କେମିତି ଅଛନ୍ତି କୃଷକ

ବିପ୍ଳବ

ସମଗ୍ର ବିଶ୍ୱରେ ବାସକରୁଥିବା କୋଟି କୋଟି ଲୋକ କାୈଣସି ନା କାୈଣସି ଖାଦ୍ୟ ଗ୍ରହଣ କରି ଜୀବନ ନିର୍ବାହ କରନ୍ତି। ସେ ହୋଇପାରନ୍ତି ରାସ୍ତାକଡ଼ର ଭିକାରୀ ଅଥବା ସୁଉଚ୍ଚ ଅଟ୍ଟାଳିକାରେ ବାସ କରୁଥିତ୍ବା ସମ୍ଭ୍ରାନ୍ତ ବ୍ୟକ୍ତି। ମାତ୍ର ଖାଦ୍ୟର କଞ୍ଚାମାଲଟି ଉପତ୍ାଦିତ କରୁଥିବା ଲୋକଟି ଜଣେ କୃଷକ ବା ଚାଷୀ। ଆଉ ସେ ତାକୁ କ୍ଷେତରେ ଅମଳ କରିଥାଏ। ବିନା ଖାଦ୍ୟରେ ଜୀବନ ନିର୍ବାହ କରିବା ସମ୍ଭବ ନୁହେଁ। ସେଥି ପାଇଁ ସୀମାନ୍ତରେ ସୈନିକର ଯେତିକି ଆବଶ୍ୟକତା ଦେଶ ଭିତରେ କୃଷକର ସେତିିକି ଆବଶ୍ୟକତା ରହିଛି। ଏ କଥାକୁ ହୃଦୟଙ୍ଗମ କରି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଘୋଷଣା କରିଥିଲେ ‘ଜୟ ଯବାନ ଜୟ କିଷାନ’।
କିଛି ବର୍ଷ ପୂର୍ବରୁ କୃଷକର ସାଥୀ ଥିଲେ ବଳଦ, ଲଙ୍ଗଳ, ଜୁଆଳି, ଶଗଡ଼, ଓଦର, ପାଞ୍ଚଣ ଇତ୍ୟାଦି। ଖରା, ବର୍ଷା, ଶୀତ ହେଉ ପୃଥିବୀରେ ତେଣିକି ଯେଉଁ ଋତୁ ଭୋଗ ହେଉପଛେ କୃଷକ ପାଇଁ କିଛି ଫରକ ପଡ଼ି ନ ଥାଏ। ପାହାନ୍ତା ପହରୁ ଉଠି ପଖାଳଖାଇ ହଳ ଲଙ୍ଗଳ ଧରି ବିଲକୁ ଚାଲିଯାଏ। ଚାଷବେଳେ ଚାଷ, ବୁଣାବେଳେ ବୁଣା, ବଛାବଛିବେଳେ ବଛାବଛି ଆଉ ଅମଳ ଋତୁରେ ଅମଳ। ନା ମାଟିମାକୁ ସେ ଫୁରୁସତ ଦିଏ ନା ନିଜକୁ। ମାଟିର ଛାତି ଚିରି ସେ ସବୁଜ ଫସଲର ହାଟ ବସାଏ। ରକ୍ତକୁ ପାଣି କରି ଦେହରୁ ଝାଳ ନିଗାଡ଼ି ସେ ଫସଲ ଅମଳ କରେ। ନିଜ ପାଇଁ ଅଳ୍ପ କିଛି ସାଇତି ବାକି ତକ ଦୁନିଆ ଲୋକଙ୍କ ପାଇଁ ଉସତ୍ର୍ଗ କରିଦିଏ। ଏବେ ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତାହା ସହିତ ଖାଦ୍ୟର ଆବଶ୍ୟକତା ବି ବୃଦ୍ଧ ପାଇଛି। ମାତ୍ର କୃଷକ ଚାଷ କରୁଥିବା ଜମି ଓ ଗୋ ସଂପଦ ଯଥେଷ୍ଟ ହ୍ରାସ ପାଇଛି। କ୍ଷେତ ହଳଠୁ ଅମଳଯାଏ ସେ ନିର୍ଭର କରୁଥିବା ଶଗଡ଼, ବଳଦ, ଜୁଆଳି ଇତ୍ୟାଦି ସାତ ସପନ ହେବାକୁ ବସିଛି। ସେ ପାରମ୍ପରିକ ବିହନ ଛାଡ଼ି ସରକାରଙ୍କ କୃଷି ବିଭାଗର ବିହନ ଉପରେ ଅଧିକ ନିର୍ଭରଶୀଳ ହୋଇଛି। ବଳଦ ଜାଗାରେ କଳଲଙ୍ଗଳ ବ୍ୟବହାର କରିଛି। ବିହନ ପୋତିବାଠୁ ଅମଳ ଯାଏ ବିଭିନ୍ନ ମେଶିନ ଉପରେ ତାକୁ ନିର୍ଭର କରିବାକୁ ପଡୁଛି।
କେବେ ସରକାରୀ ନକଲ ବିହନର ଶିକାର ହୋଇ ହତାସ ହୋଇଛି। ଗୋବର ଖତ ବଦଳରେ ରାସାୟନିକ ସାର ଉପରେ ନିର୍ଭରଶୀଳ ହୋଇ ତା’ଅଭାବ ଜନିତ ପରିସ୍ଥତିକୁ ବିରୋଧ କରି କେବେ ପୋଲିସଠୁ ଲାଠିମାଡ଼ ଖାଇଛି। ପ୍ରକୃତି କୋପରେ କେବେ ଅମଳ ହେବାକୁ ଥିବା ଫସଲ ହରେଇ ଲକ୍ଷ ଲକ୍ଷ କରଜ କରିଛି। ହତାସ ହୋଇ ବିଲରେ ବିଷ ପିଇ ଆମତ୍ହତ୍ୟା କରିଛି। କେବେ ଫସଲର ଉପଯୁକ୍ତ ମୂଲ୍ୟ ନ ପାଇ ତାହାକୁ ରାଜରାସ୍ତାରେ ଢାଳି ପ୍ରତିବାଦ କରିଛି। ଦେଶ ସ୍ବାଧୀନ ହେବାର ଦୀର୍ଘ ସାତଦଶନ୍ଧି ପରେ ବି କେତେ ସରକାର ଆସିଛନ୍ତି ଆଉ ଯାଇଛନ୍ତି। କେହି କ’ଣ ଏଇ ମାଟି ମଣିଷର କଥା କେବେ ଚିନ୍ତା କରିଛନ୍ତି! ଭାରତ ଭଳି ଗୋଟିଏ କୃଷିପ୍ରଧାନ ଦେଶରେ ସିଂହଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ମାତ୍ର ଏଇ ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏନ୍‌.ଏସ୍‌.ଏସ୍‌. ରିପୋର୍ଟରେ କୁହାଯାଇଛି ଯେ ସମଗ୍ର ଦେଶରେ ଚାଷୀମାନଙ୍କର ହାରାହାରି ବାର୍ଷିକ ଆୟ ୧୦,୨୧୮ଟଙ୍କା ଆଉ ପ୍ରତ୍ୟେକ ଚାଷୀ ପରିବାର ଉପରେ ହାରାହାରି ଋଣ ବୋଝର ପରିମାଣ ୭୪,୧୨୧ଟଙ୍କା। ଆଉ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୃଷକଙ୍କ କଲ୍ୟାଣ ପାଇଁ ଶହଶହ ଯୋଜନା କରି କୋଟି କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଛାଡୁଥିବାର ଖବର ବିଜ୍ଞପିତ ହେଉଛି। ସତ ଏଇଆ ଯେ ନିର୍ବାଚନ ସମୟ ପାଖେଇ ଆସିଲେ ଚତୁର ନେତାଏ ବିଭିନ୍ନ ଯୋଜନା ତାଙ୍କ ପାଇଁ କରନ୍ତି। ଆଉ ତା’ର ଫାଇଦା ପାଆନ୍ତି କ୍ଷମତାସୀନ ଦଳର କର୍ମୀମାନେ। ସେଥିପାଇଁ ଶହ ଶହ ଯୋଜନା ପରେ ବି ବଦଳେନି କୃଷକର ଭାଗ୍ୟ।
କୃଷକ ବିହୀନ ପୃଥିବୀଟିଏ ପରିକଳ୍ପନା ଅସମ୍ଭବ। କୋଟି କୋଟି ଟଙ୍କା ରୋଜଗାର କରୁଥିବା ଲୋକଟିଏ ହୀରା, ନୀଳା ପରି ଦୁର୍ଲଭ ଦ୍ରବ୍ୟ ଖାଏ ନାହିଁ, ଖାଏ ସେହି ଝାଳୁଆ ହାତ ଛୁଆଁରେ ଅମଳ ହୋଇଥିବା ଫସଲ। କୃଷକଟିକୁ ତା’ର ଉପଯୁକ୍ତ ମୂଲ୍ୟ ମିଳିଲେ ସେ ବି ସଜେଇପାରିବ ପୃଥିବୀକୁ ଆହୁରି ସବୁଜିମାରେ। କେବଳ ସରକାର ନୁହଁ, ଖାଦ୍ୟ ଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି କୃଷକଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ।
ମକୁନ୍ଦପୁର,ବାଙ୍କୀ
ମୋ-୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?