Posted inଫୁରସତ

ପଟଚିତ୍ର ଶିଳ୍ପୀ ରଶ୍ମିରଞ୍ଜନ

ଓଡ଼ିଶାର ପାରମ୍ପରିକ କଳା ଓ ପୁରାଣକଥାକୁ ନେଇ ପଟଚିତ୍ର ତିଆରି କରୁଛନ୍ତି ଯୁବଶିଳ୍ପୀ ରଶ୍ମିରଞ୍ଜନ ମହାପାତ୍ର। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ରଶ୍ମି ରଞ୍ଜନଙ୍କ ଜନ୍ମ ୧୯୯୩ ମସିହାରେ। ପିତା ଚରଣ ମହାପାତ୍ର। ମା’ ମଞ୍ଜୁଲତା। ଘର ଖୋର୍ଦ୍ଧା ଜିଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର କରଡ଼ଗାଡ଼ିଆରେ। ସେ କୁହନ୍ତି, ଆମ ପରିବାରର ସମସ୍ତେ ପଟଚିତ୍ର ଓ କାଗଜମୁଖା ତିଆରି କରନ୍ତି। ସେମାନଙ୍କଠାରୁ ଦେଖି ଦେଖି ମୁଁ ବି ଶିଖିଗଲି। ଘରେ ବିଭିନ୍ନ ଚିତ୍ରକୁ ପେନ୍‌ସିଲରେ ଅଙ୍କନ କରୁଥିଲି। ଏମିତିରେ କେତୋଟି ଚିତ୍ର କରିସାରିଲାପରେ ମତେ ବହୁତ ଖୁସୀ ଲାଗୁଥିଲା। ତା’ପରେ ଚିତ୍ରଆଙ୍କିବା ଏକ ଅଭ୍ୟାସ ହୋଇଗଲା। ଭୋଳାନାଥ ଉଚ୍ଚବିଦ୍ୟାଳୟରୁ ୧୦ମ ପାସ କରିଲାପରେ ପ୍ରାଣନାଥ ମହାବିଦ୍ୟାଳୟରେ ପଢିଲି । ଏହାପରେ ଖୋର୍ଦ୍ଧା ଜିଲା ଗୁଡ଼ମ୍‌ ଅଞ୍ଚଳର ଜୟଦେବ ସଂସ୍କୃତ ମହାବିଦ୍ୟାଳୟରେ +୩ ପଢିଲି। ପରେ ରାଜ୍ୟ ହସ୍ତକଳା ବିକାଶ ଅନୁଷ୍ଠାନରୁ ପଟଚିତ୍ରରେ ମାଷ୍ଟର ଡିଗ୍ରୀ ହାସଲ କଲି। ଏବେ କଳିଙ୍ଗ କଲେଜ ଅଫ ଆର୍ଟରେ ଭିଜୁଆଲ ଆର୍ଟ ପଢୁଛି। ପାଠପଢ଼ା ସହିତ ମୁଁ ପଟଚିତ୍ର ଓ କାଗଜ ମୁଖା ବି ତିଆରି କରିଥାଏ। ପଟଚିତ୍ରକୁ କେହି କେହି ତାଳପତ୍ର ଖୋଦେଇକରି ତିଆରି କରିଥାନ୍ତି ତ କିଏ କଟନଶାଢ଼ିକୁ ଚଟାଣରେ ପାରି ତେନ୍ତୁଳିମଣ୍ଡ ଦେଇ ଶୁଖାଇଥାନ୍ତି। ଏହାପରେ ଅଠା ମଣ୍ଡ ଦିଆଯାଇଥାଏ। ପରେ ଖଡ଼ିଗୁଣ୍ଡ ପ୍ରଲେପ ଦିଆଯାଇଥାଏ। ଏହାକୁ ପଲିସ୍‌ କରିବା ପାଇଁ ଖୁଆପଥରକୁ ଘଷା ଯାଇଥାଏ। ତା’ପରେ ପେନ୍‌ସିଲରେ ସ୍କେଚ କରାଯାଇଥାଏ। ଆବଶ୍ୟକ ଚିତ୍ରକୁ ଅଙ୍କନ କରାଯାଇ ବିଭିନ୍ନ ପ୍ରାକୃତିକ ରଙ୍ଗ ଯେମିତିକି ହେଙ୍ଗୁଳ, ହରିତାଳ, ସଫେଦ, ପିହୁଳୀ, ଖଣ୍ଡନୀଳ, ସିନ୍ଦୂର ଓ କଳାରଙ୍ଗ ପାଇଁ ଡିବି କିମ୍ବା ଦୀପକଳାରେ କଇଁଥ ଅଠା ମିଶାଇ ପ୍ରସ୍ତୁତ କରାଯାଇଥାଏ। ପଟଚିତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଞ୍ଚି ଅଭିଯାନ, ଶ୍ରୀକୃଷ୍ଣଙ୍କ କାଳୀୟଦଳନ, ଶ୍ରୀରାମଚନ୍ଦ୍ରଙ୍କ ନୌକାଯାତ୍ରା, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ନର୍ତ୍ତକୀ, ବୋଇତବନ୍ଦାଣ, ରଜଦୋଳି, ଶ୍ରୀଗଣେଶ ଆଦି କରିବା ସହିତ ବିଭିନ୍ନ ପଶୁପକ୍ଷୀଙ୍କ କାଗଜମୁଖା କଳାକୃତି ତିଆରି କରିଥାଏ। ଓଡ଼ିଶା ବ୍ୟତୀତ ମହାରାଷ୍ଟ୍ର, ପୁଣେ, ବେଙ୍ଗାଲୁରୁ, ହାଇଦ୍ରାବାଦ, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ ଏବଂ ଆମେରିକାରେ ଆୟୋଜିତ ବିଭିନ୍ନ ଚିତ୍ରଶାଳାରେ ଯୋଗଦେଇ ପଟଚିତ୍ର କଳାକୁ ପ୍ରଦର୍ଶନ କରିପାରିଛି। ଏଥିପାଇଁ କେତେକ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ବି ହୋଇଛି। ପଟଚିତ୍ର ତିଆରି ପାଇଁ ଅନେକେ ଅଗ୍ରିମ ବରାଦ ଦେଇଥାନ୍ତି। ଗୋଟିଏ ଗୋଟିଏ ଚିତ୍ରର ମୂଲ୍ୟ ପ୍ରାୟ ୫ଶହଟଙ୍କାରୁ ଆରମ୍ଭକରି ୪୦ହଜାର ଟଙ୍କା ମଧ୍ୟରେ ବିକ୍ରି କରିପାରିଛି। ସେହିପରି କାଗଜମୁଖା ପ୍ରାୟ ୧୫୦ଟଙ୍କାରୁ ଆରମ୍ଭକରି ୭ହଜାର ଟଙ୍କା ଯାଏ ବିକ୍ରି ହୋଇଛି। ଏଥିରେ ଆତ୍ମସନ୍ତୋଷ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?