Posted inଜାତୀୟ

ମହାରାଷ୍ଟ୍ର ବଦଳରେ ଗୁଜରାଟ କିପରି ଗଲା ସେମିକଣ୍ଡକ୍ଟର କାରଖାନା, ସରକାରଙ୍କୁ ଘେରିଲେ ବିରୋଧୀ …

ମୁମ୍ବାଇ, ୧୪।୯ : ମହାରାଷ୍ଟ୍ର ବଦଳରେ ଗୁଜରାଟରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ ଘୋଷଣା ପରେ ରାଜନୀତି ପୁଣି ଥରେ ଉଷ୍ଣ ହୋଇଛି। ବିରୋଧୀ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ ମହାରାଷ୍ଟ୍ର ସହିତ ହୋଇଥିବା ସମସ୍ତ ଚୁକ୍ତି ପ୍ରାୟ ନିଶ୍ଚିତ ହେବା ପରେ ଗୁଜରାଟକୁ ଏହା କିପରି ଗଲା?

ଅସନ୍ତୋଷ ବ୍ୟକ୍ତ କରି ବିଧାନସଭାରେ ଏନସିପି ନେତା ତଥା ବିରୋଧୀଦଳର ନେତା ଅଜିତ ପାୱାର କହିଛନ୍ତି ଯେ ରାଜନୈତିକ ଚାପରେ ଏହି କାରଖାନା ମହାରାଷ୍ଟ୍ର ପାଖରୁ ଛଡ଼ାଇ ନିଆଯାଇଛି, ଯାହାକୁ ଫେରାଇ ଆଣିବାକୁ ପଡ଼ିବ। ସେ କହିଛନ୍ତି ଯେ ସରକାର ତଥାପି ଯଥାସମ୍ଭବ ଚେଷ୍ଟା କରିବା ଉଚିତ ଏବଂ ମହାରାଷ୍ଟ୍ରରେ ଏହାକୁ ପ୍ରତିଷ୍ଠା କରିବା ଉଚିତ।

ପାୱାର କହିଛନ୍ତି ଯେ ଯଦି ଏହି କାରଖାନା ମହାରାଷ୍ଟ୍ରକୁ ନ ଆସେ, ତା’ହେଲେ ରାଜ୍ୟର ଆର୍ଥିକ ବିକାଶ ପାଇଁ ଏକ ବଡ଼ ପ୍ରତିବନ୍ଧକ ଆସିବ। ସେ କହିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥା ପାଇଁ ଏହି ଡିଲ ଛଡ଼ାଇବା ମହଙ୍ଗା ହେବ।

ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ କ୍ଷମତାରେ ଥିବାବେଳେ ମହା ବିକାଶ ଅଘାଡି (ଏମଭିଏ) ଏହି ପ୍ରକଳ୍ପକୁ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା। ଆମର ଏମଭିଏ ସରକାର ଏହାକୁ ଶେଷ ପର୍ଯ୍ୟାୟକୁ ଆଣିଥିଲେ । ବର୍ତ୍ତମାନର ସରକାର ସମ୍ଭାବ୍ୟ ନିବେଶକଙ୍କ ଆତ୍ମବିଶ୍ୱାସ ହରାଇଛନ୍ତି, ତେଣୁ ଏତେ ବଡ ପ୍ରକଳ୍ପ ଏଠାକୁ ଆସୁନାହିଁ। ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ମେଗା ପ୍ରକଳ୍ପ ୧୬୦ ଟି ଅତିରିକ୍ତ ଶିଳ୍ପକୁ ସମର୍ଥନ କରିଥାନ୍ତା ଏବଂ ୭୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତା। ସେ କହିଛନ୍ତି ଯେ ପୂର୍ବ ଏମଭିଏ ସରକାର କମ୍ପାନୀ ସହ ଯୋଗାଯୋଗରେ ଥିଲେ ଏବଂ ଚଳିତ ବର୍ଷ ଜାନୁଆରୀରେ ଏହାର ପ୍ରତିନିଧୀଙ୍କ ସହ ଏକ ବୈଠକ ମଧ୍ୟ କରାଯାଇଥିଲା।

ଭାରତୀୟ ବେଦାନ୍ତ କମ୍ପାନୀ ଏବଂ ତାଇୱାନର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଫକ୍ସକନ ୧.୫୪ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଗୁଜୁରାଟରେ ଦେଶର ପ୍ରଥମ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବେ। ରାଜ୍ୟର ଅହମଦାବାଦ ଜିଲାର ଏକ ହଜାର ଏକର ଜମିରେ ବେଦାନ୍ତ-ଫକ୍ସକନ ମିଳିତ ଉଦ୍ୟୋଗର ପ୍ରଦର୍ଶନ ଏଫଏବି ଉତ୍ପାଦନ ୟୁନିଟ, ସେମିକଣ୍ଡକ୍ଟର ଏକତ୍ରିକରଣ ଏବଂ ପରୀକ୍ଷଣ ୟୁନିଟ ପ୍ରତିଷ୍ଠା କରାଯିବ। ଏହି ମିଳିତ ଉଦ୍ୟମରେ ଉଭୟ କମ୍ପାନୀର ଯଥାକ୍ରମେ ୬୦ପ୍ରତିଶତ ଏବଂ ୪୦ ଶେୟାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?