Posted inଫୁରସତ

ସଫଳତାର କାହାଣୀ

ପର୍ଯ୍ୟଟକ ତଥା ଅତିଥିମାନଙ୍କୁ ଆତିଥେୟତା ପ୍ରଦାନ କରିବା ହେଉଛି ହୋଟେଲ ଶିଳ୍ପର ଉଦ୍ଦେଶ୍ୟ। ଯାହା ଯୁବପିଢୀଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିଛି। ଏଥିରେ ରୋଷେଇ ସହ ଫ୍ରଣ୍ଟ ଅଫିସ ବା ରିସେପ୍‌ସନିଷ୍ଟ, ହାଉସକିପିଂ, ସିକ୍ୟୁରିଟି, ବେକରୀ, ବାର୍‌, ରେଷ୍ଟୁରାଣ୍ଟ ଭଳି ବିଭିନ୍ନ କାର୍ଯ୍ୟ ରହିଛି। କହିବାକୁ ଗଲେ ଏହା ଏକ କ୍ଷୁଦ୍ର ବିଶ୍ୱ। ଅଧିକାଂଶ ଯୁବପିଢୀ ଏବେ ଏହି କ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି। ଛାତ୍ରୀଛାତ୍ରଙ୍କୁ ହୋଟେଲ ଶିଳ୍ପରେ ଆଗକୁ ବଢିବାକୁ ପ୍ରେରଣା ଦେବା ସହ ବିଧିବଦ୍ଧ ତାଲିମ୍‌ ପ୍ରଦାନ କରିବା ପାଇଁ ରାଜ୍ୟରେ ଅନେକ ହୋଟେଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ଗଢି ଉଠିଛି। ଯାହା ଓଡ଼ିଶା ସମେତ ବାହାର ରାଜ୍ୟର ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ ସୃଷ୍ଟି କରୁଛି। ଭୁବନେଶ୍ୱରରେ ଥିବା କିଛି ହୋଟେଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌କୁ ନେଇ ପୂର୍ବରୁ ଏକ ଉପସ୍ଥାପନା କରାଯାଇଥିବାବେଳେ, ଏବେ ଦ୍ୱିତୀୟ ଭାଗରେ ଆଉ ଦୁଇଟି ଇନ୍‌ଷ୍ଟିଚ୍ୟୁଟ୍‌ ସମ୍ପର୍କରେ..

ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌) ହୋଟେଲ ଶିଳ୍ପରେ ସ୍ବସ୍ତିର ଚାହିଦା ଅଧିକ ରହିଛି। ତେଣୁ ଛାତ୍ରୀଛାତ୍ରଙ୍କୁ ହୋଟେଲ ଶିଳ୍ପରେ ତାଲିମ୍‌ ପ୍ରଦାନ କରିବାରେ ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ସୁନାମ ରହିଛି। ଜଟଣୀରେ ଏହାର ନିଜସ୍ବ କ୍ୟାମ୍ପସ ରହିଛି। ଦଶମ, ଦ୍ୱାଦଶ ଏବଂ ସ୍ନାତକ କରିଥିବା (ଯେ କୌଣସି ଷ୍ଟ୍ରିମ୍‌) ପିଲା ଏହି କୋର୍ସ କରି ପାରିବେ। ଏପିରିକି ବିଟେକ୍‌ ଏବଂ ଡିପ୍ଲୋମା କରିଥିବା ପିଲା ମଧ୍ୟ ଏଠାରେ ହୋଟେଲ ମ୍ୟାନେଜ୍‌ମେଣ୍ଟ କରୁଛନ୍ତି। ମାଷ୍ଟର ଡିଗ୍ରୀ ଇନ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ କୋର୍ସ କରିବା ପାଇଁ ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ୍‌ ରହିଛି। ଏହାର କୋର୍ସ ଫି’ ୧ଲକ୍ଷ ୩୫ହଜାର ଟଙ୍କା। ସେହିପରି ମାଷ୍ଟର ଡିଗ୍ରୀ ଇନ୍‌ ଟ୍ରାଭେଲ ଆଣ୍ଡ ଟୁରିଜିମ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ୧ଲକ୍ଷ ୧୫ ହଜାର ଟଙ୍କା। ବ୍ୟାଚେଲର ଡିଗ୍ରୀ (୪ବର୍ଷ) ପାଇଁ ଯୁକ୍ତ ୨ପାସ୍‌ କରିଥିବା ଆବଶ୍ୟକ। ବ୍ୟାଚେଲର ଡିଗ୍ରୀ ଅଫ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ ପାଇଁ ୨ଲକ୍ଷ ୩୦ହଜାର ଏବଂ ବ୍ୟାଚେଲର ଡିଗ୍ରୀ ଅଫ୍‌ ଟ୍ରାଭେଲ ଆଣ୍ଡ ଟୁରିଜିମ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ୨ଲକ୍ଷ ଟଙ୍କା ଫି’ ରହିଛି। ଏହାବାଦ୍‌ ଦଶମ ପାସ୍‌ କରିଥିବା ପିଲା ଡିପ୍ଲୋମା ଇନ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ (୧୮ମାସ) କୋର୍ସ କରି ପାରିବେ। ଏଥିପାଇଁ ସେମାନଙ୍କୁ ୬୦ହଜାର ଟଙ୍କା ଦେବାକୁ ପଡିବ। ଡିଜିଟାଲ କ୍ଲାସ ରୁମ୍‌ ସହିତ ଅଭ୍ୟାସ ଭିତ୍ତିକ କ୍ଲାସରୁମ୍‌ ଏହି ଅନୁଷ୍ଠାନର ଅନ୍ୟ ଏକ ବିଶେଷତ୍ୱ। ବର୍ତ୍ତମାନ ଏଠାରେ ୩ଶହ ଛାତ୍ରୀଛାତ୍ର ଥିବାବେଳେ ୪୦ଜଣ ଶିକ୍ଷକ ଏବଂ ଅନ୍ୟାନ୍ୟ ଷ୍ଟାଫ୍‌ ଅଛନ୍ତି। ସେହିପରି ପ୍ରାୟ ୪୦ ପ୍ରତିଶତ ଝିଅ ଥିବାବେଳେ ୬୦ ପ୍ରତିଶତ ପୁଅ ରହିଛନ୍ତି। ବିଶେଷକରି ଓଡ଼ିଶା ବାହାରୁ ଝାରଖଣ୍ଡ, ରାୟପୁର, ଛତିଶଗଡ଼ ଭଳି ରାଜ୍ୟରୁ ଅଧିକ ପିଲା ଆସୁଛନ୍ତି। ଅପରପକ୍ଷେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ପିଲାମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଏହା ଏକ ଦକ୍ଷତା ବିକାଶ କୋର୍ସ ହୋଇଥିବାରୁ ଏଠାରେ ଚାକିରୀର ପରିସୀମା ଅଧିକ। ତେଣୁ ଶତ ପ୍ରତିଶତ ପ୍ଲେସମେଣ୍ଟର ଗ୍ୟାରେଣ୍ଟି ରହୁଥିବା କଲେଜ ପକ୍ଷରୁ କୁହାଯାଇଛି। ଛାତ୍ରୀଛାତ୍ରଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଥମେ କିଚେନ୍‌ ମ୍ୟାନେଜ୍‌ମେଣ୍ଟ ବା କୁକିଂ ଦ୍ୱିତୀୟରେ ଫୁଡ୍‌ ଆଣ୍ଡ ବ୍ରେଭରେଜ୍‌ ପ୍ରତି ଏଠାରେ ଗୁରୁତ୍ୱ ଦିଆଯାଉଛି।

ହୋଟେଲ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେମଧ୍ୟ ଚାକିରୀର ସୁବିଧା ରହିଛି-ପ୍ରଫେସର ସୁଶାନ୍ତ କୁମାର ଜେନା, ପ୍ରିନ୍ସିପାଲ, ଏସ୍‌ଆଇଏମ୍‌ଏସ୍‌ଏସ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ କରୁଥିବା ପିଲା ହୋଟେଲ ବ୍ୟତୀତ ଏୟାରଲାଇନ୍ସ, ବ୍ୟାଙ୍କିଙ୍ଗ, ରେଲଓ୍ବେ ଏପରିକି ଡିଫେନ୍ସ ଲାଇନ୍‌ରେ ମଧ୍ୟ ଚାକିରୀ କରି ପାରୁଛନ୍ତି। ଡିଫେନ୍ସରେ ଏମାନଙ୍କୁ ଜୁନିୟର କମାଣ୍ଡାଣ୍ଟ ଭାବେ ନିଯୁକ୍ତି ମିଳିଥାଏ। ଏହାବାଦ୍‌ ପର୍ଯ୍ୟଟନ ବିଭାଗ, ବିଭିନ୍ନ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟରେ ମଧ୍ୟ କାମ କରି ପାରିବେ। ଆମ କଲେଜ ପିଲା ବିଶେଷକରି ଜାହାଜ, ରେଷ୍ଟୁରାଣ୍ଟ ଚେନ୍‌, ଇଣ୍ଟରନ୍ୟାସନାଲ ମଲ୍‌, ହେଲ୍‌ଥ ସ୍ପାରେ ବେଶୀ ଯାଉଛନ୍ତି। ପାଠ ସରିବା ପରେ ଜବ୍‌ ଟ୍ରେନି ଭାବେ ସେମାନଙ୍କୁ ୧୫ରୁ ୧୮ହଜାର ଟଙ୍କା ପ୍ରଦାନ କରାଯାଏ। ଏହାସହ ରହିବା ଏବଂ ଖାଇବା ମାଗଣା ଥାଏ। ୨ରୁ ୩ ବର୍ଷ ଅଭିଜ୍ଞତା ପରେ ପ୍ରାୟ ୪୦ହଜାର ପର୍ଯ୍ୟନ୍ତ ଦରମା ମିଳେ।

