ଲୋହିତ ସାଗରରେ ହୋଉଥିର ଆକ୍ରମଣ ଜାରି

କୋପେନ୍‌ହେଗେନ୍‌/ଦୁବାଇ,୧ା୧: ଇରାନ ସମର୍ଥିତ ହୋଉଥି ଆତଙ୍କବାଦୀମାନେ ଲୋହିତ ସାଗର ସମେତ ବିଭିନ୍ନ ସାମୁଦ୍ରିକ ପଥରେ ଯାଉଥିବା ପଣ୍ୟବାହୀ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରୁଥିବାରୁ ଏବେ ଅନ୍ତର୍ଜାତୀୟ ବାଣିଜ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ହୋଉଥି ଆତଙ୍କବାଦୀମାନେ ଡେନ୍‌ମାର୍କର ମାଏର୍ସ୍କ ହାଙ୍ଗ୍‌ଝୋଉ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ବୋଟ୍‌ ଯୋଗେ ଆସି ୪୮ ଘଣ୍ଟା ମଧ୍ୟରେ ଲୋହିତ ସାଗରରେ ଜାହାଜ ଚଳାଚଳ ବନ୍ଦ କରିବାକୁ ଧମକ ଦେଇଥିଲେ। ଫଳରେ ମାଏର୍ସ୍କ କମ୍ପାନୀ ଏହାର ଜାହାଜ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହୋଇଛି। ଲୋହିତ ସାଗରରେ ୨୪ ଘଣ୍ଟା ମଧ୍ୟରେ ଡେନ୍‌ମାର୍କର ଜାହାଜ ଦ୍ୱିତୀୟ ଥର ଆକ୍ରମଣର ସମ୍ମୁଖୀନ ହେବାରୁ ଆମେରିକା ନୌସେନାର ସହାୟତା ମାଗିଥିଲା। ଡେନ୍‌ମାର୍କର ଜାହାଜକୁ ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବାବେଳେ ଆମେରିକା ସେନା ତାହାକୁ ଖସାଇଥିଲା। ହୋଉଥି ନିୟନ୍ତ୍ରିତ ୟେମେନ୍‌ରୁ ଉକ୍ତ ମିଶାଇଲ୍‌ ଛଡ଼ାଯାଇଥିବାବେଳେ ଗୋଟିଏ ମାଏର୍ସ୍କ ହାଙ୍ଗ୍‌ଝୋଉ ଜାହାଜକୁ ମାଡ଼ କରିଥିଲା। ତେବେ ଏଥିରେ ଥିବା କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଆକ୍ରମଣ ଯୋଗୁ ବିଶ୍ୱ ବାଣିଜ୍ୟ ଗୁରୁତର ପ୍ରଭାବିତ ହୋଇଛି। ବୃହତ୍‌ ଶିପିଂ କମ୍ପାନୀଗୁଡ଼ିକ ସୁଏଜ୍‌ କେନାଲ ଦେଇ ଜାହାଜ ଚଳାଚଳ କରାଇବା ପରିବର୍ତ୍ତେ ଆଫ୍ରିକାର କେପ୍‌ ଅଫ୍‌ ଗୁଡ୍‌ ହୋପ୍‌ ଦେଇ ମାଲ୍‌ ପରିବହନ କରୁଛନ୍ତି। ଫଳରେ ଦୀର୍ଘ ସମୟ ଲାଗିବା ସହ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସୁଏଜ୍‌ କେନାଲରେ ପ୍ରବେଶ ପାଇଁ ଲୋହିତ ସାଗର ହେଉଛି ପ୍ରବେଶ ପଥ। ଏହି ବାଟ ଦେଇ ବିଶ୍ୱ ବାଣିଜ୍ୟର ୧୨ ପ୍ରତିଶତ ହୋଇଥାଏ। ଏସିଆ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟ କାରବାରର ଏହା ମୁଖ୍ୟ ପଥ। ଲୋହିତ ସାଗରରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଗତ ୧୯ ତାରିଖରେ ଆମେରିକା ଅପରେଶନ ପ୍ରସ୍ପରିଟି ଗାର୍ଡିଆନ୍‌ ଆରମ୍ଭ କରିଥିଲା। ଏଥିରେ ୨୦ଟି ଦେଶ ଭାଗନେବାକୁ ରାଜି ହୋଇଥିଲେ।

