କେମିତି ଅଛନ୍ତି କୃଷକ

ବିପ୍ଳବ

ସମଗ୍ର ବିଶ୍ୱରେ ବାସକରୁଥିବା କୋଟି କୋଟି ଲୋକ କାୈଣସି ନା କାୈଣସି ଖାଦ୍ୟ ଗ୍ରହଣ କରି ଜୀବନ ନିର୍ବାହ କରନ୍ତି। ସେ ହୋଇପାରନ୍ତି ରାସ୍ତାକଡ଼ର ଭିକାରୀ ଅଥବା ସୁଉଚ୍ଚ ଅଟ୍ଟାଳିକାରେ ବାସ କରୁଥିତ୍ବା ସମ୍ଭ୍ରାନ୍ତ ବ୍ୟକ୍ତି। ମାତ୍ର ଖାଦ୍ୟର କଞ୍ଚାମାଲଟି ଉପତ୍ାଦିତ କରୁଥିବା ଲୋକଟି ଜଣେ କୃଷକ ବା ଚାଷୀ। ଆଉ ସେ ତାକୁ କ୍ଷେତରେ ଅମଳ କରିଥାଏ। ବିନା ଖାଦ୍ୟରେ ଜୀବନ ନିର୍ବାହ କରିବା ସମ୍ଭବ ନୁହେଁ। ସେଥି ପାଇଁ ସୀମାନ୍ତରେ ସୈନିକର ଯେତିକି ଆବଶ୍ୟକତା ଦେଶ ଭିତରେ କୃଷକର ସେତିିକି ଆବଶ୍ୟକତା ରହିଛି। ଏ କଥାକୁ ହୃଦୟଙ୍ଗମ କରି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଘୋଷଣା କରିଥିଲେ ‘ଜୟ ଯବାନ ଜୟ କିଷାନ’।
କିଛି ବର୍ଷ ପୂର୍ବରୁ କୃଷକର ସାଥୀ ଥିଲେ ବଳଦ, ଲଙ୍ଗଳ, ଜୁଆଳି, ଶଗଡ଼, ଓଦର, ପାଞ୍ଚଣ ଇତ୍ୟାଦି। ଖରା, ବର୍ଷା, ଶୀତ ହେଉ ପୃଥିବୀରେ ତେଣିକି ଯେଉଁ ଋତୁ ଭୋଗ ହେଉପଛେ କୃଷକ ପାଇଁ କିଛି ଫରକ ପଡ଼ି ନ ଥାଏ। ପାହାନ୍ତା ପହରୁ ଉଠି ପଖାଳଖାଇ ହଳ ଲଙ୍ଗଳ ଧରି ବିଲକୁ ଚାଲିଯାଏ। ଚାଷବେଳେ ଚାଷ, ବୁଣାବେଳେ ବୁଣା, ବଛାବଛିବେଳେ ବଛାବଛି ଆଉ ଅମଳ ଋତୁରେ ଅମଳ। ନା ମାଟିମାକୁ ସେ ଫୁରୁସତ ଦିଏ ନା ନିଜକୁ। ମାଟିର ଛାତି ଚିରି ସେ ସବୁଜ ଫସଲର ହାଟ ବସାଏ। ରକ୍ତକୁ ପାଣି କରି ଦେହରୁ ଝାଳ ନିଗାଡ଼ି ସେ ଫସଲ ଅମଳ କରେ। ନିଜ ପାଇଁ ଅଳ୍ପ କିଛି ସାଇତି ବାକି ତକ ଦୁନିଆ ଲୋକଙ୍କ ପାଇଁ ଉସତ୍ର୍ଗ କରିଦିଏ। ଏବେ ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତାହା ସହିତ ଖାଦ୍ୟର ଆବଶ୍ୟକତା ବି ବୃଦ୍ଧ ପାଇଛି। ମାତ୍ର କୃଷକ ଚାଷ କରୁଥିବା ଜମି ଓ ଗୋ ସଂପଦ ଯଥେଷ୍ଟ ହ୍ରାସ ପାଇଛି। କ୍ଷେତ ହଳଠୁ ଅମଳଯାଏ ସେ ନିର୍ଭର କରୁଥିବା ଶଗଡ଼, ବଳଦ, ଜୁଆଳି ଇତ୍ୟାଦି ସାତ ସପନ ହେବାକୁ ବସିଛି। ସେ ପାରମ୍ପରିକ ବିହନ ଛାଡ଼ି ସରକାରଙ୍କ କୃଷି ବିଭାଗର ବିହନ ଉପରେ ଅଧିକ ନିର୍ଭରଶୀଳ ହୋଇଛି। ବଳଦ ଜାଗାରେ କଳଲଙ୍ଗଳ ବ୍ୟବହାର କରିଛି। ବିହନ ପୋତିବାଠୁ ଅମଳ ଯାଏ ବିଭିନ୍ନ ମେଶିନ ଉପରେ ତାକୁ ନିର୍ଭର କରିବାକୁ ପଡୁଛି।
