ଚିଠି କରି ଚୁପ୍‌

ଅନୁଗୋଳ ଅଫିସ, ୨୧ା୯ ମାସକୁ ମାସ ଟଙ୍କା ନେଉଛି ଠିକା ସଂସ୍ଥା। କିନ୍ତୁ ଠିକ୍‌ ଭାବେ କରୁନି ସଫେଇ କାର୍ଯ୍ୟ। ଫଳରେ ସହରରୁ ହଟୁନି ଅଳିଆ। ଚାରିଆଡ଼େ ଗଦା ଗଦା ଆବର୍ଜନା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ସହରବାସୀ। ଅଭିଯୋଗ ନେଇ ଯାଉଛନ୍ତି ପ୍ରଶାସନ ନିକଟକୁ। ଆନ୍ଦୋଳନ ପାଇଁ ଅନେକ ସମୟରେ ଦେଉଛନ୍ତି ଚେତାବନୀ। ହେଲେ ସମସ୍ୟାର ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ନେବା ବଦଳରେ ଠିକା ସଂସ୍ଥାକୁ ଚିଠି କରି ଚୁପ୍‌ ବସିଯାଉଛନ୍ତି ପୌର କର୍ତ୍ତୃପକ୍ଷ। କେଉଁ କାରଣରୁ ଠିକା ସଂସ୍ଥା ପ୍ରତି ଏପରି ଅନୁକମ୍ପା ପ୍ରଦର୍ଶନ କରାଯାଉଛି, ତାହା ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନୁଗୋଳ ସହରରେ ଅଳିଆ ସମସ୍ୟା ନୂଆ ନୁହେଁ। ପୂର୍ବରୁ ଡମ୍ପିଂକୁ ନେଇ ବିବାଦ ଦେଖାଦେଉଥିଲା। ଅନେକ ଥର ପୋଲିସ ଓ ବିରୋଧ କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଥିଲା। ମାସ ମାସ ଧରି ସହରରୁ ଆବର୍ଜନା ଉଠିପାରୁ ନ ଥିଲା। ଦୀର୍ଘଦିନର ଉଦ୍ୟମ ପରେ ସମାଧାନର ବାଟ ଫିଟିଥିଲା। ହେଲେ ଏବେ ଡମ୍ପିଂକୁ ନେଇ ନୁହେଁ, ବରଂ ସଫେଇ ପାଇଁ ଟେଣ୍ଡର ନେଇଥିବା ଏକ ଠିକାସଂସ୍ଥାର ମନମାନି ହିଁ ସହରକୁ ଆବର୍ଜନାମୟ କରିଦେଉଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ଉକ୍ତ ଠିକା ସଂସ୍ଥାର କେତେଜଣ କର୍ମଚାରୀଙ୍କ ବିରୋଧରେ ପୌର କର୍ତ୍ତୃପକ୍ଷ କିଛିଟା କଠୋର ଆଭିମୁଖ୍ୟ ଦେଖାଇଥିଲେ। କାର୍ଯ୍ୟରେ ଅବହେଳା ଓ ବିଭିନ୍ନ ଅନିୟମିତତା ଅଭିଯୋଗ ପାଇବା ପରେ ଠିକା ସଂସ୍ଥାକୁ କହି ସେମାନଙ୍କୁ କାର୍ଯ୍ୟରୁ ଦୂରେଇ ରଖିଥିଲେ। ଏପରି କି ଥାନାରେ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ ଏହାର କୌଣସି ସୁ ପ୍ରଭାବ ଦେଖିବାକୁ ମିଳି ନ ଥିଲା। ବରଂ ସଫେଇ କର୍ମଚାରୀ ଓ ଠିକା ସଂସ୍ଥାର ଅସହଯୋଗ ସମସ୍ୟାକୁ ଅଧିକ ଜଟିଳ କରି ଦେଇଥିଲା। ଘନ ଘନ ବୈଠକ, ପ୍ରତିଶ୍ରୁତି ଓ ବାହାରୁ କର୍ମଚାରୀ ଆଣି ଆବର୍ଜନା ଉଠାଇବା ଆଦି ଅନେକ ପଦକ୍ଷେପ ପୌର ପ୍ରଶାସନକୁ ନେବାକୁ ପଡ଼ିଥିଲା। ଆବଶ୍ୟକତାକୁ ଦେଖି ସଫେଇ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଓ ଅଳିଆକୁ ନେଇ ଯେପରି ଆଉ ସମସ୍ୟା ନ ହୁଏ, ସେ ଦିଗରେ ବିଭିନ୍ନ ସମୟରେ ପଦକ୍ଷେପ ପୌର କର୍ତ୍ତୃପକ୍ଷ ନେଉଥିଲେ ମଧ୍ୟ ସହର ସଫେଇ ଠିକ୍‌ ଭାବେ ହୋଇପାରୁ ନାହିଁ। ଫଳରେ ସହରର ୨୩ଟି ୱାର୍ଡରେ ଗଦା ଗଦା ଆବର୍ଜନା ଦିନ ଦିନ ଧରି ସେମିତି ପଡ଼ିରହୁଥିବା ଦେଖିବାକୁ ମିଳୁଛି। ଆବର୍ଜନା ଡମ୍ପିଂ କରାଯିବା ପରିବର୍ତ୍ତେ ସେଥିରେ ନିଆଁ ଲଗାଇ ଠିକା ସଂସ୍ଥା ପରିବେଶକୁ କ୍ଷତି ପହଞ୍ଚାଉଛି। ସହରବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ାଉଛି। ସାପ୍ତାହିକ ହାଟ ପଛପାର୍ଶ୍ୱ, ଅମଲାପଡ଼ା, ଶିମିଳିପଡ଼ା, ହେମସୁରପଡ଼ା, ଶିକ୍ଷକପଡ଼ା, ମିଶ୍ରପଡ଼ା, ହାକିମପଡ଼ା ଆଦି ସ୍ଥାନରୁ ଅଳିଆ ଗଦା ହଟାଯାଉ ନ ଥିବାରୁ ସେଠାରେ ଘୁଷୁରି ପଲ ପଶି ଏକ ପ୍ରଦୂଷିତ ପରିବେଶ ସୃଷ୍ଟି କରୁଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହରକୁ ସ୍ବଚ୍ଛ କରିବାକୁ ଠିକା ସଂସ୍ଥା ଟେଣ୍ଡର ନେଇଥିବାବେଳେ ମାସକୁ ମାସ ଲକ୍ଷାଧିକ ଟଙ୍କା ପାଉଛି। କିନ୍ତୁ କାର୍ଯ୍ୟରେ ଏପରି ଅବହେଳା କରୁଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ ଟେଣ୍ଡର ରଦ୍ଦ କରୁନାହାନ୍ତି। କେବେ କେମିତି ଚିଠି ମାଧ୍ୟମରେ କେବଳ ତାଗିଦ୍‌, ଚେତାବନୀ ଓ ଶେଷରେ କାରଣ ଦର୍ଶାଅ ନୋଟିସରେ କାର୍ଯ୍ୟାନୁଷ୍ଠାନ ଶେଷ କରିଦେଉଛନ୍ତି।

କାରଣ ଦର୍ଶାଅ ନୋଟିସ କରାଯାଉଛି
ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇଥିବା ଅଭିଯୋଗ ଆସିଛି। ଏ ନେଇ ଠିକା ସଂସ୍ଥାକୁ ଚିଠି କରିବାକୁ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସହର ସଫେଇ କରିବାରେ ଯଦି ଠିକା ସଂସ୍ଥା ଅପାରଗ ବୋଲି ସ୍ପଷ୍ଟ ହେବ, ତେବେ ଟେଣ୍ଡର ରଦ୍ଦ କରାଯାଇ ନୂଆ ଟେଣ୍ଡର କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ

ସହରବାସୀ ଜବାବ ଦେବେ
ସହରର ଉନ୍ନତୀକରଣ କରାଯାଉଛି। କିନ୍ତୁ ସହରବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ପ୍ରଶାସନ ପ୍ରଥମେ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଆବଶ୍ୟକ।
ନଚେତ ଲୋକେ ପୌରପାଳିକାରେ ଚାଲିଥିବା ଠିକାଦାର ପୋସା ନୀତିର ଜବାବ ଦେବେ।
-ଗୋପାଳ ନାଥ, ବୁଦ୍ଧିଜୀବୀ

ଅସହଯୋଗ ପାଇଁ ଅସୁବିଧା
ଅନୁଗୋଳ ସହରର ସଫେଇ କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ। ଠିକା ସଂସ୍ଥା ଓ ତାହାର କର୍ମଚାରୀମାନେ ସହଯୋଗ କରୁ ନ ଥିବାରୁ ବାରମ୍ବାର ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଠିକା ସଂସ୍ଥାକୁ ଅବଗତ କରାଯାଇଛି। ଆଗାମୀ ଦିନରେ ସୁଧାର ନ ଆସିଲେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।
-ଦୁର୍ଯ୍ୟୋଧନ ବେହେରା, ପରିମଳ ଅଧିକାରୀ

ଗନ୍ଧରେ ନାକ ଫାଟିଯାଉଛି
ଅମଲାପଡ଼ାରେ ଗଦା ହୋଇଥିବା ଅଳିଆ ଗନ୍ଧରେ ନାକ ଫାଟିଯାଉଛି। ଉକ୍ତ ଅଞ୍ଚଳ ଦେଇ ଚଳପ୍ରଚଳ କରିବା କାଠିକର ପାଠ ହୋଇପଡ଼ୁଛି। ଅଭିଯୋଗ କଲେ ମଧ୍ୟ ପୌର ପ୍ରଶାସନ ତାହାର ପ୍ରତିକାର କରୁନାହିଁ। କେବଳ ମାଇକରେ ପ୍ରଚାର କରିଦେଲେ ସହର ସୁନ୍ଦର ହୋଇଯିବ ନାହିଁ, ଇଚ୍ଛାଶକ୍ତି ଆବଶ୍ୟକ।
-ରଞ୍ଜିତ କୁମାର ଜେନା, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri