ହୋଟେଲ, ଜାତୀୟ ରାଜପଥରେ ବନ୍ଧୁକଧାରୀଙ୍କ ଆତଙ୍କ

ବଲାଙ୍ଗୀର, ୨୦।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥର ଗିରିଗୋବର୍ଦ୍ଧନ ନିକଟରେ ଥିବା ଏକ ହୋଟେଲ ଏବଂ ଜାତୀୟ ରାଜପଥରେ ଜଣେ ଯୁବକ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିଲେ। ହୋଟେଲର କାଚ, ଆସବାବପତ୍ର ଭଙ୍ଗାରୁଜା କରିବା ସହ ଗୁଳି ଫୁଟାଇଥିଲେ। ଏହାପରେ ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି। ତେବେ ବଲାଙ୍ଗୀର ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ବଲାଙ୍ଗୀର ବେହେରାପାଲିର ରାଜୁ ମାଝି ବୋଲି ପୋଲିସ ସୂଚନା ଦେଇଛି।
ହୋଟେଲ ଭିତରେ ରାଜୁ ଗୁଳି ଫୁଟାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖି ହୋଟେଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବା ପରେ ମଧ୍ୟ ଯୁବକ ବନ୍ଧୁକ ଧରି ଆତଙ୍କ ସୃଷ୍ଟିକରି ଚାଲିଥିଲେ। ହୋଟେଲରୁ ୮ହଜାର ଟଙ୍କା ମଧ୍ୟ ନେଇଯାଇଥିବା ହୋଟେଲ ଲିଜ୍‌ ନେଇଥିବା ସନ୍ଦୀପ ନନ୍ଦ ଅଭିଯୋଗ କରିଛନ୍ତି। ଏହାପରେ ହୋଟେଲରୁ ବାହାରି ଜାତୀୟ ରାଜପଥରେ ଲୋକଙ୍କୁ ଭୟଭୀତ କରିଥିଲେ। ବୁଧବାର ନୂଆଖାଇ ତିହାର ଥିବାରୁ ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହୋଇଥିଲା। ବନ୍ଧୁକଧାରୀ ଯୁବକଙ୍କୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ବନ୍ଧୁକଧାରୀ ଯୁବକ ସାମ୍ନାପଟରୁ ଆସୁଥିବା ଏକ ବୋଲେରୋ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଡ୍ରାଇଭରଙ୍କୁ ଗାଡି ବୁଲାଇ ବେହେରାପାଲି ଅଭିମୁଖେ ଯିବାକୁ ନିର୍ଦ୍ଦେଶ ଦେଇ ଉକ୍ତ ବୋଲେରୋରେ ବସି ପଡ଼ିଥିଲେ। ଭୟଭୀତ ଡ୍ରାଇଭର ଗାଡ଼ି ବୁଲାଇ ବେହେରାପାଲି ଅଭିମୁଖେ ଯିବାବେଳେ ପୋଲିସ ଟିମ୍‌ ଉକ୍ତ ଗାଡ଼ିକୁ ଅଟକାଇ ବନ୍ଧୁକଧାରୀ ଯୁବକଙ୍କୁ କାବୁ କରିନେଇଥିଲେ ବୋଲି ବଲାଙ୍ଗୀର ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି। ରାଜୁ ଉକ୍ତ ହୋଟେଲ ମାଲିକ ବିଷ୍ଣୁ ପତିଙ୍କ ଡ୍ରାଇଭର ଭାବେ ପୂର୍ବରୁ କାମ କରୁଥିବା ପୋଲିସ ସୂଚନା ଦେଇଛି। କେଉଁ କାରଣରୁ ସେ ବନ୍ଧୁକ ଧରି ଏଭଳି କାଣ୍ଡ ଭିଆଇଲେ ସେନେଇ ତଦନ୍ତ ଜାରି ରହିଛି ବୋଲି ଏସ୍‌ଡିପିଓ ବାଗ କହିଛନ୍ତି। ଯୁବକଙ୍କ ପାଖରୁ ବନ୍ଧୁକ ଜବତ କରାଯାଇଥିବା ସେ କହିଛନ୍ତି। ତେବେ ଯୁବକ ଗୁଳି ଫୁଟାଇଛନ୍ତି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri