Posted inଜାତୀୟ

କଂଗ୍ରେସରେ ଘର କଳି ବଢ଼ିଲା: ଅସନ୍ତୁଷ୍ଟଙ୍କୁ ଦଳରୁ ବାହାରି ଯିବାକୁ ପରାମର୍ଶ !

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସରେ ଘର କଳି ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଅସନ୍ତୁଷ୍ଟମାନେ ବାହାରି ଯାଇ ଅନ୍ୟ ରାଜନୈତିକ ଦଳରେ ଯୋଗ ଦିଅନ୍ତୁ ଅଥିବା ନିଜର ପାର୍ଟି ଗଠନ କରନ୍ତୁ। ଏଭଳି ନେତାର କିଛି ନ କରି କେବଳ ଦଳ ବିରୋଧରେ ମନ୍ତବ୍ୟ ଦେଉଥିବା ଅଧୀର ରଞ୍ଜନ କହିଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ସଦସ୍ୟମାନେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନିକଟତମ ସହଯୋଗୀ। ସେମାନଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିହାର ନିର୍ବାଚନ ଫଳାଫଳ ପରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ୍‌ ଦଳର ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ଏହାକୁ ନେଇ ଦଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦୁଣୀଙ୍କ ପାଇଁ ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

କୁହାଯାଏ, ପ୍ରେମରେ ବୟସ ଦେଖାଯାଏନି। ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗଢ଼ଓ୍ବା ଜିଲାରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସମୁଦୁଣୀଙ୍କୁ ପ୍ରେମ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଠାକରେ

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ୫ ମାସ ପୂରଣ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ନେଇ ଚାଲିଛି ବୟାନ...

ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ଥରୁର

ନୂଆଦିଲ୍ଲୀ,୨୭।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରୁର ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ। ସେପ୍ଟେମ୍ବର ୩୦ ପୂର୍ବାହ୍ନ...

କଂଗ୍ରେସରେ ରହି ଲମ୍ବା ଲଢେଇ ଲଢିବାକୁ ଚାହୁଁଛନ୍ତି ପାଇଲଟ!

ଜୟପୁର,୧୭।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ...

ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୯୦ରେ ପହଞ୍ଚିଲା

ନୂଆଦିଲ୍ଲୀ,୨୫।୫: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ଏବେ କଣ୍ଟେନମେଣ୍ଟ ଜାନ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।...

ନିର୍ମଳା ସୀତାରାମନଙ୍କୁ ‘ନିର୍ବଳା’ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨।୧୧: ସଂସଦରେ ଶୀତକାଳିନ ଅଧିବେଶନ ଚାଲୁଥିବା ବେଳେ ସୋମବାର ଲୋକ ସଭାରେ ବହୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଛନ୍ତି। ପ୍ରଥମେ ବିରୋଧୀ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ ନୋବେଲ ପୁରସ୍କାର ଗୁଜବ

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନବରତ ପ୍ରୟାସ କରୁଛନ୍ତି। ତେଣୁ ମୋଦି ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଦୃଢ଼...

ଗଙ୍ଗା ନଦୀରେ ଚାଷୀଙ୍କ ଜଳ ସତ୍ୟାଗ୍ରହ

ବିଜନର,୨୧।୮: ଉତ୍ତରପ୍ରଦେଶର ବିଜନର ଜିଲାର ଭାରତୀୟ କିଷାନ ୟୁନିୟନ(ଭାକିୟୁ) ପକ୍ଷରୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେବଲଗଢ଼ ଗଁାର ଗଙ୍ଗା ନଦୀରେ ସେତୁ ନିର୍ମାଣ ଦାବିରେ ଶହ...

Advertisement
Archives

Model This Week