ବିଜୁ ପଟ୍ଟନାୟକ କଲେଜ୍‌ ଅଫ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ, ଟୁରିଜିମ୍‌ ଆଣ୍ଡ ସୋସିଆଲ ଓ୍ବାର୍କ୍‌ (ବିପିସିଏଚ୍‌ଏମ୍‌ଟି)
ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଭାବେ ବିଜୁ ପଟ୍ଟନାୟକ କଲେଜ୍‌ ଅଫ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ, ଟୁରିଜିମ୍‌ ଆଣ୍ଡ ସୋସିଆଲ ଓ୍ବାର୍କର ଭଲ ନାଁ ରହିଛି। ୨୦୦୩ରୁ ଆରମ୍ଭ ହୋଇଥିବା ଏହି ଇନ୍‌ଷ୍ଟିଚ୍ୟୁଟ୍‌ରେ ଦ୍ୱାଦଶ ଏବଂ ଗ୍ରାଜୁଏସନ୍‌ କରିଥିବା ଯେ କୌଣସି ଷ୍ଟ୍ରିମ୍‌ର ପିଲାମାନେ ପଢି ପାରିବେ। ତେବେ ବ୍ୟାଚେଲର ଡିଗ୍ରୀ ଇନ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ (ବିଏଚ୍‌ଏମ୍‌) (ଯୁକ୍ତ ୨) ଏବଂ ୨ବର୍ଷିଆ କୋର୍ସ ମାଷ୍ଟର ଅଫ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ (ଏମ୍‌ଏଚ୍‌ଏମ୍‌) ଓ ମାଷ୍ଟର ଅଫ୍‌ ସୋସିଆଲ ଓ୍ବାର୍କ୍‌ (ଏମ୍‌ଏସ୍‌ଡବ୍ଲ୍ୟୁ) ପାଇଁ ଗ୍ରାଜୁଏସନ୍‌ କରିଥିବା ଆବଶ୍ୟକ। ପ୍ରତ୍ୟେକ କୋର୍ସ ପାଇଁ ଅଲଗା ଅଲଗା ଫି’ ଧାର୍ଯ୍ୟ କରାଯାଇଛି। ଏଠାରେ ୧୨୮ଜଣ ବ୍ୟାଚେଲର ଡିଗ୍ରୀ କୋର୍ସ କରୁଥିବା ଛାତ୍ରୀଛାତ୍ର ରହିଥିବାବେଳେ ମାଷ୍ଟରଡିଗ୍ରୀ କୋର୍ସ କରୁଥିବା ୬୮ଜଣ ଛାତ୍ରୀଛାତ୍ର ରହିଥିବାବେଳେ ୨୦ଜଣ ଷ୍ଟାଫ୍‌ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ ଭଳି ବିଭିନ୍ନ ରାଜ୍ୟରୁ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି। ସାଧାରଣ ବର୍ଗର ପିଲାମାନେ ନିର୍ଦ୍ଧାରିତ ଫି’ ଦେଉଥିବାବେଳେ ଏସ୍‌ସି/ଏସ୍‌ଟି ପିଲାମାନେ ମାଗଣାରେ ପାଠ ପଢୁଛନ୍ତି।

ଶତପ୍ରତିଶତ ପ୍ଲେସମେଣ୍ଟର ଗ୍ୟାରେଣ୍ଟି ରହୁଛି-ସାଧୁକୃପା ସାମନ୍ତରାୟ, ଡାଇରେକ୍ଟର, ବିପିସିଏଚ୍‌ଏମ୍‌ଟି ଏଠାରେ କୋର୍ସ ଛଡା ପିଲାମାନଙ୍କର ସ୍ପୋକନଇଂଲିଶ କ୍ଲାସ ମଧ୍ୟ କରାଯାଏ। ଯାହାଦ୍ୱାରା ପିଲାମାନେ ବଡ ବଡ ହୋଟେଲରେ କାମ କରିବା ସମୟରେ ଭାଷାକୁ ନେଇ ସମସ୍ୟାରେ ପଡିବେ ନାହିଁ। ବହୁ ବଡ ବଡ ହୋଟେଲ ସହିତ ଅନେକ ନାମୀ ସଂସ୍ଥା ଏଠାକୁ ଆସି ପିଲାଙ୍କୁ ରିକ୍ରୁଟ କରୁଛନ୍ତି। ତେଣୁ ଶତପ୍ରତିଶତ ପ୍ଲେସମେଣ୍ଟର ଗ୍ୟାରେଣ୍ଟି ରହୁଛି। ଟ୍ରେନିଂ ସମୟରେ ସେମାନଙ୍କୁ ୫ରୁ ୧୦ହଜାର ଟଙ୍କା ଷ୍ଟାଇପେଣ୍ଟ ମିଳିବା ସହ ଭଲ ଛାତ୍ରୀଛାତ୍ରଙ୍କୁ ପ୍ରାରମ୍ଭିକ ସମୟରେ ୧୭ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳୁଛି।

-ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?