ଗୃହ ଥାଇ ବନ୍ଦର କ୍ୱାର୍ଟର୍ସରେ ଥାନା ଚାଲିଛି

ପାରାଦୀପ,୧୧ା୪(ସ୍ବ.ପ୍ର.): ପାରାଦୀପର ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ରେ ସ୍ଥାପିତ ହୋଇଥିଲା। ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ୍‌ ପାଖ ବନ୍ଦର କ୍ୱାର୍ଟର୍ସରେ ଏହି ଥାନା ଏବେ ଚାଲିଛି। କିନ୍ତୁ ଏହି ଥାନା ପାଇଁ ସ୍ବତନ୍ତ୍ର ଗୃହ ତିଆରି ହୋଇଛି ଏରସମା ବ୍ଲକ ଅନ୍ତର୍ଗତ ଜଟାଧାରୀମୁହାଣ ପାଖ ନୋଳିଆସାହି ଠାରେ। ୨୦୨୦ରେ ଉକ୍ତ ଥାନା ଉଦ୍‌ଘାଟିତ ହୋଇଥିଲା। ୨୦୨୧ମାର୍ଚ୍ଚରେ ପାରାଦୀପରୁ ନୋଳିଆସାହି ସ୍ଥାନାନ୍ତର ହୋଇଥିଲା। ସେଠାରେ ମାସାଧିକ ସମୟ ଥାନା ଚାଲିଲା ପରେ ପୁଣି ପାରାଦୀପର ପୂର୍ବ ଜାଗାକୁ ଫେରି ଆସିଥିଲା। ନୋଳିଆସାହିଠାରେ ଏବେ ନୂଆ ଥାନା ଗୃହ ଏବେ ପ୍ରାୟ ବନ୍ଦ ରହିଛି। କେବଳ ୨ଜଣ କର୍ମଚାରୀ ଗୃହକୁ ଜଗିକି ଅଛନ୍ତି।
୨୦୦୮ ନଭେମ୍ବର ୨୬ରେ ପାକିସ୍ତାନ ଆତଙ୍କବାଦୀମାନେ ଉପକୂଳ ସୀମା ଦେଇ ବମ୍ବେ ସହର ଉପରେ ଆକ୍ରମଣ କରିଥିଲେ। ଏହାପରେ ଉପକୂଳ ସୀମା ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ରଣନୀତି। ଯଥା କୋଷ୍ଟଗାର୍ଡକୁ ଅଧିକ କ୍ରିୟାଶୀଳ କରାଯିବା ସହ ଦେଶର ସମସ୍ତ ଉପକୂଳରେ ସାମୁଦ୍ରିକ ଥାନା କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ଓଡ଼ିଶାର ୪୮୨ କିମି ପୂର୍ବ ଉପକୂଳରେ ୧୮ଟି ସାମୁଦ୍ରିକ ଥାନା ପାଇଁ ଜାଗା ଚିହ୍ନଟ ହୋଇଥିଲା। ରାଜ୍ୟର ପ୍ରଥମ ସାମୁଦ୍ରିକ ଥାନା ପାରାଦୀପର ନେହେରୁବଙ୍ଗଳାଠାରେ ୨୦୦୯ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ଶେଷ ୧୮ ନଂ. ଥାନା ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ ହୋଇଛି। ପାରାଦୀପର ନୂଆବଜାରଠାରେ ଏହି ଥାନା ପାଇଁ ସ୍ବତନ୍ତ୍ର ସୀମା ନ ଥିଲା। ସେତେବେଳେ ପାରାଦୀପ ଆଦର୍ଶ ଥାନା ଅଧୀନରେ ଯାଉଥିବା ଷଣ୍ଢକୁଦ ବସ୍ତିକୁ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଅଞ୍ଚଳ ଭାବେ ଗୃହ ବିଭାଗ ବିଜ୍ଞପ୍ତି କରିଥିଲେ। ୨୦୨୧ ଯେତେବେଳେ ଥାନା ନୋଳିଆସାହି ଯାଇଥିଲା ସେତେବେଳେ ଷଣ୍ଢକୁଦ ଲୋକଙ୍କୁ ଅଭିଯୋଗ କରିବା ପାଇଁ ୪୨ କିମି ବାଟ ଯିବାକୁ ପଡିଥିଲା। ସେତେବେଳେ ଲୋକଙ୍କ ଅସୁବିଧା ହେବାରୁ ପୁଣି ପୂର୍ବ ସ୍ଥାନକୁ ଥାନାର ସମସ୍ତ ଆସବାବପତ୍ର ଫେରିଥିଲା। ଏଭଳି ଅବସ୍ଥାରେ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ସ୍ଥିତି ରହିଛି। ଥାନା ସ୍ଥାନାନ୍ତର ନ ହେବା ପ୍ରସଙ୍ଗରେ ଆଇଆଇସି ଦେବେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ସରକାରୀ ଭାବେ ସୀମା ନିର୍ଦ୍ଧାରଣ ହୋଇ ନ ଥିବାରୁ ଏପରି ହୋଇଛି। ଆଗକୁ ସେଠାରେ ଏକ ବଡ ବନ୍ଦର ହେବାକୁ ଯାଉଛି। ସେତେବେଳେ ଉକ୍ତ କମ୍ପାନୀ ପାଇଁ କାମ ଆରମ୍ଭ ହେଲେ ଥାନା ସ୍ଥାନାନ୍ତର ହୋଇପାରେ। ଏବେ ପୁଣି ସୀମା ନିର୍ଦ୍ଧାରଣ ହେବାର ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?