୨୪ ବର୍ଷରେ କେତେ ଜଳସେଚନର ସୁଯୋଗ ସୃଷ୍ଟି ହୋଇଛି ଶ୍ୱେତପତ୍ର ଜାରି କର: କଂଗ୍ରେସ

ଭୁବନେଶ୍ବର, ୧୯ା୭(ସୁନିତ୍‌ ମିଶ୍ର): ଓଡ଼ିଶା ଗତ ୧୩ ବର୍ଷରେ ୮ ଥର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛି। ପ୍ରତିଥର ମରୁଡ଼ି ଆସିଲେ ଗତାନୁଗତିକ ଭାବେ ସରକାରଙ୍କ ଆପଦକାଳୀନ ବୈଠକ ବସିଥାଏ। କୃଷି ବିଭାଗ ଅଧିକାରୀମାନେ ମରୁଡ଼ି ସହ୍ୟ କରିପାରୁଥିବା କୃଷି ସାରଣୀକୁ ଆପଣାଇବାକୁ ପରାମର୍ଶ ଦିଅନ୍ତି। ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ସଜାଇବାକୁ ତାଗିଦ୍‌ କରନ୍ତି। ଏହାପରେ ସରକାର କିଛି ସବସିଡି ଘୋଷଣା କରି ହାତଝାଡ଼ି ବସନ୍ତି। ତେବେ ରାଜ୍ୟ ସରକାର ତାଙ୍କ ୨୪ ବର୍ଷ ଶାସନରେ ଏଥିପାଇଁ ବିଭାଗ ପକ୍ଷରୁ ମୋଟ କେତେ ଟଙ୍କା ଓ କେତେ ପରିମାଣର ଜମିକୁ କେଉଁ ଜଳଉତ୍ସ ଦ୍ୱାରା ଜଳସେଚନର ସୁଯୋଗ ସୃଷ୍ଟି କରିଛନ୍ତି, ତା’ର ତଥ୍ୟ ପ୍ରଦାନ କରନ୍ତୁ। ଏହାସହ ଏହାର ସତ୍ୟ ଉପରେ ଆଧାରିତ ସବିଶେଷ ଏକ ବିବରଣୀର ସାର୍ବଜନୀନ କରିବା ସହିତ ଏହାର ଏକ ତୁରନ୍ତ ଶ୍ୱେତପତ୍ର ପ୍ରକାଶ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି। ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଅମୀୟ କହିଛନ୍ତି ଯେ, ଚାଷ ପାଇଁ ପ୍ରମୁଖ ବ୍ୟବସ୍ଥା ହେଲା ଜଳସେଚନ। କିନ୍ତୁ ଜଳସେଚନ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଏବେ ମଧ୍ୟ ଫଳ ଶୂନ। ବର୍ତ୍ତମାନର ସରକାର ତାଙ୍କର ପାଖାପାଖି ଦୀର୍ଘ ଅଢ଼େଇ ଦଶନ୍ଧି ଶାସନ ସମୟରେ ଯେତେଗୁଡ଼ିଏ ଜଳଉତ୍ସ ସୃଷ୍ଟି କରିଛନ୍ତି ସେଥିରେ ଚାଷୀ ଲାଭବାନ ହେବା ପରିବର୍ତ୍ତେ ସରକାର, ମନ୍ତ୍ରୀ, ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର ଏଥିରେ ସବୁଠାରୁ ଅଧିକ ଫାଇଦା ଉଠାଇଛନ୍ତି ବୋଲି ଅମୀୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?