Posted inଜାତୀୟ

ମହାରାଷ୍ଟ୍ର ବଦଳରେ ଗୁଜରାଟ କିପରି ଗଲା ସେମିକଣ୍ଡକ୍ଟର କାରଖାନା, ସରକାରଙ୍କୁ ଘେରିଲେ ବିରୋଧୀ …

ମୁମ୍ବାଇ, ୧୪।୯ : ମହାରାଷ୍ଟ୍ର ବଦଳରେ ଗୁଜରାଟରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ ଘୋଷଣା ପରେ ରାଜନୀତି ପୁଣି ଥରେ ଉଷ୍ଣ ହୋଇଛି। ବିରୋଧୀ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ ମହାରାଷ୍ଟ୍ର ସହିତ ହୋଇଥିବା ସମସ୍ତ ଚୁକ୍ତି ପ୍ରାୟ ନିଶ୍ଚିତ ହେବା ପରେ ଗୁଜରାଟକୁ ଏହା କିପରି ଗଲା?

ଅସନ୍ତୋଷ ବ୍ୟକ୍ତ କରି ବିଧାନସଭାରେ ଏନସିପି ନେତା ତଥା ବିରୋଧୀଦଳର ନେତା ଅଜିତ ପାୱାର କହିଛନ୍ତି ଯେ ରାଜନୈତିକ ଚାପରେ ଏହି କାରଖାନା ମହାରାଷ୍ଟ୍ର ପାଖରୁ ଛଡ଼ାଇ ନିଆଯାଇଛି, ଯାହାକୁ ଫେରାଇ ଆଣିବାକୁ ପଡ଼ିବ। ସେ କହିଛନ୍ତି ଯେ ସରକାର ତଥାପି ଯଥାସମ୍ଭବ ଚେଷ୍ଟା କରିବା ଉଚିତ ଏବଂ ମହାରାଷ୍ଟ୍ରରେ ଏହାକୁ ପ୍ରତିଷ୍ଠା କରିବା ଉଚିତ।

ପାୱାର କହିଛନ୍ତି ଯେ ଯଦି ଏହି କାରଖାନା ମହାରାଷ୍ଟ୍ରକୁ ନ ଆସେ, ତା’ହେଲେ ରାଜ୍ୟର ଆର୍ଥିକ ବିକାଶ ପାଇଁ ଏକ ବଡ଼ ପ୍ରତିବନ୍ଧକ ଆସିବ। ସେ କହିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥା ପାଇଁ ଏହି ଡିଲ ଛଡ଼ାଇବା ମହଙ୍ଗା ହେବ।

ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ କ୍ଷମତାରେ ଥିବାବେଳେ ମହା ବିକାଶ ଅଘାଡି (ଏମଭିଏ) ଏହି ପ୍ରକଳ୍ପକୁ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା। ଆମର ଏମଭିଏ ସରକାର ଏହାକୁ ଶେଷ ପର୍ଯ୍ୟାୟକୁ ଆଣିଥିଲେ । ବର୍ତ୍ତମାନର ସରକାର ସମ୍ଭାବ୍ୟ ନିବେଶକଙ୍କ ଆତ୍ମବିଶ୍ୱାସ ହରାଇଛନ୍ତି, ତେଣୁ ଏତେ ବଡ ପ୍ରକଳ୍ପ ଏଠାକୁ ଆସୁନାହିଁ। ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ମେଗା ପ୍ରକଳ୍ପ ୧୬୦ ଟି ଅତିରିକ୍ତ ଶିଳ୍ପକୁ ସମର୍ଥନ କରିଥାନ୍ତା ଏବଂ ୭୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତା। ସେ କହିଛନ୍ତି ଯେ ପୂର୍ବ ଏମଭିଏ ସରକାର କମ୍ପାନୀ ସହ ଯୋଗାଯୋଗରେ ଥିଲେ ଏବଂ ଚଳିତ ବର୍ଷ ଜାନୁଆରୀରେ ଏହାର ପ୍ରତିନିଧୀଙ୍କ ସହ ଏକ ବୈଠକ ମଧ୍ୟ କରାଯାଇଥିଲା।

ଭାରତୀୟ ବେଦାନ୍ତ କମ୍ପାନୀ ଏବଂ ତାଇୱାନର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଫକ୍ସକନ ୧.୫୪ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଗୁଜୁରାଟରେ ଦେଶର ପ୍ରଥମ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବେ। ରାଜ୍ୟର ଅହମଦାବାଦ ଜିଲାର ଏକ ହଜାର ଏକର ଜମିରେ ବେଦାନ୍ତ-ଫକ୍ସକନ ମିଳିତ ଉଦ୍ୟୋଗର ପ୍ରଦର୍ଶନ ଏଫଏବି ଉତ୍ପାଦନ ୟୁନିଟ, ସେମିକଣ୍ଡକ୍ଟର ଏକତ୍ରିକରଣ ଏବଂ ପରୀକ୍ଷଣ ୟୁନିଟ ପ୍ରତିଷ୍ଠା କରାଯିବ। ଏହି ମିଳିତ ଉଦ୍ୟମରେ ଉଭୟ କମ୍ପାନୀର ଯଥାକ୍ରମେ ୬୦ପ୍ରତିଶତ ଏବଂ ୪୦ ଶେୟାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri