଏଥିପାଇଁ ସବୁ ପର୍ବପର୍ବାଣି ବି ପାଳନ ହେଉଛି ନିରାଡମ୍ବରଭାବେ। ଏଥର ଦୀପାବଳି ବି ସେମିତି କଟକଣାରେ ପାଳନ ହେବ। ବାଣ ଫୁଟିବନି କି ସାଙ୍ଗସାଥୀଙ୍କ ଘରକୁ ଯାଇ ହେବନି। ତେବେ ଏସବୁ ଭିତରେ ବି ଦୀପାବଳି ପାଳିବାକୁ ପ୍ରସ୍ତୁତି କରୁଛନ୍ତି ଗୃହିଣୀମାନେ।
ଉତ୍ସବ ନ ଥାଉ ଉଲ୍ଲାସ ତ ରହିଛି: କରୋନା ଯୋଗୁ ଏଥରର କାଳୀପୂଜା ଓ ଦୀପାବଳି ମନେରହିବ। ଏଥର ଦୀପାବଳିରେ ଆମେ କେବଳ ଦୀପ ଜଳାଇ ପରିବେଶକୁ ଆଲୋକିତ କରିବୁ। ଦୀପର ଆଲୁଅ ସମାଜରୁ କରୋନା ଅନ୍ଧାରକୁ ଦୂର କରିଦେଉ ବୋଲି ପ୍ରାର୍ଥନା କରିବୁ। ଆର ଥରକୁ ଯେମିତି କରୋନା ନ ଥିବ ଏହି ଆଶା ନେଇ ଏଥର ଆମେ ଦୀପାବଳି ପାଳିବୁ। ଦୀପାବଳିରେ ଆମେ ଏଥର ବି ସବୁବର୍ଷ ପରି ଘରେ ଶ୍ରାଦ୍ଧ ଦେଇ ପରମ୍ପରା ରକ୍ଷା କରିବୁ। ସମସ୍ତଙ୍କ ସୁଖ ପାଇଁ ମା’ କାଳୀଙ୍କୁ ପୂଜା କରି ଗୁହାରି ଜଣାଇବି। ଉତ୍ସବ ନ ହେଲେ ବି ଉଲ୍ଲାସଭରା ମନରେ ଆମେ ସମସ୍ତେ ଦୀପାବଳି ପାଳନ କରିବୁ।
-କବିତାରାଣୀ ପତି, ଗୃହିଣୀ, ଭେଲଙ୍ଗ ରାହାସୋଇ, ଯାଜପୁର ଟାଉନ୍‌
ପିଲାଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବି:କରୋନା କଟକଣା ଯୋଗୁଁ ଏଥର ଅନ୍ୟ ବର୍ଷ ପରି ମନ୍ଦିର ଯାଇ ହେବନି। ତେଣୁ ଘରେ ରହି ମା’ କାଳୀଙ୍କୁ ପୂଜା କରିବି। ଏହା ସହିତ ଘରେ ପିଲାମାନଙ୍କ ପାଇଁ ପିଠା ଆଉ ମିଠା ବି ତିଆରି କରିବି। ପିଲାମାନେ ବାଣ ଫୁଟାଇ ପାରିବେନି ବୋଲି ମନଦୁଃଖ କରୁ୍‌ଛନ୍ତି, ସେଥିପାଇଁ ସେମାନଙ୍କ ମନପସନ୍ଦର ବିଭିନ୍ନ ଖାଦ୍ୟ ତିଆରି କରିବି ବୋଲି କହିସାରିଛି। ସାବେଳେ ଏଥର ଘରର ସବୁଆଡ଼େ ବହୁ ଅଧିକ ଦୀପ ଲଗାଇବା ପାଇଁ ଯୋଜନା କରିଛୁ। ସେଥିପାଇଁ ମୁଁ ଦୀପ ଆଉ ସଳିତା କିଣି ଆଣିସାରିଛି। ମା’ କାଳୀ ସାରା ବିଶ୍ୱକୁ କରୋନା ସଙ୍କଟରୁ ରକ୍ଷା କରନ୍ତୁ ଏହି ପ୍ରାର୍ଥନା କରି ଏଥର ଦୀପାବଳି ପାଳନ କରିବି।
ଅରୁନ୍ଧତୀ ମହାନ୍ତି, ଗୃହିଣୀ, ଚୂଡ଼ାମଣି, ବାସୁଦେବପୁର, ଭଦ୍ରକ
ରଙ୍ଗୋଲୀ କରିବି, ଦୀପ ଜାଳିବି: ଦୀପାବଳିରେ ସବୁବର୍ଷ ମୁଁ ସୁନ୍ଦର ସୁନ୍ଦର ଝୋଟି ତିଆରି କରେ। ଏଥର ବି କରିବି। ବାଣ ଫୁଟାଇବାକୁ ସିନା କଟକଣା ରହିଛି ହେଲେ ଦୀପ ଜାଳିବା, ପିଠା ତିଆରି କରିବା ଆଉ ପୂଜା କରିବାରେ ତ ଅସୁବିଧା ନାହିଁ। ଏମିତିରେ ମୋର ଦୁଇ ଝିଅ ଏବେ ବହୁତ ଛୋଟ ଅଛନ୍ତି, ତେଣୁ ସେମାନେ ତ ବାଣ ଫୁଟାଇ ପାରି ନ ଥାନ୍ତେ। ହେଲେ ସେମାନେ ବାଣ ଦେଖିବାକୁ ଭଲପାନ୍ତି ବୋଲି ପ୍ରତିବର୍ଷ ମାମୁଘରକୁ ଯାନ୍ତି। କିନ୍ତୁ ଏବର୍ଷ ଆମେ କେହି କୁଆଡ଼େ ଯିବୁନି। ପିଲାମାନେ ଘରେ ରହି ନୂଆ ଡ୍ରେସ ପିନ୍ଧିବେ ଆଉ ମୁଁ ପିଠା ତିଆରି କରିବି, ସେମାନେ ଖାଇବେ। ରାତିରେ ତ ରଙ୍ଗୋଲୀ ସାଙ୍ଗକୁ ଦୀପ ଲଗାଇବି। ଦୀପର ଆଲୁଅ ଭଳି ଘରେ ସବୁବେଳେ ଖୁସିର ପରିବେଶ ଏମିତି ରହିଥାଉ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବି।
-ଶିବାନୀ ପ୍ରିୟଦର୍ଶିନୀ ସ୍ବାଇଁ, ଶିକ୍ଷୟିତ୍ରୀ, ନଖରା, କଟକ
ବୋଉ ହାତ ତିଆରି ପିଠା ଖାଇହେବନି: ଦୀପାବଳିରେ ବାଣ ଫୁଟାଇ ପାରିବି ନାହିଁ ବୋଲି ମନ ଦୁଃଖ ହେଉଛି। କାହିଁକି ନା ମତେ ବାଣ ଫୁଟାଇବାକୁ ବହୁତ ଭଲ ଲାଗେ। ସବୁବର୍ଷ ମୁଁ ସକାଳୁ ଘରେ ପୂଜା ସାରି ଆମ ଘରକୁ ଯାଏ ଓ ସେଠାରେ ଏକାଠି ସମସ୍ତେ ବାଣ ଫୁଟାଇ ମଜାକରୁ ଆଉ ବୋଉ ପିଠା କରିଥାଏ ଖାଉ। ହେଲେ ଏଥର ସେହି ସୁଯୋଗ ମିଳିବନି। ତଥାପି ମୁଁ ଏଥର ଘରେ ମିଠା ତିଆରି କରିବା ପାଇଁ ସବୁ ପ୍ରସ୍ତୁତି କରିଛି। ଏହା ସହିତ ରଙ୍ଗୋଲୀ କରି ଦୀପ ଜାଳିବି।
-ସୁରଶ୍ରୀ ପ୍ରିୟଦର୍ଶିନୀ,ଗୃହିଣୀ,
ଭିଏସଏସ ନଗର, ଭୁବନେଶ୍ୱର

ଘରେ ସବୁ ପୂଜା ହେବ: ଦୀପାବଳିରେ ବାଣ ସିନା ଫୁଟାଇ ହେବନି। ବାକି ଘରେ ଶ୍ରାଦ୍ଧ ପଡ଼ିବା ଠାରୁ ପିଠାପଣା, ବଡ଼ବଡୁଆ ଟେକା ସବୁ ତ ହେବ। ସ୍କୁଲ ଖୋଲି ନ ଥିବାରୁ ଆମେ ସମସ୍ତେ ଏପ୍ରିଲ ମାସରୁ ଗାଁରେ ଅଛୁ। ତେଣୁ ସକାଳୁ ଘରେ ଶ୍ରାଦ୍ଧ ପଡ଼ିବ ଆଉ ସାହିରେ ଦାଦା ବଡ଼ବାପା ଘରର ସମସ୍ତେ ଏକାଠି ଖାଇବା ପାଇଁ ରୋଷେଇ କରିବି। ସାରେ ଘରେ ରଙ୍ଗୋଲୀ ହେବ ଆଉ ବଡ଼ବଡୁଆ ଡକା ପାଇଁ ସମସ୍ତେ ଏକାଠି ହେବେ। ସାରେ ପିଠା କରି ଶାଶୁଙ୍କ ସହିତ ପୂଜା କରିବି। ରାତିରେ ସମସ୍ତଙ୍କୁ ପିଠା ଭୋଗ ବି ବଣ୍ଟାହେବ। ସାରେ ଦୀପ ଜାଳିବା ପାଇଁ ଆମର ଦୀପ, ସଳିତା ଆଉ ତେଲ ସବୁ କିଣା ସରିଛି। ବଡ଼ବଡୁଆ ଡାକିବା ପାଇଁ କାଉଁରିଆ କାଠି ବି ଆସିଛି। ଖାଲି ପୂଜା ପରେ ବାଣ ଫୁଟା ହେବନି ବୋଲି ପିଲାମାନେ ମନ ଦୁଃଖ କରୁଛନ୍ତି।
-ଅମିତା ରାଉତ, ଗୃହିଣୀ,
ଭଗବାନପୁର, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri