Posted inଖେଳ

ବଡ଼ କ୍ଷତି ସହିବ ବିସିସିଆଇ

ମୁମ୍ବାଇ,୪।୫ : ବିଭିନ୍ନ ଦଳର ଖେଳାଳି କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଆଇପିଏଲର ୧୪ତମ ସଂସ୍କରଣକୁ ସ୍ଥଗିତ କରି ଦିଆଯାଇଛି। ଏଥି ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ବଡ଼ ଆକାରରେ କ୍ଷତି ସହିବାକୁ ପଡ଼ିବ। ଚଳିତ ଆଇପିଏଲ ମଧ୍ୟାନ୍ତରରୁ ସ୍ଥଗିତ ହେବାରୁ ଆମେ ୨ ହଜାର କିମ୍ବା ଅଢ଼େଇ ହଜାର କୋଟି ଟଙ୍କାର କ୍ଷତି ସହିବୁ। ଏ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚଳିତ ଆଇପିଏଲରେ ମୋଟ ୬୦ ମ୍ୟାଚ୍‌ ମଧ୍ୟରୁ କେବଳ ୨୯ଟି ମ୍ୟାଚ୍‌ ଖେଳାଯାଇଛି। ଷ୍ଟାର ସ୍ପୋଟର୍‌ସ ୧୬,୩୪୭ କୋଟି ଟଙ୍କାରେ ୫ ବର୍ଷ ପାଇଁ କିଣିଥିଲା ପ୍ରସାରଣ ଅଧିକାର। ଏହାକୁ ହିସାବ କଲେ ପ୍ରସାରଣ ବାବଦକୁ ବର୍ଷକୁ ୩୨୬୯.୪ କୋଟି ଟଙ୍କା ପାଉଥିଲା ବିସିସିଆଇ। ଗୋଟିଏ ସିଜନରେି ୬୦ ମ୍ୟାଚ୍‌ ଖେଳାଗଲେ, ମ୍ୟାଚ୍‌ ପିଛା ବୋର୍ଡକୁ ୫୪.୫ କୋଟି ଟଙ୍କା ମିଳେ। କିନ୍ତୁ ୨୯ଟି ମ୍ୟାଚ୍‌ ଖେଳାଯାଇଥିବାରୁ ବୋର୍ଡ ୧୫୮୦ କୋଟି ଟଙ୍କା ହାସଲ କରିଛି। ଏଥି ଯୋଗୁ ବିସିସିଆଇ ସିଧାସଳଖ ୧୬୯୦ କୋଟି ଟଙ୍କା ହରାଇଛି।

ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଟୁର୍ନାମେଣ୍ଟ ଟାଇଟଲ ପ୍ରାୟୋଜକ ଭାବେ ପ୍ରତ୍ୟେକ ସେସନରେ ୪୪୦ କୋଟି ଟଙ୍କା ପ୍ରଦାନ କରିଥାଏ। ଆଇପିଏଲ ସ୍ଥଗିତ ରହିବା ଫଳରେ ବୋର୍ଡ ଏହାର ଅଧା ଅର୍ଥ ହରାଇବ। ପୁଣି ସହକାରୀ ପ୍ରୟୋଜକ ଭାବେ ଅନ୍‌ଏକାଡେମୀ, ଡ୍ରିମ୍‌ ୧୧, ସିଆରଇଡି, ଅପ୍‌ଷ୍ଟୋକ୍ସ ଓ ଟାଟା ମୋଟର୍ସ ପ୍ରତ୍ୟେକ ୧୨ କୋଟି ଟଙ୍କା ପ୍ରଦାନ କରିଥାନ୍ତି। ବର୍ତ୍ତମାନ ଏହି ପ୍ରାୟୋଜକମାନେ ଏହାର ଅଧା ଅର୍ଥ ପ୍ରଦାନ କରିବେ। ଫଳରେ ଏ ବାବଦରେ ବୋର୍ଡ ମୋଟ ଉପରେ ୨୨୦୦ କୋଟି ଟଙ୍କା ହରାଇବ। ପ୍ରକୃତରେ ଏହାଠାରୁ ଅଧିକ ଅର୍ଥ ବିସିସିଆଇ ହରାଇବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri