Posted inଫୁରସତ

ପିଲାଙ୍କ ସମର କ୍ୟାମ୍ପ

ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ ପାଠ ପଢ଼ାର ଚାପ ହେଉ ଅବା ଏସବୁ ଦିଗରେ ଶିକ୍ଷା ଗ୍ରହଣ କରିବାର ସୁବିଧା ଅଭାବରୁ ନିଜ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବାରୁ ବଞ୍ଚତ୍ତ ହୁଅନ୍ତି ଅନେକେ। ଏମିତିରେ ନିଜ ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ସହ ଲୋକଲୋଚନକୁ ଆଣିବା ଲାଗି ଅଭିଭାବକଙ୍କ ପାଇଁ ବେଶ୍‌ ସହାୟକ ହୋଇପାରିଛି ସମର କ୍ୟାମ୍ପ…
ସବୁ ଅଭିଭାବକ ଚାହାନ୍ତି ନିଜ ପିଲା ଭଲ ପଢ଼ିବା ସହ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ବି ଦକ୍ଷ ହେଉ। ସେଥିପାଇଁ କେତେଜଣ ଅଭିଭାବକ ପିଲାଙ୍କୁ ରୁଚି ଥିବା କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ତାଲିମ ମଧ୍ୟ ଯୋଗାଇଦେଇଥାନ୍ତି। ହେଲେ ପିଲାଙ୍କ ପଢ଼ାରେ ଅବହେଳା ହେବ ଭାବି ହେଉ ଅବା ନିକଟରେ ଶିଖାଇବା ଲାଗି କୌଣସି ସୁବିଧା ନ ଥିବାରୁ ଆଉ କେତେଜଣଙ୍କ ପିଲା ଏସବୁ ସୁଯୋଗରୁ ବଞ୍ଚତ୍ତ ହୋଇଥାନ୍ତି। ହେଲେ ବର୍ତ୍ତମାନ ଏସବୁ ସମସ୍ୟା ସମାଧାନର ସବୁଠୁ ବେଷ୍ଟ ଅପ୍ସନ ପାଲଟିଛି ସମର କ୍ୟାମ୍ପ। ଯେଉଁଠି ପିଲାମାନେ ଛୁଟି ସମୟରେ ବି ଏସବୁ ଶିଖି ନିଜ ପ୍ରତିଭାକୁ ପରିପ୍ରକାଶ କରିବାର ସୁଯୋଗ ପାଇପାରିବେ। ସେଠାରେ ସେମାନେ କେବଳ ନିଜ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟତୀତ ଅନ୍ୟ ପିଲାଙ୍କ ସହ ବନ୍ଧୁତା ଓ ମଜାମସ୍ତି କରିବାର ସୁଯୋଗ ପାଇବେ। ଏହା ବ୍ୟତୀତ ଅଧିକ ପିଲାଙ୍କ ଗହଣରେ କ୍ୟାମ୍ପରେ ଥିବା ଟ୍ରେନରମାନଙ୍କ ଆଗରେ କହିବା ଦ୍ୱାରା ସେମାନଙ୍କ ମନରୁ ଧୀରେ ଧୀରେ ପବ୍ଲିକ ସ୍ପିକିଂ ଭୟ ବି ଦୂର ହୋଇପାରିବ।
ପିଲାଙ୍କୁ ସମର କ୍ୟାମ୍ପ ପଠାଉଥିଲେ କେତେକ ଦିଗ ପ୍ରତି ଧ୍ୟାନ ରଖିବା ଆବଶ୍ୟକ…
ସମର କ୍ୟାମ୍ପରେ ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯାଉଥିବା ବେଳେ କେତେକ କ୍ୟାମ୍ପ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ତାଲିମ ଦେବା ଲାଗି ଆୟୋଜନ କରାଯାଇଥାଏ। ତେଣୁ ଆପଣଙ୍କ ପିଲାର ରୁଚି କେଉଁଥିରେ ଅଛି ଜାଣିବା ପରେ ଉକ୍ତ କ୍ୟାମ୍ପକୁ ପଠାନ୍ତୁ।
ଏକାଧିକ କ୍ୟାମ୍ପ ଆୟୋଜନ ହୋଇଥିଲେ ଏହାର ଦୂରତା ଅନୁଯାୟୀ ଆପଣଙ୍କୁ ପିଲାଙ୍କ ନେବା ଆଣିବାରେ ସୁବିଧା ହେବା ଭଳି କ୍ୟାମ୍ପ ବାଛନ୍ତୁ।
ଆୟୋଜନ ହୋଇଆସୁଥିବା କ୍ୟାମ୍ପରେ ଯଦି କେହି ପରିଚିତଙ୍କ ପିଲା ପୂର୍ବରୁ ଯାଇଥିବେ ତେବେ ତାଙ୍କଠାରୁ ତଥ୍ୟ ଜାଣିଲେ ପିଲାଙ୍କ ପାଇଁ ଅଧିକ ସୁବିଧା ହୋଇପାରିବ।
କ୍ୟାମ୍ପରେ ପିଲାଙ୍କ ରହିବାର ବ୍ୟବସ୍ଥା ଥାଏ। ଯଦି ସେଭଳି କ୍ୟାମ୍ପକୁ ପିଲାଙ୍କୁ ଛାଡୁଥାନ୍ତି ତେବେ ସେଠାରେ ରହିବା, ଖାଇବା ଆଦି ବିଷୟରେ ଭଲ ଭାବେ ବୁଝିନିଅନ୍ତୁ। ପିଲାଙ୍କ ବ୍ୟାଗ୍‌ରେ ଆବଶ୍ୟକ ପରିମାଣର ଶୁଖିଲା ଖାଦ୍ୟ ଏବଂ ଏକ୍ସଟ୍ରା ପୋଷାକ ଦିଅନ୍ତୁ। ଯଦି ପିଲା କୌଣସି ଔଷଧ ଖାଉଥାଏ ତେବେ ଏହାକୁ ଦେବା ସହ କ୍ୟାମ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏନେଇ ଅବଗତ କରାଇବାକୁ ଭୁଲନ୍ତୁ ନାହିଁ।
କେଉଁସବୁ ସାମଗ୍ରୀ ଆବଶ୍ୟକ ଯେପରି ସୁଇମିଂ ସୁଟ୍‌, ପେଣ୍ଟିଂ ପାଇଁ ଡ୍ରଇଁ ବୁକ୍‌, କଲର ଆଦି ଭଲ ଭାବେ ବୁଝି ପିଲା ସହ ପଠାନ୍ତୁ ଯେପରି ତା’ର ଶିଖିବାରେ କୌଣସି ଅସୁବିଧା ନ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?