ଗୁଗଲ୍‌ ସିଇଓଙ୍କ ଦରମା କେତେ ଜାଣନ୍ତି

ଭାରତୀୟ ମୂଳ ସୁନ୍ଦର ପିଚାଇ ଏବେ ଗୁଗଲ୍‌ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ଗୁଗଲ୍‌ର ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍‌ର କାର୍ଯ୍ୟଭାର ମଧ୍ୟ ତାଙ୍କୁ ଦିଆଯାଇଥିଲା। ଏହାପରେ ସୁନ୍ଦର ପିଚାଇଙ୍କ କାର୍ଯ୍ୟ ଆଗ ଅପେକ୍ଷା ବଢିଯାଇଛି। କେବଳ କାର୍ଯ୍ୟ ନୁହେଁ, ତାଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ସୁନ୍ଦର ପିଚାଇଙ୍କ ୨୦୨୦ରେ ବେସ୍‌ ଦରମା ୨ ମିଲିୟନ୍‌ ଡଲାର ଥିଲା। ଏହା ଭାରତୀୟ ମୁଦ୍ରାରେ ପାଖାପାଖି ୧୫ କୋଟି ଟଙ୍କା। ଆଲ୍‌ଫାବେଟ୍‌ ଅନୁସାରେ ୨୦୨୦ ପାଇଁ Leadership Development and Compensation Committee ସୁନ୍ଦର ପିଚାଇଙ୍କ ବେସ୍‌ ଦରମା ୨ ମିଲିୟନ୍‌ ଡଲାର୍‌ରେ କରିଥିଲା। ଏହା ପଛରେ ଆଲ୍‌ଫାବେଟ୍‌ ଏବଂ ଗୁଗୁଲ୍‌ ସିଇଓ ଭାବେ ତାଙ୍କ କାର୍ଯ୍ୟ ବୃଦ୍ଧି ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ୨ ମିଲିୟନ୍‌ ଦରମା ଛଡା ତାଙ୍କୁ All Other Compensation ଅନୁଯାୟୀ ୫ ମିଲିୟନ ଡଲାର ଦରମା ଦିଆଯାଏ। ୨୦୨୦ରେ ତାଙ୍କ ମୋଟ ଦରମା ୭.୪ ମିଲିୟନ୍‌ ଡଲାର(ପାଖାପାଖି ୫୨ କୋଟି) ଥିଲା। ଆଲଫାବେଟ୍‌ର ସିଇଓ ହେବା ପୂର୍ବରୁ ସୁନ୍ଦର ପିଚାଇଙ୍କ ଦରମା ୬.୫ ଲକ୍ଷ ଡଲାର(ପାଖାପାଖି ୪.୮ କୋଟି ଟଙ୍କା) ଥିଲା। ଏହି ଦରମା ତାଙ୍କୁ ୨୦୧୯ରେ ମିଳିଥିଲା। ଏହି ବର୍ଷ ଅନ୍ୟାନ୍ୟ ବାବଦରେ ୩.୩ ମିଲିୟନ୍‌ ଡଲାର ଦରମା ମିଳିଥିଲା। ଏହାଛଡା ୨୦୧୯ରେ ଷ୍ଟାଫ୍‌ ପ୍ୟାକେଜ୍‌ ବାବଦରେ ୨୪୦ ମିଲିୟନ୍‌ ଡଲାର ଗ୍ରାଣ୍ଟ୍‌ ମଧ୍ୟ ତାଙ୍କୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?