Posted inଜାତୀୟ

ପିଓକେ କେତେ ଦୂର

ନୂଆଦିଲ୍ଲୀ/ଶ୍ରୀନଗର,୨୭।୧୧: ଗତ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ-ଚାଇନା ସୀମାନ୍ତ ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ସମୀକ୍ଷା ପରେ ସଶସ୍ତ୍ର ବଳକୁ ସମ୍ବୋଧନ କରିଥିଲେ। ରାଜନାଥ କହିଥିଲେ, ପିଓକେକୁ ନେଇ ୧୯୯୪ ଫେବୃୟାରୀ ୨୨ରେ ଭାରତୀୟ ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ଗୃହୀତ ସଂକଳ୍ପନାମାକୁ କାର୍ଯ୍ୟକାରୀ କରାଯିବ। ବେଆଇନ ଭାବେ ଛଡ଼ାଇ ନିଆଯାଇଥିବା ଏହି ଭୂଖଣ୍ଡକୁ ଫେରାଇ ଆଣିବା ପାଇଁ ଭାରତର ଇଚ୍ଛାଶକ୍ତି ଓ ସାମର୍ଥ୍ୟ ରହିଛି। ଭାରତୀୟ ସେନାର ସାମର୍ଥ୍ୟକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ।
ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ବର୍ତ୍ତମାନ ଭଳି ଅଚଳାବସ୍ଥା ଓ ଅରାଜକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତିରେ ଭାରତୀୟ ସେନା ପିଓକେକୁ ଫେରାଇ ଆଣିବାର ଦୁଃସାହସିକତା ଦେଖାଇବ ନା ଆହୁରି ସୁବିଧାଜନକ ସ୍ଥିତିକୁ ଅପେକ୍ଷା କରିବ। ଯଦି ଭାରତୀୟ ସେନା ଏପରି କୌଣସି ଉଦ୍ୟମ କରେ ତେବେ ଗିଲ୍‌ଗିଟ୍‌ ବାଲ୍ଟିସ୍ତାନରେ ରୋଡ୍‌ ଆଣ୍ଡ ବେଲ୍ଟ ଇନିସିଏଟିଭ୍‌ର ବିସ୍ତାର ପାଇଁ ବହୁ କୋଟି ଡଲାର ଖର୍ଚ୍ଚ କରୁଥିବା ଚାଇନା ଏହାର ସବୁଦିନିଆ ବନ୍ଧୁ ପାକିସ୍ତାନ ସପକ୍ଷରେ ବାହାରିବ। ଫଳରେ ଭାରତକୁ ଏକକାଳୀନ ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚାଇନା ବିରୋଧରେ ଲଢ଼ିବାକୁ ପଡ଼ିବ। ରୁଷିଆ ଖୋଲାଖୋଲି ଭାବେ ଭାରତ ସପକ୍ଷରେ ଆସିବ ନାହିଁ। ଆମେରିକା ଓ ବ୍ରିଟେନ ନକାରାମତ୍କ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। କାରଣ ସେମାନଙ୍କ ମତରେ ପିଓକେ ହେଉଛି ଦୁଇ ଦେଶ ମଧ୍ୟରେ ଥିବା ଏକ ବିବାଦୀୟ ଅଞ୍ଚଳ। ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ହେଉ ବୋଲି ଉଭୟ ରାଷ୍ଟ୍ର ଚାହାନ୍ତି। ତୃତୀୟରେ ‘କର ବା ମର’ ସ୍ଥିତିରେ ପଡ଼ିଥିବା ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା (ଏନ୍‌ସି) ଏବଂ ମେହବୁବା ମୁଫ୍‌ତି (ପିଡିପି) ଉପତ୍ୟକାର ମୁସଲମାନମାନଙ୍କୁ ଉସୁକାଇ ବଡ଼ ଧରଣର ବର୍ଜନ, ବିକ୍ଷୋଭ କରାଇପାରନ୍ତି। କଶ୍ମୀରୀ ପଣ୍ଡିତ ଓ ପ୍ରବାସୀ ଶ୍ରମିକମାନଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ କେନ୍ଦ୍ରର ମୁଣ୍ଡବ୍ୟଥା ସାଜିଥିବାବେଳେ ଏଭଳି ନେତାଙ୍କ ଭୋଟବ୍ୟାଙ୍କ ରାଜନୀତି ମିଶନ ପିଓକେକୁ ପଥଚ୍ୟୁତ କରିପାରେ। ତେଣୁ ଭଲମନ୍ଦ ବିଚାର ନ କରି ପିଓକେକୁ ଫେରାଇ ଆଣିବା ଦିଗରେ କୌଣସି ଦୁଃସାହସିକ ପଦକ୍ଷେପ ନେବା ଭାରତ ପାଇଁ ବିପଜ୍ଜନକ ହୋଇପାରେ। କଶ୍ମୀର ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ। ଏକଥାକୁ ଅସ୍ବୀକାର କରିବା ବୁଦ୍ଧିମାନର ପରିଚୟ ନୁହେଁ।
କଶ୍ମୀର ଉପରେ ୟୁକ୍ରେନ୍‌ ଯୁଦ୍ଧର ପରୋକ୍ଷ ପ୍ରଭାବ ପଡ଼ିଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରିପେକ୍ଷୀରେ ମସ୍କୋକୁ ଖୋଲାଖୋଲି ସମାଲୋଚନା କରୁ ନ ଥିବା ଭାରତ ନିଜ ଜାତୀୟ ସ୍ବାର୍ଥ କଥା ଚିନ୍ତା କରୁଛି। କିନ୍ତୁ ଏହି ପ୍ରସଙ୍ଗରେ ଭାରତ ପ୍ରତି ତଥାକଥିତ ମୁକ୍ତ ବିଶ୍ୱର ଦୃଷ୍ଟିଭଙ୍ଗୀ ନକାରାମତ୍କ ରହିଛି। ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଆକ୍ରମଣ କଲେ ଭାରତକୁ ବଞ୍ଚାଇବା ପାଇଁ କିଏ ଆଗକୁ ଆସିବ? ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭାରତକୁ ରୁଷିଆ ଶିବିର ଅନୁଗାମୀ ବୋଲି ବିବେଚନା କରୁଛନ୍ତି। ତେଣୁ ବିଶ୍ୱକୁ ବୁଝାଇବା ପାଇଁ ନୂଆଦିଲ୍ଲୀକୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିବ। ତାହା ପୁଣି ଏପରି ସମୟରେ ଯେତେବେଳେ କି ଚାଇନାର ୬୯ ବର୍ଷୀୟ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଶାସନ କ୍ଷମତା ହାତକୁ ନେଇ ସର୍ବଶକ୍ତିମାନ ନେତା ଭାବେ ଉଭା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?