Posted inଜାତୀୟ

ପରିବାରର ସଞ୍ଚୟ ୫ ଦଶନ୍ଧିରେ ସବୁଠୁ କମ୍‌

ନୂଆଦିଲ୍ଲୀ, ୨୦।୯: ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ପରିବାରର ସଞ୍ଚୟ (ହାଉସ୍‌ହୋଲ୍ଡ ସେଭିଂସ) ୫ ଦଶନ୍ଧିର ସବୁଠାରୁ କମ୍‌ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ୨୦୨୧-୨୨ରେ ଏହା ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ର ୭.୨ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ କମି ୫.୧ ପ୍ରତିଶତ ହୋଇଛି। ଏହି ସମୟରେ ଲୋକଙ୍କ ଆୟ ବହୁଳ ମାତ୍ରାରେ ହ୍ରାସ ପାଇଥିବା ବେଳେ ମହାମାରୀ ପରବର୍ତ୍ତୀ ସମୟରେ ଖର୍ଚ୍ଚ ପରିମାଣ ବଢ଼ିଯାଇଛି।
ଦୁଶ୍ଚିନ୍ତାର ବିଷୟ ଯେ, ପରିବାରଗୁଡ଼ିକର ବାର୍ଷିକ ଆର୍ଥିକ ଋଣ ପରିମାଣ ୨୦୨୨-୨୩ରେ ଜିଡିପିର ୫.୮ ପ୍ରତିଶତ ରହିଛି। ୨୦୨୧-୨୨ରେ ଏହା ୩.୮ ପ୍ରତିଶତ ଥିଲା। ଅର୍ଥାତ୍‌ ୨୦୨୨-୨୩ରେ ରିୟଲ ଇଷ୍ଟେଟ କିଣିବା ଓ ଖାଉଟି ସାମଗ୍ରୀରେ ବ୍ୟୟ କରିବା ଲାଗି ଅତିମାତ୍ରାରେ ଋଣ କରାଯାଇଛି। ଗତ ଆର୍ଥିକ ବର୍ଷରେ ଋଣ ପରିମାଣ ବୃଦ୍ଧି ସ୍ବାଧୀନତା ପରଠାରୁ ଦ୍ୱିତୀୟ ସର୍ବବୃହତ୍‌ ଥିଲା। କେବଳ ୨୦୦୬-୦୭ ଆର୍ଥିକ ବର୍ଷରେ ଏହା ୬.୭ % ଥିଲା ବୋଲି ରିପୋର୍ଟରୁ ସୂଚନା ମିଳିଛି।
ଆର୍ଥିକ ବର୍ଷ ୨୦୨୦-୨୧ରେ ନେଟ୍‌ ଘରୋଇ ସମ୍ପତ୍ତି ପରିମାଣ ୨୨.୮ ଟ୍ରିଲିୟନ ଟଙ୍କାକୁ ହ୍ରାସ ପାଇଥିବା ବେଳେ ୨୦୨୧-୨୨ରେ ୧୬.୯୬% ଏବଂ ୨୦୨୨-୨୩ରେ ଏହା ୧୩.୭୬ ଟ୍ରିଲିୟନ ଟଙ୍କାକୁ କମିଛି। ମୁଦ୍ରାସ୍ଫୀତି ଯୋଗୁ ଲୋକଙ୍କ ସଞ୍ଚୟ କମିଯାଇଥିବା ବେଳେ ଆବଶ୍ୟକତା ମେଣ୍ଟାଇବା ସକାଶେ କରାଯାଇଥିବା ଋଣ ପରିବାର ପାଇଁ ବୋଝ ହୋଇଯାଇଛି।
ମୋତିଲାଲ ଓସ୍‌ଓ୍ବାଲ୍‌ର ଅର୍ଥନୀତିଜ୍ଞ ନିଖିଲ ଗୁପ୍ତା କହିଛନ୍ତି, ଦୁର୍ବଳ ଆୟ ଅଭିବୃଦ୍ଧି ଓ ଆର୍ଥିକ ସଞ୍ଚୟ ହ୍ରାସର ସଂଯୋଗ ସହିତ ଋଣ ବଢ଼ିଯାଉଥିବାରୁ ଅର୍ଥନୀତିରେ ଅସ୍ବାଭାବିକତା ଦେଖାଦେଇଛି। ସମ୍ଭବତଃ ସେଥିଲାଗି ସ୍ବାଧୀନତା ପରବର୍ତ୍ତୀ ସମୟରେ ପରିବାରର ଋଣ ପରିମାଣ ଦ୍ୱିତୀୟ ସର୍ବାଧିକ ହୋଇଛି।
ଆର୍‌ବିଆଇ ତଥ୍ୟ କହୁଛି, ପରିବାରର ସଞ୍ଚୟ ଆର୍ଥିକ ବର୍ଷ ୨୦୨୨-୨୩ରେ ତା’ ପୂର୍ବ ବର୍ଷ ତୁଳନାରେ କମ୍‌ ରହିଥିଲା। ଯଦି ଅର୍ଥନୀତିରେ ଅଭିବୃଦ୍ଧି ଓ ଲୋକଙ୍କ ଆୟ ବଢ଼େ, ତାହା ହେଲେ ପରିବାରର ସଞ୍ଚୟ ଊର୍ଦ୍ଧ୍ୱମୁଖୀ ହୋଇପାରିବ। ଚଳିତ ବର୍ଷରେ ଯଦି ସଞ୍ଚୟ ପରିମାଣ ନ ବଢ଼େ, ତେବେ ଉଭୟ ଖର୍ଚ୍ଚ ଓ ପୁଞ୍ଜିଲଗାଣକୁ ପ୍ରଭାବିତ କରିବ। ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୈମାସିକର ଜିଡିପି ତଥ୍ୟ କହୁଛି, ବ୍ୟୟଠାରୁ ପୁଞ୍ଜିଲଗାଣ ସାମାନ୍ୟ ବଢ଼ିଥିବା ବେଳେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ଚାହିଦା ଅଧିକ ଥିଲା। ଏଚ୍‌ଏସ୍‌ବିସିର ଭାରତୀୟ ଅର୍ଥନୀତିଜ୍ଞ ପ୍ରଞ୍ଜୁଲ ଭଣ୍ଡାରୀ କହିଛନ୍ତି, ଗ୍ରାମାଞ୍ଚଳରେ ଲୋକଙ୍କ ମଜୁରି ହ୍ରାସ ପାଇଥିବା ବେଳେ ଅସ୍ଥାୟୀ ସାମଗ୍ରୀ ସକାଶେ ହେଉଥିବା ଖର୍ଚ୍ଚ ମଧ୍ୟ କମିଯାଇଛି।
ଅଶୋଧିତ ତୈଳର ମୂଲ୍ୟ ବଢ଼ି ବ୍ୟାରେଲ ପିଛା ୯୫ ଡଲାର ହୋଇଯାଇଥିବାରୁ ତାହା ଖାଉଟି ପଦାର୍ଥକୁ ପ୍ରଭାବିତ କରିଚାଲିଛି। ଏଥିସହିତ କୃଷିଜାତ ସାମଗ୍ରୀ ପରିମାଣ ହ୍ରାସ ଗ୍ରାମାଞ୍ଚଳ ଚାହିଦା ଉପରେ ପ୍ରଭାବ ପକାଇବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri