କେତେଜଣ ବିଜେଡି କର୍ପୋରେଟର ଭାଜପାରେ ମିଶିପାରନ୍ତି: ଅମରେଶ

ଭୁବନେଶ୍ୱର, ୩।୭ (ବନ୍ଦନା ସେଠୀ): ଭୁବନେଶ୍ବର ବିଜେଡିରେ ଫାଟ ନେଇ ଆଶଙ୍କା ବଢ଼ିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କିଛି ବିଜେଡି କର୍ପୋରେଟର ଖୁବ୍‌ଶୀଘ୍ର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ଧରିଛି। ଅପରପକ୍ଷେ ଓ୍ବାର୍ଡ ନଂ. ୪୫ର ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏଭଳି ପରିସ୍ଥିତି ପାଇଁ ଅମରେଶ ସିଧାସଳଖ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି। ଉଭୟ ଅଶୋକ ଓ ଅନନ୍ତ କର୍ପୋରେଟରମାନଙ୍କୁ ଭାଗ ଭାଗ କରୁଛନ୍ତି। ଏପରକି କିଛି କର୍ପୋରେଟରଙ୍କୁ ଘରକୁ ଡାକି ବେଲପତ୍ର ଛୁଆଁଇ ଶପଥ କରୁଥିବା ଅମରେଶ ଅଭିଯୋଗ କରିଛନ୍ତି। ଏଥିପାଇଁ ବିଜେଡିର କର୍ପୋରେଟରମାନେ ଭାଜପାରେ ମିଶିବା ସମ୍ଭାବନା ବଢ଼ିଥିବା ସେ ସନ୍ଦେହ କରିଛନ୍ତି। ବିଜେଡି କ୍ଷମତାରୁ ଯିବା ପରେ ଉଭୟ ନେତା ନିଜର ପତିଆରା ଜାହିର ପାଇଁ ଏପରି ପଦକ୍ଷେପ ନେଉଛନ୍ତି। ସେମାନଙ୍କର ଏଭଳି ଆଚରଣ ଆଗାମୀ ଦିନରେ ଭାଜପାକୁ ସୁହାଇବ ଓ ବିଜେଡି କର୍ପୋରେଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ସହଜ ହେବ ବୋଲି ଅମରେଶ ଅଭିଯୋଗ କରିଛନ୍ତି।
ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଭୁବନେଶ୍ୱର ବିଜେଡି ଦୁଇଫାଳ ହୋଇଯିବ ବୋଲି ଯିଏ କହୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ସବୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍‌। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆମେ ନବୀନ ପଟ୍ଟନାୟକଙ୍କର ପ୍ରଶଂସକ ହୋଇରହିବୁ। ଫାଟ ନେଇ ଯେଉଁ ଅଭିଯୋଗ କରାଯାଉଛି ସେସବୁର କୌଣସି ମାନେ ନାହିଁ। ସେହିପରି ନାମ ଗୋପନ ରଖି ଦୁଇ ଜଣ ବିଜେଡି କର୍ପୋରେଟର କହିଛନ୍ତି, ଆମେ କେବେବି ବିଜେଡି ଛାଡ଼ି ଯିବାକୁ ଚିନ୍ତା କରିନୁ, ବରଂ ଯେଉଁ ଦୁଇଜଣ ଅଭିଯୋଗ କରୁଛନ୍ତି ସେମାନେ ଭାଜପାରେ ସାମିଲ ହୋଇପାରନ୍ତି। ଦେଖିବାକୁ ଗଲେ ଗୋଟେ ଦଳରୁ ନିର୍ବାଚନ ଜିତି ଅନ୍ୟଦଳକୁ ଏଭଳି ହଠାତ୍‌ ଯାଇ ହୁଏନାହିଁ। ଏଥିପାଇଁ ବହୁତ ଆଇନ୍‌କାନୁନ୍‌ ରହିଛି। ଯଦି ଏକ ତୃତୀୟାଂଶ କର୍ପୋରେଟର ଦଳବଦଳ କରିବାକୁ ଚାହିଁବେ, ତାହା ହେଲେ ହୁଏତ ଏହା ସମ୍ଭବ ହୋଇପାରେ। ମାତ୍ର ସେଭଳି କିଛି ହେବାର ଦେଖାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri