ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବନ୍ଧୁଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ ସ୍ବାମୀ, ମନା କରିବାରୁ…

ମୁମ୍ବାଇ: ସିଲ୍‌ଭର ସ୍କ୍ରିନ୍‌ରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ। ସେ ୯୦ ଦଶକରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କରିସ୍ମା ଫିଲ୍ମରେ ଯେତିକି ସଫଳତା ପାଇଥିଲେ ବ୍ୟକ୍ତିଗତ ଜୀବନରେ ତା’ଠୁ ଅଧିକ ବିଫଳ ହୋଇଥିଲେ। କରିସ୍ମା ଦୁଇ ଦୁଇଥର ପ୍ରେମରେ ଧୋକ୍କା ଖାଇଥିଲେ। ଏହା ପରେ ସେ ସଞ୍ଜୟ କପୁରଙ୍କ ବିବାହ କରିଥିଲେ। ସଞ୍ଜୟ ମଧ୍ୟ ପୂର୍ବରୁ ବିବାହିତ ଥିଲେ। ସେ ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ପରେ କରିସ୍ମାଙ୍କୁ ବିବାହ କରିଥିଲେ। ବିବାହ ପରେ କରିସ୍ମାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା। ଏମିତି କିଛି ଘଟଣା ଘଟିଥିଲା ଯେଉଁଥିପାଇଁ ୨୦୧୬ରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା।


ଏକ ସାକ୍ଷାତକାରରେ କରିସ୍ମା କହିଛନ୍ତି, ତାଙ୍କ ହନିମୁନ୍‌ ସ୍ମୃତି ତାଙ୍କର ସବୁଠୁ ଖରାପ। କାରଣ ଏହିଦିନ ସେ ଏକ ଘୃଣ୍ୟ ଘଟଣାର ସାମ୍ନା କରିଥିଲେ। ହନିମୁନ୍‌ରେ ଯାଇଥିବା କରିସ୍ମାଙ୍କୁ ତାଙ୍କ ସ୍ବାମୀ ସଞ୍ଜୟ ଅନ୍ୟ ବନ୍ଧୁମାନଙ୍କ ସହ ଶୋଇବାକୁ ବାଧ୍ୟ କରିଥିଲେ। ସେ ତାଙ୍କ କଥା ନ ମାନିବାରୁ ତାଙ୍କୁ ଖୁବ୍‌ ପିଟିଥିଲେ। ଏପରିକି ନିଜ ବନ୍ଧୁଙ୍କ ସହ କରିସ୍ମାଙ୍କ ମୂଲ୍ୟ ବି ନିର୍ଦ୍ଧାରଣ କରିଥିଲେ। ଖାଲି ଏତିକି ନୁହେଁ, ଶାଶୁ ମଧ୍ୟ ତାଙ୍କୁ ଖୁବ୍‌ ମାରଧର କରନ୍ତି। ବିବାହ ପରେ ସଞ୍ଜୟ ତାଙ୍କ ପୂର୍ବ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିଥିଲେ। ଦୁହେଁ ଲିଭ୍‌-ଇନ୍‌ରେ ରହୁଥିଲେ। ନିର୍ଯାତନାର ମାତ୍ରା ଏତେ ବଢ଼ି ଯାଇଥିଲା ଯେ, କରିସ୍ମା ବାଧ୍ୟ ହୋଇ ସଞ୍ଜୟଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ନିଜ ପିଲାମାନଙ୍କ ସହ କରିସ୍ମା ଅଲଗା ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri