କାରାଗାର

ନିମାଇଁ ଚରଣ ଲେଙ୍କା

ସଂସାରରେ ଦୁଃଖୀଲୋକ ସୁଖୀଲୋକଠାରୁ ଅଧିକ ଭାଗ୍ୟବାନ। କାରଣ ସୁଖଭୋଗ ପୁଣ୍ୟଫଳରୁ ଖର୍ଚ୍ଚହୁଏ, କିନ୍ତୁ ଦୁଃଖଭୋଗ ପାପଫଳରୁ ଖର୍ଚ୍ଚହୁଏ। ଜଣେ ଦୁଃଖଭୋଗ କରୁଥିଲେ ମଧ୍ୟ ପୁଣ୍ୟକର୍ମ କରିଚାଲିଲେ ପାପଫଳ ଶୂନ୍ୟହୋଇ ପୁଣ୍ୟଫଳ ଜମା ହୋଇଯାଏ, କିନ୍ତୁ ସୁଖୀଲୋକ ପୁଣ୍ୟକର୍ମ ନ କଲେ ତା’ର ପୁଣ୍ୟଫଳ ଶୂନ୍ୟ ହୋଇ ପାପଫଳ ଜମା ହୋଇଯାଏ। ଏ ସମଗ୍ର ସଂସାର ହେଉଛି ଏକ କାରାଗାର । ସ୍ବୟଂ ପରମାତ୍ମା ହେଉଛନ୍ତି ଏହାର ନିର୍ଦ୍ଦେଶକ। ସାଧାରଣ କାରାଗାରରେ ଯେପରି ବିଚାରାଧୀନ ବନ୍ଦୀ ଓ କଏଦୀ ଉଭୟ ରହନ୍ତି, ଏଠାରେ କିନ୍ତୁ ଦୋଷୀସାବ୍ୟସ୍ତ କଏଦୀମାନେ ହିଁ କେବଳ ରହନ୍ତି। ମୃତ୍ୟୁପରେ ସମସ୍ତେ ବିଚାରାଧୀନ ବନ୍ଦୀଭାବେ ପ୍ରେତଜଗତରେ ରହନ୍ତି। ବିଚାର ଶେଷରେ ଯେଉଁମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ (ନିଷ୍କାମ କର୍ମୀ) ବିବେଚିତ ହୁଅନ୍ତି, ସେମାନେ ମୁକ୍ତହୋଇ ପରମପଦ ପ୍ରାପ୍ତ ହୁଅନ୍ତି। କିନ୍ତୁ ଯେଉଁମାନେ ଦୋଷୀ(ଉଭୟପାପୀ ଓ ପୁଣ୍ୟବାନ) ସାବ୍ୟସ୍ତ ହୁଅନ୍ତି, ସେମାନେ ପ୍ରେତଜଗତରେ ଭୋଗିଥିବା ଦଣ୍ଡକୁ ବାଦ୍‌ ଦେଇ ଅବଶିଷ୍ଟ ଦଣ୍ଡ ଭୋଗିବା ପାଇଁ ଏହି ଦୁଃଖସଂସାର କାରାଗାରରେ କଏଦୀ ରୂପେ ଜନ୍ମଗ୍ରହଣ କରନ୍ତି।
ଏ କାରାଗାରର ସ୍ବତନ୍ତ୍ର ନିୟମ ହେଉଛି, ଏଠାକୁ ପାପୀ ଓ ପୁଣ୍ୟବାନ ଉଭୟଙ୍କୁ ଅପରାଧୀ ରୂପେ ଆସିବାକୁପଡ଼େ। ଋଣଦାତା-ଋଣଗ୍ରହୀତା, ପୀଡ଼ାଦାତା-ପୀଡ଼ିତ, ମାଡୁଆ-ଫେରାଦିଆ, ମୁଦେଇ-ମୁଦାଲା ଇତ୍ୟାଦି ସମସ୍ତଙ୍କର ଆସିବାର ଆବଶ୍ୟକତା ଅଛି। ସରଳଭାବରେ କହିଲେ, ପୂର୍ବଜନ୍ମରେ ଜଣେ ମୋ’ଠାରୁ ଏକଶହ ଟଙ୍କା ନେଇ ଫାଙ୍କି ଦେଇଥିଲା। ଏ ଜନ୍ମରେ ସେ ଯେହେତୁ ମୋର ଟଙ୍କା ଶୁଝିବ, ସେଥିପାଇଁ ମୋତେ ମଧ୍ୟ ଆସିବାକୁ ପଡ଼ିବ। କିନ୍ତୁ ଟଙ୍କା ଦେଲାବେଳେ ମୁଁ ସେହିକର୍ମର ଶ୍ରେୟ ଯଦି ଭଗବାନଙ୍କୁ ଅର୍ପଣ କରି ନିଜକୁ ନିମିତ୍ତ ଭାବି ଥାଆନ୍ତି, ତେବେ ଶହେଟି ଟଙ୍କା ସକାଶେ ଆମ ଉଭୟଙ୍କୁ ଆସିବାକୁ ପଡ଼ି ନ ଥାନ୍ତା। କାରଣ ଆମେ ଦୁହେଁ ଋଣଦାତା କି ଋଣଗ୍ରହୀତା ହୋଇ ନ ଥା’ନ୍ତୁ। ତେଣୁ ପାପକର୍ମ ପାଇଁ ନର୍କଭୋଗ ଓ ପୁଣ୍ୟକର୍ମ ପାଇଁ ସ୍ବର୍ଗଭୋଗ ଏଇଠି ହିଁ କରିବାକୁ ହୁଏ। ମନୁଷ୍ୟ ପାପକର୍ମ କଲାବେଳେ ଭଗବାନଙ୍କ ମୁଣ୍ଡରେ ଅଠାବୋଳେ ଓ ଫଳଭୋଗରେ ମଧ୍ୟ ତାଙ୍କୁ ଦାୟୀ କରେ। କିନ୍ତୁ ପୁଣ୍ୟକର୍ମ କଲାବେଳେ ଓ ଫଳଭୋଗ ବେଳେ, ତା’ର ସମସ୍ତ ଶ୍ରେୟ ନିଜ ଉପରକୁ ନିଏ। ଯେପରି ‘ପୁଅଟାବେଳକୁ ମୋର, ଝିଅଟାବେଳକୁ ତୋର’। ଏହାର ଫଳସ୍ବରୂପ ପୁଣ୍ୟ ହେଉ ବା ପାପ, କର୍ମ ଓ କର୍ମଫଳ ଭୋଗକରିବା ପାଇଁ ସେ ଅନନ୍ତକାଳ ପର୍ଯ୍ୟନ୍ତ ଜନ୍ମ-ମରଣ ଚକ୍ରରେ ଘୂରୁଥାଏ ଏବଂ ମୁକ୍ତିର ମାର୍ଗ ପାଇପାରି ନ ଥାଏ।
ଶରୀରାଦି ପଦାର୍ଥକୁ ନିଜର ଭାବିବା ହିଁ ବନ୍ଧନ ଓ ନିଜର ନ ଭାବିବା ହିଁ ମୁକ୍ତି। ‘ମୋର କିଛି ନେବାର ନାହିଁ’, ଏତିକି ସ୍ବୀକାର କରିନେଲେ ମୁକ୍ତି ମିଳିଯିବ। ସଂସାରରେ ଯେଉଁ ପଦାର୍ଥ ଆମ ଅଧିକାରରେ ଅଛି ଓ ମିଳିଛି, ତାହା ମଧ୍ୟ ସବୁଦିନ ପାଇଁ ଆମ ସାଥିରେ ରହିବ ନାହିଁ। ତେବେ ଯେଉଁ ପଦାର୍ଥ ଅଧିକାରର ବାହାରେ ବା ଅପ୍ରାପ୍ତ, ତାହା ପାଇବାକୁ ଏତେ ଆଶାକରି କି ଲାଭ? ‘ନାଶବାନ’କୁ ମହତ୍ତ୍ୱଦେବା ହିଁ ବନ୍ଧନ। ମିଳିଥିବା ପଦାର୍ଥକୁ ନିଜର ନ ଭାବିଲେ ମୁକ୍ତି ସ୍ବାଭାବିକ। ‘ନାଶବାନ’କୁ ପାଇବାର ଇଚ୍ଛା ଛାଡ଼ିଦେଲେ ‘ଅବିନାଶିତ୍ୱ’ ମିଳିଯାଏ। ମନୁଷ୍ୟ ‘କର୍ମତ୍ୟାଗ’ କରିବା ଉଚିତ ନୁହେଁ,ବରଂ ‘କାମନା’ ତ୍ୟାଗକରିବା ଉଚିତ। ସୁଖପାଇବାର ଇଚ୍ଛା, ଆଶା ଓ ସୁଖଭୋଗ ହିଁ ସମସ୍ତ ଦୁଃଖର ମୂଳକାରଣ। ତେଣୁ ଏଥିରୁ ସର୍ବଦା ଦୂରେଇ ରହିବା ଉଚିତ (ଚାଣକ୍ୟ)। ମନରେ କୌଣସିବସ୍ତୁକୁ ପାଇବାର