ଲୋକଙ୍କୁ କେତେ ଶୋଷିବେ କେନ୍ଦ୍ର ସରକାର: ନିରଞ୍ଜନ

ଭୁବନେଶ୍ୱର,୬।୭(ବ୍ୟୁରୋ): କରୋନା ଏବଂ ତଜ୍ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଲାଣି। ଆର୍ଥିକ ଅନଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି। ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ବାରମ୍ବାର ଦରବୃଦ୍ଧି ଲୋକଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ସାଜିଛି। ଲୋକଙ୍କୁ କେତେ ଆଉ ଶୋଷଣ କଲେ କେନ୍ଦ୍ର ସରକାର ସନ୍ତୁଷ୍ଟ ହେବେ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ନିରଞ୍ଜନ କହିଛନ୍ତି, ଭାଜପା ସରକାରଙ୍କ ଏପରି ଜନମାରଣ ନୀତିର ଜବାବ ଲୋକମାନେ ଦେବେ। ପେଟ୍ରୋଲ ବର୍ତ୍ତମାନ ୧୦୦ ଟଙ୍କା ପାର ହୋଇସାରିଥିବା ବେଳେ ଡିଜେଲ ୧୦୦ ଛୁଇଁବ ଏବଂ ରନ୍ଧନ ଗ୍ୟାସ୍‌ ୮୬୧ଟଙ୍କା ହେଲାଣି। ଉପା ସରକାର ସମୟରେ ୨୦୧୩ ଜୁଲାଇରେ ପେଟ୍ରୋଲ ଲିଟର ପିଛା ଦାମ ୭୪ ଟଙ୍କା ୨୪ ପଇସା ଥିଲାବେଳେ ଡିଜେଲ ୬୭ ଟଙ୍କା ୫୭ ପଇସା ଥିଲା। ସେତେବେଳେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ଥିଲା ୧୦୨.୯୨ ଡଲାର ଥିଲା ବେଳେ ବର୍ତ୍ତମାନ ଏହା ୭୫ ଡଲାର ଅଛି। ଏହାଦ୍ୱାରା ଖାଉଟିଙ୍କ ଉପରେ ସିଧାସଳଖ ବୋଝ ପଡ଼ିବା ସହିତ ଦରଦାମ ବୃଦ୍ଧି ପାଉଛି। ଲୋକଙ୍କ ଅସନ୍ତୋଷ କ୍ରମଶଃ ପ୍ରତିବାଦ, ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଲାଣି। ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ୍‌ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୋଧରେ ଆସନ୍ତା ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶ ତମାମ କଂଗ୍ରେସ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବ। ୭ରେ ପ୍ରତ୍ୟେକ ବ୍ଲକ ସାମ୍ନାରେ ପ୍ରତିବାଦରେ ଲୋକେ ଝାଞ୍ଜ, ଘଣ୍ଟମାଡ଼ କରି ପ୍ରତିବାଦ କରିବେ। ଜୁଲାଇ ୯ରେ ଜିଲା ସଦର ମହକୁମାରେ ସାଇକେଲ ଯାତ୍ରା ଜରିଆରେ ପ୍ରତିବାଦ ହେବ। ଜୁଲାଇ ୧୪ରେ ରାଜ୍ୟସ୍ତରୀୟ ପ୍ରତିବାଦ, ଆନ୍ଦୋଳନ, ଜୁଲାଇ ୧୫ରେ ମହଙ୍ଗା ମାଡ଼ର ପ୍ରତିବାଦ ସ୍ବରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନ ପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ୍‌ ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ, ଜୁଲାଇ ୧୭ରେ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ ବୋଲି ନିରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାକଟପୁର ବ୍ଲକ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି

କାକଟପୁର,୭ା୩(ଡି.ଏନ.ଏ.): କାକଟପୁର ବ୍ଲକ ବିଡିଓ ଓ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ୱାର୍ଟର୍ସଗୁଡିକ ଭୂତକୋଠି ପାଲଟିଯାଇଛି। ଦୀର୍ଘବର୍ଷ ଧରି ଏହି କ୍ୱାର୍ଟର୍ସଗୁଡିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି।...

ଆସିଲା ପୁରୀବାସୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌

ପୁରୀ ଅଫିସ,୨୭।୧୦: ପୁରୀବାସୀଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଆସିଲା ନୂଆ ଗାଇଡ୍‌ଲାଇନ୍‌। ତଦନୁଯାୟୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ପୁରୀବାସୀ। ନଭେମ୍ବର...

ଟାର୍ଗେଟରେ ପ୍ରଦୀପ, ପାଠକ

ବ୍ରହ୍ମପୁର ଅଫିସ,୧।୧୨: ଏବେ କ୍ରାଇମ୍‌ବ୍ରାଞ୍ଚର ଟାର୍ଗେଟରେ ରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ।...

ଜିଲା ମୁଖ୍ୟଚିକିତ୍ସାଳୟରେ ଏମ୍‌ଆର୍‌ଙ୍କୁ ବାରଣ 

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌(ଏମ୍‌ଆର୍‌)ଙ୍କୁ ବାରଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ପତ୍ର...

ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ନୂଆ ପଦକ୍ଷେପ: କର୍ମଚାରୀଙ୍କ ପାଇଁ ହେବ ପରିଚୟ ପତ୍ର, ଲାଗିବ ସିସିଟିଭି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) କାର୍ଯ୍ୟାଳୟରେ ଦଲାଲଙ୍କ ଦ୍ୱାରା ଅନେକ ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି। ଏପରିକି ରାଜ୍ୟ ସରକାର ଡିଜିପିଙ୍କୁ ନିର୍ଦ୍ଦେଶ ଦେବା ପରେ...

ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ

କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...

ବଲାଙ୍ଗୀରରେ ଟଣା ହେବନି ରଥ

ବଲାଙ୍ଗୀର ଅଫିସ,୧୬।୬: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବକି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା...

ରିଲିଜ୍‌ ହୋଇ ପାରୁନି ନୂଆ ସିନେମା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ସଙ୍କଟ ଭିତରେ କଲବଲ ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ। ଗତବର୍ଷଠାରୁ ମାସ ମାସ ଧରି ଲକ୍‌ଡାଉନ୍‌ ଓ ଶଟ୍‌ ଡାଉନ୍‌ ଯୋଗୁ...

Advertisement


Archives

Model This Week