ହୋଉଥିର ୩ ବୋଟ୍‌ ଡୁବାଇଲା ଆମେରିକା

ଗାଜାର ପାଲେଷ୍ଟିନୀୟମାନଙ୍କୁ ସମର୍ଥନ ଜଣାଇ ଇରାନ ସମର୍ଥତ୍ତ ହୋଉଥି ଆତଙ୍କବାଦୀମାନେ ଗୁରୁତ୍ୱପୂର୍ଣ୍ଣ ଲୋହିତ ସାଗର ଶିପିଂ ଲେନ୍‌ରେ ଜାହାଜଗୁଡ଼ିକୁ ଆକ୍ରମଣ କରୁଛନ୍ତି। ଆମେରିକାର ଏକ ମାଲ୍‌ବାହୀ ଜାହାଜ ଉପରେ ଆକ୍ରମଣ ପରେ ଏହାର ନୌସେନା ହେଲିକପ୍ଟର ହୋଉଥି ବିଦ୍ରୋହୀଙ୍କ ୩ଟି ବୋଟ୍‌କୁ ଡୁବାଇଦେଇଛି। ଆତଙ୍କବାଦୀମାନେ ପ୍ରଥମେ ଆମେରିକା ହେଲିକପ୍ଟରକୁ ଗୁଳି କରିବା ପରେ ଆତ୍ମରକ୍ଷା ପାଇଁ ଏହା ବୋଟ୍‌ଗୁଡ଼ିକୁ ପାଲଟା ଆକ୍ରମଣ କରିଥିଲା। ଆମେରିକା ନୌସେନାର ଗୁଳିମାଡ଼ ଯୋଗୁ ଜାହାଜଠାରୁ ୨୦ ମିଟର ଦୂରରେ ଥିବା ୩ଟି ବୋଟ୍‌ ବୁଡ଼ିଯିବା ସହ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଛି। ଚତୁର୍ଥ ବୋଟ୍‌ଟି ଘଟଣାସ୍ଥଳରୁ ଖସି ପଳାଇଥିଲା।

ଆରବ ସାଗରରେ ସର୍ଭିଲାନ୍ସ ବଢ଼ିଲା

ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗର ଏବଂ ଆଡେନ୍‌ ଉପସାଗରରେ ଭାରତୀୟ ନୌସେନା ଏହାର ସର୍ଭିଲାନ୍ସକୁ ବଢ଼ାଇଦେଇଛି। ନୌସେନାର ଯୁଦ୍ଧଜାହାଜକୁ ଏଥିରେ ନିୟୋଜିତ କରାଯାଇଛି। ଗତ ୨୩ ତାରିଖରେ ଗୁଜରାଟଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍‌ ଦୂର ଆରବ ସାଗରରେ ଏମ୍‌ଭି ଚେମ୍‌ ପ୍ଲୁଟୋ ନାମକ ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିଲା। ଏଥିରେ ୨୧ ଭାରତୀୟ ଥିଲେ। ଇରାନ୍‌ ସମର୍ଥତ୍ତ ହୋଉଥି ଆତଙ୍କବାଦୀ ଇତିମଧ୍ୟରେ ଅନେକ ବାଣିଜି୍ୟକ ଜାହାଜ ଉପରେ ଆକ୍ରମଣ କରିଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା। ଏହି ଘଟଣାର ଦିନକ ପରେ ଲୋହିତ ସାଗରରେ ଭାରତ ଆସୁଥିବା ତୈଳବାହୀ ଜାହାଜ ଏମ୍‌ଭି ସାଇବାବା ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିଲା। ଗତ କିଛି ସପ୍ତାହ ହେଲା ଲୋହିତ ସାଗର, ଆଡେନ୍‌ ଉପସାଗର ଏବଂ ଆରବ ସାଗରରେ ବାଣିଜି୍ୟକ ଜାହାଜ ଉପରେ ଆକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ନୌସେନା ଆରବ ସାଗର ଓ ଆଡେନ୍‌ ଉପସାଗରରେ ସର୍ଭିଲାନ୍ସ ବ୍ୟବସ୍ଥା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?