ଇଚ୍ଛା ରଖିବା, ଅନ୍ୟ କାହାସହିତ ନିଜକୁ ତୁଳନା କରିବା ହିଁ ଦରିଦ୍ରତା ଓ ସବୁଦୁଃଖର ମୂଳକାରଣ। ପୁଣ୍ୟ, ସତ୍‌କର୍ମ ଓ ନିଷ୍କାମକର୍ମ ସବୁ ଗୋଟିଏ। କେବଳ ତାହା ସଂପାଦନ କଲାବେଳେ ଏକ ଅତିସୂକ୍ଷ୍ମ ମାନସିକ ବିଚାର ହିଁ ସେଥିମଧ୍ୟରେ ଥିବା ପ୍ରଭେଦକୁ ଦର୍ଶାଇଦିଏ। ସେହିକର୍ମର ଶ୍ରେୟ ନିଜ ଉପରକୁ (ନିଜ ସ୍ବାର୍ଥ ବା ପ୍ରତିଷ୍ଠା ପାଇଁ )ନେଲେ ତାହା ସକାମ ବା ପୁଣ୍ୟକର୍ମ ହୋଇଯାଏ। କିନ୍ତୁ କର୍ତ୍ତା ନିଜକୁ ‘ନିମିତ୍ତ’ଭାବି ସେହି କର୍ମରଶ୍ରେୟ ସେବାଭାବେ ଭଗବାନଙ୍କୁ ଅର୍ପଣ କରିଦେଲେ, ତାହା ନିଷ୍କାମ, ଶ୍ରେଷ୍ଠ ବା ଅନାସକ୍ତ କର୍ମ ହୋଇଯାଏ, ଯାହା ସମ୍ପୂର୍ଣ୍ଣ ବନ୍ଧନମୁକ୍ତ। ସକାମ ବା ପୁଣ୍ୟକର୍ମ(ସୁନାଶୃଙ୍ଖଳ) ସ୍ବର୍ଗସୁଖ ଦେଇପାରେ, କିନ୍ତୁ ମୁକ୍ତି ବା ଭଗବତ୍‌ ସାନ୍ନିଧ୍ୟ ନୁହେଁ। ମନୁଷ୍ୟ ମୁକ୍ତହେବାକୁ ଯଦି ପ୍ରକୃତରେ ଚାହୁଁଥାଏ, ତେବେ ସେ ମୁକ୍ତହେବା ପାଇଁ ନିଶ୍ଚୟ ବାଟଫିଟିଯିବ। ନଚେତ୍‌ ‘ଆଚରଣ’ ନ କରି ଖାଲି ‘ଉଚ୍ଚାରଣ’ କରିଦେଲେ ତାହା ଅସମ୍ଭବ। ବାସ୍ତବରେ ‘ମୁକ୍ତ’(ଚେତନ) ହିଁ ମୁକ୍ତହୁଏ, ‘ବଦ୍ଧ’(ଶରୀର) ମୁକ୍ତ ହୁଏନାହିଁ। ନିଷ୍କାମ ଭାବେ କର୍ମକଲେ ମୁକ୍ତିମିଳେ ଏବଂ ସକାମ ଭାବେ କର୍ମକଲେ ବନ୍ଧନ ହୁଏ, ଅର୍ଥାତ୍‌ ଦୁଃଖପୂର୍ଣ୍ଣ ଜନ୍ମମୃତ୍ୟୁଚକ୍ର ସମାପ୍ତ ହୁଏନାହିଁ। ମନୁଷ୍ୟ ନିଷ୍କାମଭାବେ ସ୍ବକର୍ତ୍ତବ୍ୟ ଭଗବାନଙ୍କ ସେବାଭାବେ ପାଳନ କରିବା ଉଚିତ। ତେଣୁ ଆମେ ଏକ ଭାଗ୍ୟବାନ ଜୀବ ମନୁଷ୍ୟ ଶରୀର ଲାଭକରି ତା’ର ଚେତନାକୁ ଠିକ୍‌ ଭାବେ ଉପଯୋଗ କରି ମାନବ ଜୀବନର ଲକ୍ଷ୍ୟହାସଲ ପାଇଁ ଏବଂ ଜନ୍ମମୃତ୍ୟୁର ଘୂର୍ଣ୍ଣାୟମାନ ଚକ୍ରରୁ ତଥା ଏଇ ସଂସାରରୂପୀ କାରାଗାରରୁ ମୁକ୍ତହେବା ପାଇଁ ସର୍ବଦା ପ୍ରଚେଷ୍ଟା କରିବା ଉଚିତ।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?