କେବେ ସରକାରୀ ନକଲ ବିହନର ଶିକାର ହୋଇ ହତାସ ହୋଇଛି। ଗୋବର ଖତ ବଦଳରେ ରାସାୟନିକ ସାର ଉପରେ ନିର୍ଭରଶୀଳ ହୋଇ ତା’ଅଭାବ ଜନିତ ପରିସ୍ଥତିକୁ ବିରୋଧ କରି କେବେ ପୋଲିସଠୁ ଲାଠିମାଡ଼ ଖାଇଛି। ପ୍ରକୃତି କୋପରେ କେବେ ଅମଳ ହେବାକୁ ଥିବା ଫସଲ ହରେଇ ଲକ୍ଷ ଲକ୍ଷ କରଜ କରିଛି। ହତାସ ହୋଇ ବିଲରେ ବିଷ ପିଇ ଆମତ୍ହତ୍ୟା କରିଛି। କେବେ ଫସଲର ଉପଯୁକ୍ତ ମୂଲ୍ୟ ନ ପାଇ ତାହାକୁ ରାଜରାସ୍ତାରେ ଢାଳି ପ୍ରତିବାଦ କରିଛି। ଦେଶ ସ୍ବାଧୀନ ହେବାର ଦୀର୍ଘ ସାତଦଶନ୍ଧି ପରେ ବି କେତେ ସରକାର ଆସିଛନ୍ତି ଆଉ ଯାଇଛନ୍ତି। କେହି କ’ଣ ଏଇ ମାଟି ମଣିଷର କଥା କେବେ ଚିନ୍ତା କରିଛନ୍ତି! ଭାରତ ଭଳି ଗୋଟିଏ କୃଷିପ୍ରଧାନ ଦେଶରେ ସିଂହଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ମାତ୍ର ଏଇ ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏନ୍‌.ଏସ୍‌.ଏସ୍‌. ରିପୋର୍ଟରେ କୁହାଯାଇଛି ଯେ ସମଗ୍ର ଦେଶରେ ଚାଷୀମାନଙ୍କର ହାରାହାରି ବାର୍ଷିକ ଆୟ ୧୦,୨୧୮ଟଙ୍କା ଆଉ ପ୍ରତ୍ୟେକ ଚାଷୀ ପରିବାର ଉପରେ ହାରାହାରି ଋଣ ବୋଝର ପରିମାଣ ୭୪,୧୨୧ଟଙ୍କା। ଆଉ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୃଷକଙ୍କ କଲ୍ୟାଣ ପାଇଁ ଶହଶହ ଯୋଜନା କରି କୋଟି କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଛାଡୁଥିବାର ଖବର ବିଜ୍ଞପିତ ହେଉଛି। ସତ ଏଇଆ ଯେ ନିର୍ବାଚନ ସମୟ ପାଖେଇ ଆସିଲେ ଚତୁର ନେତାଏ ବିଭିନ୍ନ ଯୋଜନା ତାଙ୍କ ପାଇଁ କରନ୍ତି। ଆଉ ତା’ର ଫାଇଦା ପାଆନ୍ତି କ୍ଷମତାସୀନ ଦଳର କର୍ମୀମାନେ। ସେଥିପାଇଁ ଶହ ଶହ ଯୋଜନା ପରେ ବି ବଦଳେନି କୃଷକର ଭାଗ୍ୟ।
କୃଷକ ବିହୀନ ପୃଥିବୀଟିଏ ପରିକଳ୍ପନା ଅସମ୍ଭବ। କୋଟି କୋଟି ଟଙ୍କା ରୋଜଗାର କରୁଥିବା ଲୋକଟିଏ ହୀରା, ନୀଳା ପରି ଦୁର୍ଲଭ ଦ୍ରବ୍ୟ ଖାଏ ନାହିଁ, ଖାଏ ସେହି ଝାଳୁଆ ହାତ ଛୁଆଁରେ ଅମଳ ହୋଇଥିବା ଫସଲ। କୃଷକଟିକୁ ତା’ର ଉପଯୁକ୍ତ ମୂଲ୍ୟ ମିଳିଲେ ସେ ବି ସଜେଇପାରିବ ପୃଥିବୀକୁ ଆହୁରି ସବୁଜିମାରେ। କେବଳ ସରକାର ନୁହଁ, ଖାଦ୍ୟ ଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି କୃଷକଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ।
ମକୁନ୍ଦପୁର,ବାଙ୍କୀ
ମୋ-୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri